ଅପରାଧ

ଦାଦା ନେଇଗଲା ଝିଆରୀର ଜୀବନ, ଅଭିଯୁକ୍ତ ଦାଦାଙ୍କୁ ଗିରଫ କରିଛି ପୋଲିସ୍

ଦଳା: ସମ୍ପର୍କରେ ଲାଗିଲା କଳଙ୍କ ଛିଟା । ଦାଦା ସାଜିଲା ନିର୍ଦ୍ଦୟ । ବର୍ବରତାର ସବୁ ସୀମା ଟପି ଗଲା ଦାଦା । ଝିଆରୀକୁ ହତ୍ୟା କରିବାକୁ ମନରେ ରଖିଥିଲା ଅନେକ ରାଗ । ପ୍ରଥମେ ଟାଙ୍ଗିଆରେ ହାଣି ଚାଲିଥିବା ବେଳେ ଟାଙ୍ଗିଆ ଭାଙ୍ଗିଯିବାରୁ ପାଖରେ ଥିବା କୋଦାଳ ଆଣି ଝିଆରୀକୁ ଅତି ନିର୍ମମ ଭାବେ ହାଣି ହତ୍ୟା କଲା । ଜମି ଜମା ବିବାଦକୁ ନେଇ ଝିଆରୀକୁ ବିଲ ମଝିରେ ଟାଙ୍ଗିଆରେ ହାଣି ହତ୍ୟା କଲା ଦାଦା ।

ଏଭଳି ଘଟଣା ଘଟିଛି ଶରତ ଥାନା ବେଗୁନିଆସାହି ଗ୍ରାମରେ । ଗ୍ରାମର ଛିତା ମୁର୍ମୁ ବିବାହ ପରେ ନିଜ ଘର ବେଗୁନିଆସାହିରେ ରହୁଥିଲେ । ଛିତା ମୁର୍ମୁଙ୍କ ବାପାଙ୍କ ମୃତ୍ୟୁ ପରେ ସମସ୍ତ ଜମି ଛିତାଙ୍କ ନାମରେ ରହିଥିଲା ।

ହେଲେ ଛିତାଙ୍କ ଦାଦା ନିମାଇଁ ଚରଣ ମାରାଣ୍ଡି ଦୀର୍ଘ ବର୍ଷ ହେବ ଉକ୍ତ ଜମିକୁ ହାତେଇବା ପାଇଁ ଚେଷ୍ଟା କରି ଆସୁଥିଲେ । ହେଲେ ସମୟର ଅପେକ୍ଷା କରି ବିଲରେ ଛିତା କାମ କରୁଥିବା ବେଳେ ତାଙ୍କର ଦାଦା ନିମାଇ ସେଠାରେ ପହଂଚି ଏକ ଟାଙ୍ଗିଆରେ ଝିଆରୀକୁ ଆକ୍ରମଣ କରିଥିଲେ । ଝିଆରୀକୁ ଟାଙ୍ଗିଆରେ ଆଖି ବୁଜା ହାଣିବା ପରେ ସେଠାରୁ ଚାଲି ଆସିଥିଲା ଦାଦା । ଯେଉଁଥିରେ ଝିଆରୀ ଛିତାର ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକେ ଘଟଣା ବାବଦରେ ଖବର ପାଇ ପୋଲିସ୍‌କୁ ଖବର ଦେବା ପରେ ପୋଲିସ୍ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଥିଲା । ତତସହିତ ସାଇଂଟିଫିକ୍ ଟିମ ସହାୟତାରେ ତଦନ୍ତକୁ ତ୍ୱରାନ୍ୱିତ କରିଥିବା ବେଳେ ଅଭିଯୁକ୍ତ ଦାଦା ନିମାଇଁ ଚରଣ ମାରାଣ୍ଡିକୁ ପୋଲିସ୍ ଗିରଫ କରିଛି । ଏହା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଓ କୋଦାଳକୁ ପୋଲିସ୍ ଜବତ କରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button