IBN ଓଡ଼ିଶା ବ୍ୟୁରୋ

ଏହି 3 ରାଶିର ଲୋକ ବିବାହ ପରେ ସ୍ତ୍ରୀଙ୍କୁ ଖୁସିରେ ରଖି ପାରନ୍ତିନି –

ବନ୍ଧୁଗଣ ବିବାହ ପରେ ପୁରୁଷ ଏବଂ ମହିଳା ଅର୍ଥାତ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଏକ ସୁ ସମ୍ପର୍କ ଗଢି ଉଠିଥାଏ । ବିବାହ ପରେ ସେମାନେ ପରସ୍ପରର ଜୀବନସାଥି ହୋଇଯାଇଥାନ୍ତି । ହେଲେ ଏଭଳି 3 ଟି ରାଶି ଅଛି । ଯେଉଁ ମାନେ ବିବାହ ପରେ ତାଙ୍କ ସ୍ତ୍ରୀ କୁ ଖୁସିରେ ରଖିପାରନ୍ତି ନାହିଁ । ତେବେ ଏଭଳି କେଉଁ 3 ଟି ରାଶି ରହିଛି । ଯେଉଁ ମାନେ ତାଙ୍କ ସ୍ତ୍ରୀ ଙ୍କୁ ମ୍ୟାରେଜ ପରେ ଖୁସିରେ ରଖିପାରିନଥାନ୍ତି ଆସନ୍ତୁ ଜାଣିବା ।ମୀନ ରାଶି;- ଏହି ମୀନ ରାଶିର ଲୋକେ ବିବାହ ପରେ ନିଜ ସ୍ତ୍ରୀ କୁ ଖୁସିରେ ରଖିପାରିନଥାନ୍ତି । କାରଣ ସଂସାରର ଅନେକ ଦାୟିତ୍ଵ ଏବଂ ବୋଝ ଏହି ମୀନ ରାଶିର ପୁରୁଷଙ୍କ ଉପରେ ଲଦି ହୋଇଯାଇଥାଏ । ତେଣୁ ଯେତେ ରୋଜଗାର କରିଲେ ମଧ୍ୟ ଅନେକ ସମୟରେ ଅଭାବ ଅନାଟନ ଦେଖାଯାଇଥାଏ । ଏହି ଅଭାବ କାରଣରୁ ମୀନ ରାଶିର ଲୋକେ ସ୍ତ୍ରୀ ଖୁସି ସବୁବେଳେ ଖୁସିରେ ରଖିପାରିନଥାନ୍ତି । ଏହାଛଡା ଏହି ରାଶିର ଲୋକେ ତାଙ୍କ ସ୍ତ୍ରୀ ଙ୍କୁ ସନ୍ଦେହ ଦ୍ରୁଷ୍ଟିରେ ବେଳେବେଳେ ଦେଖିଥାନ୍ତି । ତେଣୁ କିଛି ନା କିଛି କାରଣରୁ ସ୍ଵାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ଲାଗିଯାଇଥାଏ ।

 

ବୃଷ ରାଶି;- ଏହି ରାଶିର ପୁରୁଷ ମାନେ କ୍ଷଣକୋପୀ ହୋଇଥାନ୍ତି । କଥା କଥାରେ ଏମାନେ ରାଗି ଯାଇଥାନ୍ତି । ଯଦିଓ ଏହି ରାଶିର ପୁରୁଷ ଲାଜୁଆ ସ୍ଵଭାବର ହୋଇଥାନ୍ତି । ହେଲେ ଏମାନେ ନିଜ ସ୍ତ୍ରୀ କୁ ନିଜ ଆକଟରେ ରଖିବାକୁ ଚାହିଁଥାନ୍ତି । ସ୍ତ୍ରୀ କୁ ଅଧିକ ସ୍ଵାଧୀନତା ଦେଇନଥାନ୍ତି । ଏହି ସବୁ କାରଣରୁ ବୃଷ ରାଶିର ପୁରୁଷଙ୍କ ସ୍ତ୍ରୀ ମାନେ ବହୁତ ସମୟରେ ତାଙ୍କ ସ୍ଵାମୀ ଉପରେ ରାଗିକି ରହିଥାନ୍ତି ।

 

କନ୍ୟା ରାଶି;- ଏହି ରାଶିର ପୁରୁଷ ଜାତି ସାମାନ୍ୟ ସନ୍ଦେହୀ ନଜରର ହୋଇଥାନ୍ତି । ଏମାନେ ନିଜ ସ୍ତ୍ରୀ କୁ ନିଜ ଆଖି ଆଗରୁ କିଛି ସମୟ ପାଇଁ ମଧ୍ୟ ଦୂରେଇ ରଖିବାକୁ ଚାହାନ୍ତି ନାହିଁ । ଏହି ରାଶିର ପୁରୁଷ ନିଜ ସ୍ତ୍ରୀ ର ଯେତେ ଭଲ କାମ ଦେଖିଲେ ମଧ୍ୟ କିଛି ନା କିଛି ଦୋଷ ଏମାନେ ବାହାର କରିଦିଅନ୍ତି । ସ୍ତ୍ରୀ ମାନେ ଏମାନଙ୍କୁ ଯଦି କିଛି କଥା କହିଥାନ୍ତି ।

ଅନେକ ସମୟରେ ଏହି କନ୍ୟା ରାଶିର ପୁରୁଷ ଭୁଲିଯିବା କାରଣରୁ ମଧ୍ୟ କନ୍ୟା ରାଶିର ପୁରୁଷ ସବୁବେଳେ ନିଜ ସ୍ତ୍ରୀ କୁ ଖୁସି ଖୁସିରେ ରଖିପାରିନଥାନ୍ତି । ଏହି ରାଶିର ବହୁ ପୁରୁଷଙ୍କର ରୋଜଗାର ମଧ୍ୟ କମ ହୋଇଥିବାରୁ ଅନେକ ସମୟରେ ତାଙ୍କ ସ୍ତ୍ରୀ ଚାହୁଁଥିବା ଖୁସିକୁ ସେମାନେ ନିଜ ସ୍ତ୍ରୀ କୁ ପ୍ରଦାନ କରିପାରିନଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button