IBN ଓଡ଼ିଶା ବ୍ୟୁରୋ

ଟ୍ୟାକ୍ସି ରେ ଯାଉଥିବା ଝିଅ ହଟାତ ଗାଡି ରଖିବାକୁ କହି ଗଲା ଜଙ୍ଗଲ ଭିତରକୁ , ବହୁତ ସମୟ ଧରି ନ ଫେରିବାରୁ ଡ୍ରାଇଭର ଖୋଜିବାକୁ ଗଲା ଓ ଦେଖିଲା କି ଝିଅଟି…

ବର୍ତମାନ ରେ ଚୀନ ରେ ଏମିତି ଗୋଟେ ଘଟଣା ହୋଇଛି ଯାହା ସମସ୍ତଙ୍କୁ ଭାବିବା ପାଇଁ ବିବସ କରି ଦଉଛି ଯେ ଏହା କଣ ଏବଂ କେମିତି ହୋଇ ପାରିଲା । ଘଟଣା କିଛି ଏମିତିକା ଯେ ଗୋଟେ ୧୫ ବର୍ଷ ଝିଅ ହସ୍ପିଟଲ ଯିବା ପାଇଁ ଟ୍ୟାକ୍ସି ମଗାଇଲେ ଓ ଗାଡି ରେ ବସି ହସ୍ପିଟଲ ପାଇଁ ବାହାରିଲେ ସେହି ରାସ୍ତା ରେ ଗୋଟେ ଜଙ୍ଗଲ ପଡେ, ସେହି ଜଙ୍ଗଲ ମଝିରୁ ରାସ୍ତା ଟି ଯାଇଛି ଜଙ୍ଗଲ ରାସ୍ତା ଆସିଲା ପରେ ହଟାତ ଝିଅ ଡ୍ରାଇବର କୁ ଗାଡି ରଖିବାକୁ କହିଲା ଜେତବେଳେ ଡ୍ରାଇବର ଗାଡି ରଖିବାର କାରଣ ପଚାରିଲା ।

ସେତେବେଳେ ସେ ବାଥରୁମ ଯିବା ପାଇଁ କହିଲା ଏହା ପରେ ଡ୍ରାଇବର ଗାଡି ରଖି ଦେଲା ।

ଗାଡିରୁ ବାହାରି ଝିଅ ଜଙ୍ଗଲ ଆଡୁକୁ ଗଲା କିନ୍ତୁ ବହୁତ ସମୟ ଧରି ଅପେକ୍ଷା କଲା ପରେ ବି ଯେତେବେଳେ ଝିଅ ଫେରିଲା ନାହିଁ ତେବେ ଡ୍ରାଇବରକୁ କିଛି ଭୁଲ ହବାର ସନ୍ଦେହ ହେଲା ଓ ସେ ଝିଅକୁ ଖୋଜିବା ପାଇଁ ଜଙ୍ଗଲ କୁ’ ଗଲା କିନ୍ତୁ ସେଠି ସେ ଯାହା ଦେଖିଲା ତାହା ତା ପାଇଁ ବହୁତ ଆଶ୍ଚର୍ଯ୍ୟ ଘଟଣା ଥିଲା ।

 

ଖବର ଅନୁଯାଇ ଡ୍ରାଇଭର କହିଛି ଯେ ଝିଅ ଜଙ୍ଗଲ ରେ ଗଲା ପରେ ସେ ବହୁତ ସମୟ ଅପେକ୍ଷା କଲା ଓ ଝିଅ ନଫେରିବାରୁ ତାକୁ ସନ୍ଦେହ ହେଲା ଓ କୌଣସି ଭୁଲ ପାଇଁ ତାକୁ ଧରା ଯିବ ବୋଲି ଆଶଙ୍କା ହେଲା ସେଥିପାଇଁ ସେ ଝିଅକୁ ଖୋଜିବା ପାଇଁ ଜଙ୍ଗଲ ଗଲା ଯାହା ପରେ ସେ ହଟାତ ଗୋଟେ ନବଜାତ ଶିଶୁର କ୍ରନ୍ଦନ ଶୁଣିବାକୁ ପାଇଲା । ଯେତେବେଳେ ସେ ଝିଅ ପାଖକୁ ଗଲା ସେହି ନଜାରା ଦେଖି ଆଶ୍ଚର୍ଯ୍ୟ ହୋଇ ଗଲା ଝିଅ ଦେହ ସାରା ରକ୍ତ ଲାଗି ଥିଲା ଓ ତା ପାଖରେ ଗୋଟେ ନବଜାତ ଶିଶୁ କାନ୍ଦୁ ଥିଲା ।

 

ଏହା ସବୁ ଦେଖି ତା ଅବସ୍ତା ଖରାପ ହୋଇ ଗଲା ଓ ସେ ତୁରନ୍ତ ପୋଲିସ କୁ ଏହି ଖବର କଲା ଯାହା ପରେ ପୋଲିସ ଝିଅକୁ ହସ୍ପିଟଲ ନେଇ ଗଲେ, ହସ୍ପିଟଲ ରେ ସେହି ଝିଅ ଚିକିତ୍ସା କରା ଗଲା । ହସ୍ପିଟଲ ଡକ୍ଟର ମଧ୍ୟ ଆଶ୍ଚର୍ଯ୍ୟ ଅଛନ୍ତି ଯେ ଜଙ୍ଗଲ ରେ ବିନା କାହା ସାହାଜ୍ଯ ରେ ଝିଅ ଛୁଆକୁ ଜନ୍ମ ଦେଲା କେମିତି ଓ ପୋଲିସ ଅନୁଯାଇ ଝିଅ ନିଜ ପରିବାର ଓ ଛୁଆ ବାପା ବିଷୟରେ କିଛି କହିବା ପାଇଁ ଚାହୁଁ ନି ତେବେ ପୋଲିସ ଏହି ଘଟଣା ଉପରେ ଯାଞ୍ଚ ଚଲେଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button