ଭୂମୀରେ କଦାପି ରଖନ୍ତୁ ନାହିଁ ଏହି ସବୁ ଜିନିଷ ! ଆପଣଙ୍କ ଏହି ଭୁଲ ଘରକୁ ଗରିବୀକୁ ଡାକି ଆଣେ !
ବନ୍ଧୁଗଣ ଦରିଦ୍ରତାକୁ କେହି ମଧ୍ୟ ପସନ୍ଦ କରନ୍ତି ନାହିଁ । ହେଲେ ଯଦି ଆପଣଙ୍କ ଜାଣତରେ କି ଅଜାଣତରେ ଏମିତି କିଛି ଭୁଲ କରୁଥାନ୍ତି । ତେବେ ଆପଣ ନିଜେ ମାତା ଲକ୍ଷ୍ମୀଙ୍କୁ କ୍ରୋଧିତ କରିବା ସହ ନିଜ ଦରିଦ୍ରତାକୁ ନିଜେ ଆମନ୍ତ୍ରିତ କରିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ କହିବା ପାଇଁ ଯାଉଛୁ । ଯାହା ଆପଣଙ୍କୁ ଜାଣିବାର ଆବଶ୍ୟକତା ରହିଅଛି । ବନ୍ଧୁଗଣ ଏମିତି କିଛି ଜିନିଷ ରହିଛି ଯାହାକୁ କେବେବି ଭୂମୀ ଉପରେ ରଖିବା ଉଚିତ ନୁହେଁ । ନଚେତ ଏହାର ଖରାପ ପରିଣାମ ଆପଣଙ୍କୁ ଭୋଗିବାକୁ ପଡିଥାଏ । ତେବେ ସେହି ସବୁ ଜିନିଷ କ’ଣ ଅଟେ ? ଯାହାକୁ ଭୂମୀରେ ରଖିବା ଅନୁଚିତ ଆସନ୍ତୁ ଜା
କଳସ – ଭୁଲରେ ମଧ୍ୟ କେବେ କଳସକୁ ଭୂମିରେ ରଖନ୍ତୁ ନାହିଁ । ଚାଉଳ କିମ୍ବା ଧାନ କିଛି ରଖି ନହେଲେ ମୁରୁଜ ପକାଇ ତା’ ଉପରେ କଳସକୁ ସ୍ଥାପନା କରନ୍ତୁ । ଏହା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ।
ଶାଳଗ୍ରାମ – ପ୍ରାୟ ସମସ୍ତେ ଶାଳଗ୍ରାମକୁ ଘରେ ରଖି ପୂଜା କରନ୍ତି । ଶାଳଗ୍ରାମକୁ ଭୂମିରେ ରଖିଲେ, ଘରର ଆର୍ଥିକ ଅବସ୍ଥା ଖରାପ ହେବାକୁ ଲାଗେ । ତେଣୁ ଶାଳଗ୍ରାମକୁ ତଳେ ଅର୍ଥାତ ଭୂମୀରେ ରଖି ପୂଜା ନକରି କୌଣସି ଏକ ଉଚ୍ଚା ସ୍ଥାନରେ ରଖି ପୂଜା କରନ୍ତୁ ।
ଭଗବାନଙ୍କ ପ୍ରତିମା – ପ୍ରତ୍ଯେକଟି ହିନ୍ଦୁ ଲୋକଙ୍କ ଘରେ ଘରେ ଠାକୁରଙ୍କ ପୂଜା ପାଇଁ ସ୍ଵତନ୍ତ୍ର ଠାକୁର ଘର ରହିଥାଏ । ଯେଉଁଠାରେ ଠାକୁରଙ୍କୁ ରଖି ପୂଜାପାଠ ସକାଳ ଓ ସନ୍ଧ୍ଯା ସମୟରେ କରାଯାଇଥାଏ। ଯେତେବେଳେ ଠାକୁରଙ୍କ ଫୋଟ କି ମୂର୍ତ୍ତି ଉପରେ ଧୁଳି ଜମା ହୋଇଯାଇଥାଏ । ସେତେବେଳେ କିଛି ଲୋକ ଠାକୁରଙ୍କ ପ୍ରତିମାକୁ ତଳେ ରଖି ତାକୁ ସବୁ ପୋଛାପୋଛି କରନ୍ତି । କିନ୍ତୁ ମନେରଖନ୍ତୁ ଯେ ଭୁଲରେ ମଧ୍ୟ ଭଗବାନଙ୍କ ମୂର୍ତ୍ତିଗୁଡ଼ିକୁ ଭୂମିରେ ରଖନ୍ତୁ ନାହିଁ । ଏହି କାରଣରୁ ଘରେ ବିଶୃଙ୍ଖଳା ଓ ଅଶାନ୍ତି ଦେଖାଯାଇଥାଏ ।