ରାଜ୍ୟ

ମଟର ସାଇକେଲ ଚୋରି, କଏଦ ହେଲା ସିସିଟିଭି ଫୁଟେଜ

ସାଲେପୁର: ସାଲେପୁର ଥାନା ଅନ୍ତର୍ଗତ ସାପ୍ତାହିକ ହାଟରୁ ନିୟମିତ ବାଇକ୍ ଓ ମୋବାଇଲ ଚୋରି ହେଉଛି । ଏହାକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ହାଟରେ ସିସିଟିଭି ଲଗାଇଥିଲେ। ହାଟରୁ ଏକ ବାଇକ୍ ଦୁର୍ବୃତ୍ତ ଚୋରି କରୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଗତ ସପ୍ତାହରେ ସାଲେପୁର ସାପ୍ତାହିକ ହାଟରୁ ସାଲେପୁର କୃଷି ବିଭାଗର ଅବସରପ୍ରାପ୍ତ କୃଷି ଅଧିକାରୀ ଶରତ କୁମାର ସିଂହ ବାଇକ୍ ଯୋଗେ ଆସି ଏକ ସ୍ଥାନରେ ରଖି ପରିବା କିଣୁଥିଲେ ।

 

ଏହି ସମୟରେ ସେଠାରେ ପୂର୍ବରୁ ଛକି ରହିଥ‌ିବା ଦୁର୍ବୃତ୍ତ ତାଙ୍କୁ ପିଛାକରି ଗତିବିଧ‌ିକୁ ଲକ୍ଷ୍ୟକରିଥିଲେ । ହାଟ ମଧ୍ୟଭାଗକୁ ପଳାଇଗଲା ପରେ ଦୁର୍ବୃତ୍ତ ଜଣକ ବାଇକ୍ ନିକଟରେ ପହଞ୍ଚି ଚାବିରେ ଖୋଲିବାରେ ପ୍ରଥମେ ବିଫଳ ହୋଇଥିଲେ । ପରେ ମାଷ୍ଟର ଚାବିରେ ବାଇକ୍ ଖୋଲି ଦ୍ରୁତଗତିରେ ନେଇ ପଳାଇଯାଇଥିଲେ । ଏହି ଘଟଣା ସିସିଟିଭିରେ କଏଦ ହେବା ପରେ ପୋଲିସ ଫୁଟେଜ୍‌କୁ ଆଧାରକରି ବାଇକ୍ ଚୋରି କରିଥିବା ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button