ମନୋରଞ୍ଜନ

ବିବାହିତା ମହିଳା ଅନ୍ୟ ପୁରୁଷ ପ୍ରତି କାହିଁକି ହୁଅନ୍ତି ଆକର୍ଷିତ? ବିଜ୍ଞାନ କହୁଛି…

ମୁମ୍ବଇ: ଅଡ଼ୁଆରେ ଅଭିନେତ୍ରୀ ଅବନୀତ କୌର। ଅଭିନେତ୍ରୀଙ୍କ ନାଁ ଠକେଇ ଅଭିଯୋଗ ଆଣିଛି ଏକ ଅଳଙ୍କାର ବ୍ରାଣ୍ଡ୍। ଅଭିଯୋଗ ହୋଇଛି ଯେ, ଅନେକ ପ୍ରତିଶ୍ରୁତି ସତ୍ବେ ଅଭିନେତ୍ରୀ ବ୍ରାଣ୍ଡର ଅଳଙ୍କାର ବ୍ୟବହାର କରି ମଧ୍ୟ କ୍ରେଡିଟ୍ ଦେଇନାହାନ୍ତି। ବିବାଦ ସେତେବେଳେ ସାମ୍ନାକୁ ଆସିଲା, ଯେତେବେଳେ ବ୍ରାଣ୍ଡର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅଭିନେତ୍ରୀଙ୍କ ସହ କଥାବାର୍ତ୍ତାର କିଛି ସ୍କ୍ରିନସଟ ଶେୟାର କରାଯାଇଥିଲା।

 

ତେବେ ସମସ୍ୟା ସେତେବେଳେ ଆରମ୍ଭ ହେଲା ଯେତେବେଳେ ବ୍ରାଣ୍ଡ ହୃଦୟଙ୍ଗମ କଲା ଯେ, ଅବନୀତ ତାଙ୍କ ଅଳଙ୍କାର ସମ୍ବନ୍ଧୀୟ କୌଣସି ପୋଷ୍ଟରେ ସେମାନଙ୍କୁ କ୍ରେଡିଟ୍ ଦେବାର ପ୍ରତିଶ୍ରୁତି ପାଳନ କରି ନାହାନ୍ତି। ବ୍ରାଣ୍ଡ ପକ୍ଷରୁ ଅଭିନେତ୍ରୀଙ୍କ ସହ ଯୋଗାଯୋଗ କରାଯିବାରୁ ଅବନୀତ ସେମାନଙ୍କୁ ଆଶ୍ଵାସନା ଦେଇଥିଲେ ଯେ ସେ ନିଶ୍ଚିତ ଭାବରେ ସେମାନଙ୍କ ଅଳଙ୍କାର ବିଷୟରେ ପୋଷ୍ଟ କରିବେ। ଏହି ଆଶ୍ୱାସନା ସତ୍ବେ ବ୍ରାଣ୍ଡ ଦାବି କରିଛି ଯେ, ସେମାନେ ଅଭିନେତ୍ରୀଙ୍କ ପୋଷ୍ଟରେ ଏପରି କୌଣସି ଶ୍ରେୟ ଦେଖି ନାହାନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button