Uncategorized
ରକ୍ତହିନତାର ଶିକାର ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀ ; ୨୯୪ଜଣଙ୍କ ମଧ୍ୟରୁ ୧୩୬ ଜଣ ଆକ୍ରାନ୍ତ, ପୁରୀ କୃଷ୍ଣପ୍ରସାଦ ରସକୁଦି ଆଶ୍ରମ ସ୍କୁଲର ଘଟଣା

: ରକ୍ତହିନତା ଭଳି ଭୟାନକ ରୋଗର ଶିକାର ହୋଇଛନ୍ତି ଆଶ୍ରମ ସ୍କୁଲର ଛାତ୍ରଛାତ୍ରୀ । ସ୍କୁଲର ଅଧାରୁ ଅଧିକ ଛାତ୍ରଛାତ୍ରୀ ରକ୍ତହୀନତା ରୋଗର ଶିକାର ହୋଇଥିବା ସ୍ୱାସ୍ଥ୍ୟ ଯାଞ୍ଚ ବେଳେ ଧରାପଡ଼ିଛି । ଏଭଳି ସଂଘାତିକ ଅଭିଯୋଗ ଆସିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ରସକୁଦି ଆଶ୍ରମ ବିଦ୍ୟାଳୟରୁ । ବିଦ୍ୟାଳୟର ୨୯୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୩୬ ଜଣ ଛାତ୍ରଛାତ୍ରୀ ରକ୍ତହିନତାର ଶିକାର ହୋଇଛନ୍ତି ।
ବିଦ୍ୟାଳୟର ପ୍ରଧାନଶିକ୍ଷକ ମଧ୍ୟ ଏ କଥାକୁ ସ୍ୱୀକାର କରିଛନ୍ତି ।