ଏସିଡିଟି ସମସ୍ୟା ପାଇଁ ଅଛନ୍ତି ଚିନ୍ତିତ ତେବେ ହୋଇ ଯାଆନ୍ତୁ ସାବଧାନ, ହୋଇ ପାରେ କ୍ୟାନ୍ସର ବା ହାର୍ଟ ଆଟାକର କାରଣ

ଆଜି ଲୋକମାନଙ୍କ ମଧ୍ୟରେ ଏସିଡିଟି ଓ ଛାତି ପୋଡା ଜଳା ସମସ୍ୟା ପ୍ରାୟତଃ ସମସ୍ତଙ୍କୁ ଅଛି, ଏହି ସମସ୍ୟା ନିବାରଣ ପାଇଁ ବହୁତ ଲୋକ ଇନୋ ବା ଅନ୍ୟ ପାଚନ ଜେଲ ପି ଦେଇ ଥାନ୍ତି କିନ୍ତୁ କେହି ଡକ୍ଟର ପାଖକୁ ଯାଇ ନଥାନ୍ତି । ଆଜି ଆମେ ଆପଣଙ୍କୁ ଏସିଡିଟି ବିଷୟରେ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦବ । ଲ୍ୟାଟେଷ୍ଟ ରିପୋର୍ଟ ଅନୁଯାଇ ଏହି କଥା ସାମ୍ନାକୁ ଆସିଛି ଯେ ପ୍ରାୟତଃ ଯେଉଁ ଲୋକ ଏସିଡିଟି ସମସ୍ୟା ଶିକାର ହେଉଛନ୍ତି ତାଙ୍କୁ ସାବଧାନ ହୋଇ ଯିବା ଉଚିତ ।
କାହିଁକିନା ଆପଣଙ୍କୁ କ୍ୟାନ୍ସର ଓ ହାର୍ଟ ଅଟାକ ଭଳି ଗମ୍ଭୀର ରୋଗ ହୋଇ ପାରେ ।
ପେଟ ସମସ୍ୟା ପାଇଁ କେବେ ବି ଶାନ୍ତ ରୁହନ୍ତୁ ନାହିଁ କାହିଁକିନା ପେଟ ଆମ ପୁରା ଶରୀରକୁ ଚଳେଇ ଥାଏ ତା ବିନା ଆପଣଙ୍କ ଶରୀର ଖରାପ ହୋଇ ଥାଏ । ପେଟ ସମସ୍ୟା ଦ୍ଵାରା ବହୁତ ଭୟଙ୍କର ରୋଗ ହୋଇ ଥାଏ ଯେମିତିକି ପେଟ ଅଲ୍ସର, ହାର୍ଟ ରୋଗ ବା କ୍ୟାନ୍ସର ଭଳି ଭୟଙ୍କର ରୋଗ ମଧ୍ୟ ହୋଇ ଥାଏ । ଯଦି ଆପଣଙ୍କୁ ପ୍ରାୟତଃ ଏସିଡିଟି ସମସ୍ୟା ହଉଛି ତେବେ ଆପଣଙ୍କୁ ଥରେ ଡକ୍ଟରକୁ ଦେଖେଇବା ନିହାତି ଆବଶ୍ୟକ ଅଟେ ।
କାହିଁକିନା ଏହି ସାମାନ୍ୟ ଏସିଡିଟି ଆଗକୁ ଯାଇ କ୍ୟାନ୍ସର ଭଳି ରୋଗ ହୋଇ ଥାଏ, ଏହି କଥା ଆପଣ ସମସ୍ତେ ଜାଣିଥିବେ ଯେ ପେଟ ରେ ଖାଦ୍ୟ ପାଚନ ପାଇଁ ଏସିଡ ରିଲିଜ ହୋଇ ଥାଏ ତେବେ ଏହି ଏସିଡ ଆମ ପାଇଁ ଭଲ କାମ କରି ଥାଏ କିନ୍ତୁ ବହୁତ ସମୟ ଓପାସ ରହିଲେ ପେଟ ରେ ଖାଦ୍ୟ ନରହିଲେ ଏସିଡ ରିଲିଜ ହେଲେ ଏହା ଆମ ଶରୀର ପାଇଁ ହାନିକାରକ ହୋଇ ଥାଏ ସେଥିପାଇଁ ଖାଇବା ପିଇବା ସମୟ ରେ କରନ୍ତୁ ଓ ପେଟ ଫାଙ୍କା ରଖନ୍ତୁ ନାହିଁ । ସେଥିପାଇଁ ଅତ୍ୟଧିକ ଏସିଡିଟି ହେଲେ ବା ବାରମ୍ବାର ଏସିଡିଟି ହେଲେ ଆପଣଙ୍କୁ ଡକ୍ଟର ପାଖକୁ ଯିବା ଆବଶ୍ୟକ ହୋଇ ଥାଏ ନିଜ ଶରୀର ନିଜ ଦାଇତ୍ଵ ଅଟେ ଏହାର ଦେଖା ଚାହାଁ ନକଲେ ଆପଣଙ୍କୁ ଅସୁବିଧା ହୋଇ ଥାଏ ।