ରାଜ୍ୟ

ବନ୍ଧୁତ୍ୱର ପରିଭାଷା ……. – Ibnodisha

[ad_1]

ବନ୍ଧୁତା ଗୋଟିଏ ଏଭଳି ଶବ୍ଦ ଯାହା ମନରେ ଭରିଥାଏ ଗୋଟିଏ ଅଲଗା ସ୍ଫୁରଣ l ଟାଣି ନେଇ ଥାଏ ଅନେକ ଅକୁହା ସ୍ମୃତି କୁ , ଯେଉଁ ସ୍ମୃତି କେବଳ ମନରେ ରୋମାଞ୍ଚ ଯାତ କରିଥାଏ l ମନରେ ଭରି ଥାଏ ଅସୁମାରୀ ଆନନ୍ଦ l ମିତ୍ରତା ଦେଖି ନଥାଏ ରଙ୍ଗ କି ରୂପ , କିମ୍ବା ଦେଖି ନଥାଏ ଧନ ଦଉଲତ l
ପ୍ରତିବର୍ଷ ଅଗଷ୍ଟ ମାସ ର ପ୍ରଥମ ରବିବାର୍ ଦିନଟିକୁ ଭାରତରେ ବିଶ୍ୱ ବନ୍ଧୁତା ଦିବସ ଭାବରେ ପାଳନ କରାଯାଇ ଥାଏ l ଯେଉଁ ଦିନ ଟି କୁ ଆମେ ଫ୍ରେଣ୍ଡସିପ ଡେ ଭାବରେ ପାଳନ କରିଥାଉ l
 ଖାଲି ଆଜିର ଆଧୁନିକ ଯୁଗରେ ନୁହେଁ , ଏହା କେଉଁ ପୁରାଣ ଯୁଗରୁ ରହି ଆସିଛି l ବନ୍ଧୁତା ର ଉଦାହରଣ ହେଉଛନ୍ତି ଶ୍ରୀରାମ ଚନ୍ଦ୍ର ଓ ସୁଗ୍ରୀବ, ଶ୍ରୀକୃଷ୍ଣ ଓ ସୁଦାମା l ଶ୍ରୀରାମ ଙ୍କ ସାହାଯ୍ୟ ପାଇଁ ଯେଉଁଠି ସୁଗ୍ରୀବ ସୀତାଙ୍କୁ ଲଙ୍କାରୁ ଆଣିବା ପାଇଁ ଲଗାଇ ଦେଇଥିଲେ ନିଜର ସମସ୍ତ ଶକ୍ତି l କିନ୍ତୁ ବନ୍ଧୁତା କହିଲେ ବିଶେଷ ଭାବରେ ଆମେ କୃଷ୍ଣ ଓ ସୁଦାମା ଙ୍କ ବନ୍ଧୁତା ର ଉଦାହରଣ ଦେଇଥାଉ l କୃଷ୍ଣ ଓ ସୁଦାମା ଙ୍କର ଏଭଳି ଅନେକ କାହାଣୀ ରହିଛି ଯେଉଁଠି ଉଭୟ ଉଭୟଙ୍କ ପ୍ରତି ତ୍ୟାଗ, ସ୍ନେହ ଓ ସମ୍ମାନ ଦେଖିବାକୁ ମିଳିଥାଏ l
କୃଷ୍ଣ ସୁଦାମା ଙ୍କ ବନ୍ଧୁତାର ପ୍ରମାଣ ସାରା ଦୁନିଆ ଦେଇଥାଏ l କିନ୍ତୁ ଯେତେବେଳେ ଏମାନଙ୍କ ବନ୍ଧୁତାର ଚର୍ଚ୍ଚା ହୋଇଥାଏ ମନ ଭାବୁକ ହୋଇ ଯାଇଥାଏ l ପିଲା ଦିନେ ଗୁରୁକୁଳ ରେ ଶିକ୍ଷା ସମାପ୍ତ କରିବା ପରେ କୃଷ୍ଣ ଓ ସୁଦାମ ନିଜ ନିଜର ଗନ୍ତବ୍ୟ ସ୍ଥଳରେ ଚାଲି ଯାଇଥିଲେ l ସୁଦାମା ବେଦ ପାଠ କରି ଭିକ୍ଷାବୃତି କରି ଜୀବନ ଅତିବାହିତ କରିବାକୁ ଲାଗିଲେ ଏବଂ ଶ୍ରୀକୃଷ୍ନ ରାଜନୀତିଜ୍ଞ ହୋଇ ଦ୍ୱାରିକା ର ରାଜା ହୋଇଗଲେ l ଏହାପରେ ଯୁବକ ଅବସ୍ଥା ଆସିବାରୁ ସୁଦାମା ବିବାହ କରିଥିଲେ ଓ ତାଙ୍କ ଜୀବନ ଖୁବ ଦୁଃଖକଷ୍ଟ ରେ ଅତିବାହିତ ହୋଇଥିଲା l ସେତେବେଳେ ତାଙ୍କ ପତ୍ନୀ କହିଥିଲେ ଦ୍ୱାରିକା ପତି ଶ୍ରୀକୃଷ୍ନ ଙ୍କୁ କିଛି ସହାୟତା ମାଗନ୍ତୁ l ପତ୍ନୀ ଜୋର ଦେବା କାରଣରୁ ସୁଦାମା ଶ୍ରୀକୃଷ୍ଣଙ୍କୁ ସାକ୍ଷାତ କରିବା ପାଇଁ ଦ୍ୱାରିକା ରେ ପହଁଚିଲେ l ଯେତେବେଳେ କୃଷ୍ଣ ଜାଣିଲେ ସୁଦାମା ଙ୍କ ଆସିବା କଥା ସେ ଖାଲି ପାଦରେ ଦଉଡି ଦଉଡି ଚାଲି ଯାଇଥିଲେ ନିଜ ବନ୍ଧୁଙ୍କୁ ପାଛୋଟି ଆଣିବାକୁ l
ସୁଦାମା ଙ୍କ ଦୀନ ହୀନ ଅବସ୍ଥା ଦେଖି କୃଷ୍ଣଙ୍କ ଚକ୍ଷୁରୁ ଅଶ୍ରୁ ବୋହି ଚାଲିଲା, ନିଜ ବନ୍ଧୁଙ୍କୁ ଏତେଦିନ ପରେ ନିକଟରେ ପାଇ ପିଲାଦିନ କୁ ଶ୍ରୀକୃଷ୍ନ ଫେରି ଯାଇଥିଲେ l ସୁଦାମା ଭାବିଥିଲେ କେଉଁଠି ତାଙ୍କ ବନ୍ଧୁ ଜଣେ ରାଜା ଓ କେଉଁଠି ସେ ଜଣେ ଗରିବ ବ୍ରାହ୍ମଣ l ଏହାପରେ ସେ ସୁଦାମା ଙ୍କୁ ପ୍ରଶ୍ନ କରିଥିଲେ ମିତ୍ର ତମେ ମୋ ପାଇଁ କଣ ଆଣିଛ , ଏହାର ପ୍ରତିବଦଳରେ ସୁଦାମା ନିଜ ପତ୍ନୀ ଙ୍କ ଦ୍ୱାରା ଦିଆଯାଇ ଥିବା ଚାଉଳ ଭଜାର ପୁଡିଆ ଅତି ସଂକୋଚ ରେ ଶ୍ରୀକୃଷ୍ନ ଙ୍କ ହାତକୁ ବଢ଼ାଇ ଦେଇ ଥିଲେ l
ଯେଉଁ ଚାଉଳ ଭଜାରେ ରହିଥିଲା କିଛି ଟା ସ୍ନେହ , କିଛିଟା ଆତ୍ମୀୟତା ଓ ଅନେକ ନିବିଡ଼ତା l ଶ୍ରୀକୃଷ୍ଣ ସେହି ଚାଉଳ ଭଜା ପୁଡିଆକୁ ଖୋଲି ସେଥିରୁ ପ୍ରଥମ ମୁଠାଟି ଖାଇବା ପରେ ସେ ସୁଦାମା ଙ୍କୁ ଗୋଟିଏ ଲୋକର ସମ୍ପତି ଦେଇ ଦେଇଥିଲେ l ଏହାପରେ ଦ୍ଵିତୀୟ ମୁଠା ଖାଇ ଆଉ ଗୋଟିଏ ଲୋକ ର ସମ୍ପତି ଦେଇଥିଲେ l ତୃତୀୟ ମୁଠା ଖାଇବାକୁ ନେବାକୁ ହାତ ବଢ଼ାନ୍ତେ ତାଙ୍କ ହାତକୁ ତାଙ୍କ ପାଟରାଣୀ ରୁକ୍ମିଣୀ ଧରି ପକାଇଲେ l ସମସ୍ତେ ଏହା ଦେଖି ବିସ୍ମିତ ହୋଇଗଲେ l
ଏହାପରେ ରୁକ୍ମିଣୀ କହିଥିଲେ ପ୍ରଭୁ ଆପଣ ୨ ମୁଠା ରେ ୨ ଲୋକ ସୁଦାମା ଙ୍କୁ ଦାନ କରି ସାରିଲେଣି l ଆଉ ଗୋଟିଏ ଲୋକ ମାତ୍ର ରହିଛି l ଯଦି ଆପଣ ଆଉ ଗୋଟିଏ ମୁଠା ଚାଉଳ ଭଜା ଖାଇ ଆଉ ଗୋଟିଏ ଲୋକ ଦାନ କରିଦେବେ ତେବେ ଅନ୍ୟ ସବୁ ଜୀବ ଜନ୍ତୁ ଦେବାଦେବୀ ଯିବେ କୁଆଡେ l ଏହି କଥା ରୁକ୍ମିଣୀ ଙ୍କ ର ଶୁଣି ଶ୍ରୀକୃଷ୍ଣ ଅଟକି ଯାଇଥିଲେ l

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button