IBN ଓଡ଼ିଶା ବ୍ୟୁରୋ

ବିବାହିତା ମହିଳା କାହିଁକି ହାତରେ ପିନ୍ଧନ୍ତି ଶଙ୍ଖା ?

ଘରର ମହିଳାଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଇଥାଏ । ତେଣୁ ବିବାହିତା ମହିଳା ମାନେ ବିବାହ ପରେ ଷୋଳ ଶ୍ରୁଙ୍ଗାରରେ ନିଜକୁ ସଜେଇ ରଖିଥାନ୍ତି । ବିଶେଷ କରି ହାତରେ ଶଙ୍ଖା ଏବଂ ମଥାରେ ସିନ୍ଦୁର ରହିବା ନିହାତି ଭାବେ ଦରକାର ହୋଇଥାଏ । କାରଣ ହେଉଛି ପ୍ରତ୍ଯେକ ନାରୀର ସଧବାର ପ୍ରତୀକ । ଗୁରୁଜନ ମାନେ ଯେତେବେଳେ ବିବାହିତା ମହିଳାଙ୍କୁ ଆଶ୍ରୀବାଦ ଦେଇଥାନ୍ତି । ସେତେବେଳେ ସେମାନେ ଆଶ୍ରୀବାଦ ଦେଇ ମହିଳାଙ୍କୁ କହିଥାନ୍ତି । ବୁଢୀଟିଏ ହେଇଥା । ତୋ ଶଙ୍ଖା, ସିନ୍ଦୁର ବଜ୍ର ହେଉ ।

 

ତେବେ ଗୁରୁଜନ ମାନେ ମହିଳାଙ୍କୁ ଏଭଳି କହିବାର ଅର୍ଥ ହେଉଛି । ସେମାନେ ମହିଳା ଜଣଙ୍କୁ ବୁଢୀ ହେବା ପର୍ଯ୍ୟନ୍ତ ଶଙ୍ଖା, ସିନ୍ଦୁର ପିନ୍ଧି ରହିବାର ଆଶ୍ରୀବାଦ ଦେଇଥାନ୍ତି । ଅର୍ଥାତ ସେହି ମହିଳାର ସ୍ଵାମୀ ଦୀର୍ଘାୟୁ ହୋଇ ରହିଥାଉ ବୋଲି ଆଶ୍ରୀବାଦ କରିଥାନ୍ତି । ତେବେ ଜଣେ ବିବାହିତା ମହିଳା ଙ୍କ ଜୀବନରେ ସିନ୍ଦୁର ଭଳି ଶଙ୍ଖାର ମଧ୍ୟ ବହୁତ ମହତ୍ଵ ରହିଥାଏ । ଶଙ୍ଖା ଶଙ୍ଖରୁ ତିଆରି ହୋଇଥାଏ । ବନ୍ଧୁଗଣ ଶଙ୍ଖର ଜନ୍ମ ଯେଉଁ ସମୁଦ୍ରରୁ ହୋଇଛି । ମାତା ଲକ୍ଷ୍ମୀ ଓ ଚନ୍ଦ୍ର ଦେବତାଙ୍କ ଜନ୍ମ ମଧ୍ୟ ସେହି ସମୁଦ୍ରରୁ ହୋଇଛି ।

ସୂର୍ଯ୍ୟ ଆତ୍ମାର ପ୍ରତୀକ ହୋଇଥିବା ବେଳେ ଚନ୍ଦ୍ର ହେଉଛନ୍ତି ମନର ପ୍ରତୀକ । ସେହିପରି ଲକ୍ଷ୍ମୀ ହେଉଛନ୍ତି ଚନ୍ଦ୍ରଙ୍କର ଭଉଣୀ। ତେଣୁ ଲକ୍ଷ୍ମୀଙ୍କୁ ଆମେ ସମସ୍ତେ ମାତା ବୋଲି କହୁଥିବା ବେଳେ ଚନ୍ଦ୍ରକୁ ଆମେ ମାମୁଁ ବୋଲି କହିଥାଉ । ଚନ୍ଦ୍ର ଯେମିତି ମନର ପ୍ରତୀକ ଠିକ ସେହିପରି ମାତା ଲକ୍ଷ୍ମୀ ମଧ୍ୟ ହେଉଛନ୍ତି ମନର ପ୍ରତୀକ । ମନ ବହୁତ ଚଞ୍ଚଳ ହୋଇଥାଏ । ତେଣୁ ମାତା ଲକ୍ଷ୍ମୀଙ୍କୁ ଚଞ୍ଚଳା ବୋଲି କହିଥାଉ ।

ତେବେ ଏହି ମନ ଯଦି ଦୃଢ ଇଛା ଓ ଦୃଢ ସଂକଳ୍ପ ନେଇ ରହିପାରିବ । ତେବେ ସେ ଜୀବନରେ ବହୁତ କିଛି ଉନ୍ନତି କରିପାରିବ । କାରଣ ମନ ଏବଂ ଧନର ସଦୁପୋଯୋଗ ହେଲେ ହିଁ ବ୍ୟକ୍ତି ଜୀବନରେ ଭଲ ମାର୍ଗରେ ଆଗକୁ ଯାଇ ଜୀବନରେ ବହୁତ ଉନ୍ନତି କରିପାରିଥାଏ । ଯଦି ତାହାର ଦୁରୂପୋଯୋଗ ହୋଇଥାଏ । ତେବେ ବ୍ୟକ୍ତି ଲାଭ ବଦଳରେ ନିଜର କ୍ଷତି କରି ବସିଥାଏ ।

ତେଣୁ ଏହି ସମସ୍ତ କାର୍ଯ୍ୟ ପାଇଁ ମନର ସ୍ଥିରତା ଏବଂ ଏକାଗ୍ରତା ନିହାତି ଭାବରେ ଦରକାର ପଡିଥାଏ । ତେଣୁ ମହିଳା ମାନେ ପିନ୍ଧୁଥିବା ଶଙ୍ଖା ସହିତ ମନର ବହୁ ନିବିଡ ସମ୍ପର୍କ ରହିଛି । ଯଦି ବିବାହିତା ମହିଳା ନିଜ ହାତରେ ଶଙ୍ଖା ପିନ୍ଧିବେ । ତେବେ ତାଙ୍କ ଠାରେ ସ୍ଥିରତା ଓ ମନରେ ଏକାଗ୍ରତା ଆସିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button