IBN ଓଡ଼ିଶା ବ୍ୟୁରୋ
; ବୁର୍ଜ ଖଲିଫାର ଶୀର୍ଷରୁ ଭୂପୃଷ୍ଠର ଦୃଶ୍ୟ..

ନୂଆଦିଲ୍ଲୀ : ଇଣ୍ଟରନେଟ୍ ଦୁନିଆରେ କିଛି ଦିନ ହେବ ବୁର୍ଜ ଖଲିଫାର ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି । ଏହା ସଭିଁଙ୍କ ଧ୍ୟାନକୁ ନିଜ ଆଡକୁ ଆକର୍ଷିତ କରୁଛି । ଯାହାକୁ ଲୋକେ ବାରମ୍ବାର ଦେଖୁଛନ୍ତି । ଭାଇରାଲ ହେଉଥିବା ଏହି ହୃଦୟସ୍ପର୍ଶୀ ଭିଡିଓ ଜରିଆରେ ବୁର୍ଜ ଖଲିଫା ଅଟ୍ଟାଳିକାର ଶୀର୍ଷରୁ ଭୂପୃଷ୍ଠର ଦୃଶ୍ୟ ଦେଖିବାକୁ ମିଳିଛି ।
ଯାହାକୁ ଦେଖି ମନମୁଗ୍ଧ ହେବା ସ୍ୱଭାବିକ । ସାରା ଦୁନିଆ ନଜରରେ ଏହି ଅଟ୍ଟାଳିକାର ନିଜର ସୁନ୍ଦରତା ପାଇଁ ଖୁବ୍ ପ୍ରସିଦ୍ଧ । ୮୨୮ ମିଟର (୨,୭୧୭) ଫୁଟ୍ ଉଚ୍ଚ ଏବଂ ୧୬୩ ମହଲା ବିଶିଷ୍ଟ ଏହି ଉଚ୍ଚ ଅଟ୍ଟାଳିକାରୁ ଭୂପୃଷ୍ଠର ଦୃଶ୍ୟ ଆଶ୍ଚର୍ଯ୍ୟଜନକ ଓ ହୃଦୟସ୍ପର୍ଶୀ।




