ଗିଲ୍ ହସ୍ପିଟାଲ୍ରୁ ଡିସ୍ଚାର୍ଜ; ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିବା ସନ୍ଦେହ – Ibnodisha
[ad_1]
ଚେନ୍ନାଇ : ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚେନ୍ନାଇର ଏକ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ଟିମ୍ ଇଣ୍ଡିଆ ଓପ୍ନର୍ ଶୁବମନ୍ ଗିଲ୍ ମଙ୍ଗଳବାର ଡିସ୍ଚାର୍ଜ ହୋଇଛନ୍ତି । ଗିଲ୍ ସୋମବାର ସକାଳେ ଚେନ୍ନାଇର କାବେରୀ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ । ବିସିସିଆଇ ଡାକ୍ତର ରିଜୱାନ୍ ଖାନ୍ଙ୍କ ତତ୍ତ୍ୱାବଧାନରେ ଡାକ୍ତରଙ୍କ ଏକ ଟିମ୍ ତାଙ୍କ ଉପରେ ନଜର ରଖିଥିଲା । ରିପୋର୍ଟ ଅନୁସାରେ ଗିଲ୍ଙ୍କ ପ୍ଲେଟ୍ଲେଟ୍ସ କାଉଣ୍ଟରେ ସୁଧାର ନହେବା କାରଣରୁ ସେ ଟିମ୍ ସହିତ ଦିଲ୍ଲୀ ଯାଇ ନାହାନ୍ତି । ସୋମବାର ବିସିସିଆଇ ଏକ ବୟାନ ଜାରୀକରି ଗିଲ୍ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିବେ ନାହିଁ ବୋଲି ସ୍ପଷ୍ଟ କରିଥିଲା । ଆଗାମୀ ଦୁଇଦିନରେ ତାଙ୍କ ପ୍ଲେଟ୍ଲେଟ୍ କାଉଣ୍ଟ୍ ବୃଦ୍ଧି ପାଇପାରେ ବୋଲି ଡାକ୍ତର କହୁଥିଲେ ମଧ୍ୟ ଅକ୍ଟୋବର ୧୪ରେ ହେବାକୁ ଥିବା ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ତାଙ୍କ ଖେଳିବା ସମ୍ଭାବନା କମ୍ । ସୂତ୍ର ଅନୁସାରେ ଯଦି ତାଙ୍କ ସ୍ୱାସ୍ଥ୍ୟା ଠିକ୍ ରୁହେ ତେବେ ସେ ସିଧା ଅହମ୍ମଦାବାଦ ଯାଇପାରନ୍ତି । ଡେଙ୍ଗୁ ଯୋଗୁଁ ଗିଲ୍ ଅଷ୍ଟ୍ରେଲିଆ ବିପକ୍ଷ ଭାରତର ପ୍ରଥମ ମ୍ୟାଚ୍ରେ ମଧ୍ୟ ଖେଳିନଥିଲେ ।
[ad_2]