ଅପରାଧ

ପତି-ପତ୍ନୀ କଳହର କରୁଣ ପରିଣତି, ସ୍ଵାମୀର ଛୁରା ମାଡ଼ରେ ପତ୍ନୀ ମୃତ

ଯାଜପୁର ଟାଉନ : ପତି-ପତ୍ନୀ କଳହର କରୁଣ ପରିଣତି । ସ୍ଵାମୀର ଛୁରା ମାଡ଼ରେ ପତ୍ନୀ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ମଙ୍ଗଳପୁର ଥାନା ଦତ୍ତପୂର ପଞ୍ଚାୟତର ନାରାୟଣପୁର ଗ୍ରାମରେ । ମୃତକ ହେଲେ ସବିତା ସାହୁ । ଅଭିଯୁକ୍ତ ସ୍ଵାମୀ ଅଭିମନ୍ୟୁ ସାହୁକୁ ଗିରଫ କଲା ମଙ୍ଗଳପୁର ଥାନା ।

ସୂଚନା ମୁତାବକ ଦତ୍ତପୁର ପଞ୍ଚାୟତ ନାରାୟଣପୁର ଗାଁର ଅଭିମନ୍ୟୁ ସାହୁ ଓ ପତ୍ନୀ ସବିତାଙ୍କ ମଧ୍ୟରେ କୌଣସି କାରଣରୁ କଥା କଟା କଟି, ଯୁକ୍ତି ତର୍କ ଲାଗିଥିଲା ।

ଅଭିମନ୍ୟୁ ପତ୍ନୀଙ୍କ କଥା ସହି ନପାରି ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲା । ପତ୍ନୀ ସବିତାଙ୍କ ବେକ, ଛାତିରେ ଗଭୀର ଆଘାତ ଲାଗିଥିଲା ।

ରକ୍ତ ଯୁଡୁବୁଡୁ ଅବସ୍ଥାରେ ତାଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ଏସଡିପିଓ ସତ୍ୟବ୍ରତ ଲେଙ୍କା, ଏସ ଆଇ ବିଭୂତି ଭୂଷଣ ମହାପାତ୍ର ସଦଳବଳ ଘଟଣା ସ୍ଥଳରେ ପହଞ୍ଚି ସ୍ଵାମୀ ଅଭିମନ୍ୟୁ ସାହୁକୁ ଗିରଫ କରି ତଦନ୍ତ ଆରମ୍ଭ କରି

Related Articles

Leave a Reply

Your email address will not be published. Required fields are marked *

Back to top button