ରାଜ୍ୟ

କମିବ ଆଳୁ ଦର: ପଶ୍ଚିମବଙ୍ଗରୁ ଆସିଲା ୫ ଟ୍ରକ୍, ଉତ୍ତରପ୍ରଦେଶ ଟ୍ରକ୍‌କୁ ଅପେକ୍ଷା

ଭୁବନେଶ୍ବର: ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଥିବାବେଳେ ଗୁରୁବାର ଭୁବନେଶ୍ବରର ଆଇଗିଣିଆସ୍ଥିତ କୁବେରପୁରୀ ଆଳୁ ଗୋଦାମରେ ପଶ୍ଚିମବଙ୍ଗରୁ ୫ ଟ୍ରକ୍ ଆଳୁ ଆସି ପହଞ୍ଚିଛି। ଫଳରେ ଏବେ ଆଳୁ ଦର କମିବାର ଆଶା ଦେଖାଦେଇଛି।

ତେବେ ରାଜ୍ୟ ସରକାର ଉତ୍ତରପ୍ରଦେଶର ସରକାରଙ୍କଠାରୁ ମାଗିଥିବା ଆଳୁ ଏପର୍ଯ୍ୟନ୍ତ ପହଞ୍ଚିନାହିଁ। ଉତ୍ତରପ୍ରଦେଶ ଟ୍ରକ୍‌କୁ ଅପେକ୍ଷା କରାଯାଇଛି।

ଉତ୍ତରପ୍ରଦେଶରୁ ଆଳୁ ଟ୍ରକ୍ ଆସିଲେ ଆଳୁ ଦର ପୁଣି କମିବାର ସମ୍ଭାବନା ରହିଛି।

ଖବର ଅନୁଯାୟୀ, ରାଜ୍ୟରେ ଗତ କିଛି ଦିନ ଧରି ଆଳୁ ଦର ଉପରମୁହାଁ ରହିଥିଲା । ପଶ୍ଚିମବଙ୍ଗରୁ ଠିକ୍ ସମୟରେ ଆଳୁ ଟ୍ରକ୍ ନ ଆସିବାରୁ ଚାହିଦା ଅନୁସାରେ ଆଳୁ ନ ଥିବାରୁ ଦର ବଢ଼ିବାରେ ଲାଗିଥିଲା।

ଖୁଚୁରା ବଜାରରେ ଆଳୁ ଦର କିଲୋଗ୍ରାମ୍ ପିଛା ୫୦-୬୦ ଟଙ୍କାରେ ପହଞ୍ଚିଥିଲା। ପଶ୍ଚିମବଙ୍ଗରୁ ଆଳୁ ଟ୍ରକ୍ ନ ଆସିବାରୁ ଉତ୍ତରପ୍ରଦେଶରୁ ଆଳୁ ଟ୍ରକ୍ ଆସିବ ବୋଲି ବିଭାଗୀୟ ମନ୍ତ୍ରୀ କହିଥିଲେ । ହେଲେ ଉତ୍ତରପ୍ରଦେଶରୁ ମଧ୍ୟ ଟ୍ରକ୍ ଆସି ନ ଥିଲା। ଫଳରେ ଦର ବଢିଚାଲିଥିଲା । ଆଳୁ ଟ୍ରକ୍
ଆସିବା ସ୍ୱାଭାବିକ ହୋଇ ନଥିବାରୁ ଗୋଦାମ ଖାଲି ପଡିଥିଲା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button