ରାଜ୍ୟ
ଟ୍ରକ୍କୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ, ଡ୍ରାଇଭର ଓ କର୍ମଚାରୀ ଗୁରୁତର – Ibnodisha
[ad_1]
ଘଟଗାଁ : ଘଟଗାଁ ଥାନା ପିପିଳିଆ ନିକଟରେ ଆଇରନ୍ ଟ୍ରକ୍କୁ ପଛପଟୁ ଧକ୍କା ଦେଲା ଅତ୍ୟାଧୁନିକ ଓମବାଡିସି ଆମ୍ବୁଲାନ୍ସ । ଫଳରେ ଆମ୍ବୁଲାନ୍ସଟି ଚୁରମାର ହୋଇଯାଇଛି। ଆମ୍ବୁଲାନ୍ସ ଡ୍ରାଇଭର ଏବଂ ଅନ୍ୟ ଜଣେ କର୍ମଚାରୀ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ବିଳମ୍ବିତ ରାତିରେ ଢେଙ୍କିକୋଟ ନିକଟବର୍ତ୍ତି ଏକ ଗାଁରୁ ଜଣେ ରୋଗୀକୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଛାଡି କେନ୍ଦୁଝରରୁ ଘଟଗାଁ ଫେରୁଥିଲା । ଏହି ସମୟରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସେପଟେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଆମ୍ବୁଲାନ୍ସଟିକୁ ଜବତ କରିବା ସହିତ ତଦନ୍ତ ଚଲାଇଛି ।
[ad_2]