IBN ଓଡ଼ିଶା ବ୍ୟୁରୋ

ଅଧିକ ଶୋଇଲେ କ’ଣ ସମୟ ନଷ୍ଟ ହୋଇଥାଏ କି !

ଆଜିକାଲି ରାତିରେ ନିଦ ନହେବା ଲୋକଙ୍କର ସବୁଠୁ ବଡ ସମସ୍ଯା କହିଲେ ଚଳେ । ନିଦ ନହେବାର ମଧ୍ୟ ଅନେକ ଗୁଡିଏ କାରଣ ରହିଅଛି । ବିଶେଷଜ୍ଞମାନେ କୁହନ୍ତି କି, ଆପଣ ଯେତେ ଶୋଇବେ ସେତେ ଆପଣଙ୍କ ପାଇଁ ଭଲ । କିଛି ଲୋକ କୁହନ୍ତି ଆପଣ ଯଦି ଶୋଉଛନ୍ତି ତେବେ ଆପଣ ସମୟ ନଷ୍ଟ କରୁଛନ୍ତି । କିନ୍ତୁ ଏକଥା ସଂପୂର୍ଣ୍ଣ ଭୁଲ ଅଟେ । ଆଜିର ସମୟରେ ଯଦି ଆପଣ ଭଲରେ ନିଦ୍ରା ପାଇପାରୁଛନ୍ତି । ତେବେ ଏହା ବହୁତ ଭଲ କଥା ଅଟେ ।

 

ଏନେଇ ଭାରତରେ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ, ପ୍ରତି 10 ଜଣରେ 2ଜଣ ଲୋକଙ୍କୁ ରାତିରେ ନିଦ ଆସୁନି । 10 ରୁ 9 ଜଣଙ୍କର ରାତିରେ 2-3 ଥର ନିଦ ଭାଙ୍ଗୁଛି । 10ରୁ 3 ଜଣଙ୍କୁ କମ୍ ସମୟ ନିଦ ହେଉଛି ।

ବନ୍ଧୁଗଣ ଯେପରି ମୋବାଇଲ ହ୍ୟାଙ୍ଗ ହେଲେ ଆମେ କିଛି ଅଦରକାରୀ ଡାଟା ଡ଼ିଲିଟ କରି ଦେଇଥାଉ । ଠିକ ସେହିପରି ଶୋଇଲେ ଆମର ମୁଣ୍ଡର ମେମୋରୀ ଖାଲି ହୁଏ ଯାହା ଆମକୁ ଅଧିକ କାମ କରିବା ପାଇଁ ଶକ୍ତି ଯୋଗାଏ । ଶୋଇବା ଦ୍ଵାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢେ ଓ କମ୍ ଶୋଇଲେ ଶରୀର ମୋଟା ହୋଇଥାଏ ଏବଂ ଅନେକ ରୋଗ ମଧ୍ୟ ହୋଇଥାଏ ।

ତେବେ ଏହାକୁ ନେଇ 5ଟି ଦେଶରେ ସର୍ଭେ କରାଯାଇଥିଲା । ଏଥିରୁ ଦେଖାଯାଇଛି କି ଦେଶବାସୀ ଭଲରେ ଶୋଇବା ଦ୍ଵାରା ଆଫ୍ରିକା, ଆମେରିକା, ୟୁଏଇ ଓ ଅଷ୍ଟ୍ରେଲିଆ ଭଳି ଦେଶର ଜିଡିପି ବୃଦ୍ଧି ପାଇଛି । କାରଣ ଶୋଇବା ଦ୍ଵାରା ଲୋକଙ୍କ କାର୍ଯ୍ୟକ୍ଷମତା ବୃଦ୍ଧି ପାଇଥାଏ । ଅନ୍ୟପଟେ ନିଦ ଲାଗୁ ନଥିବା ଲିଷ୍ଟରେ ପ୍ରଥମ ସ୍ଥାନରେ ଜାପାନ ରହିଥିବା ବେଳେ ଦ୍ଵିତୀୟ ସ୍ଥାନରେ ରହିଛି ଭାରତ ।

ଛୋଟ ଛୁଆ ତିନିମାସ ମଧ୍ୟରେ ଦିନକୁ 20 ଘଣ୍ଟା ଶୋଉଥିବା ବେଳେ ଅର୍ଦ୍ଧ ବୟସ୍କ ଅର୍ଥାତ 25 ରୁ 40 ବର୍ଷର ଲୋକମାନେ ଦିନକୁ 10 ଘଣ୍ଟା ଶୋଇବା ଆବଶ୍ୟକ ରହିଛି । ବୃଦ୍ଧାବସ୍ଥାରେ 6-7 ଘଣ୍ଟା ନିଦ ହୋଇଥାଏ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି, ବିଶ୍ବରେ ନିଦକୁ ନେଇ ବ୍ୟବସାୟ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସ୍ଳିପିଙ୍ଗ ଥେରାପି ଶିଖିବା ପାଇଁ ଲୋକେ ଫରେନ ୟୁନିଭର୍ସିଟି ଯାଉଛନ୍ତି ।

ଭାରତରେ ପ୍ରତିବର୍ଷ 50 ଲକ୍ଷରୁ ଅଧିକ ଲୋକ ନିଦ ଥେରାପି ଉପରେ ନିର୍ଭର କରୁଛନ୍ତି । ନିଦ ଆସିବା ପାଇଁ ନୂତନ ପ୍ରଣାଳୀର ଖଟ, ତକିଆ ଓ ଗଦି ମଧ୍ୟ ତିଆରି କରାଯାଉଛି । ଲୋକେ କୋଟି କୋଟି ଟଙ୍କା ଦେଇ ଏହିସବୁ ଜିନିଷ କିଣୁଥିଲେ ମଧ୍ୟ ସେମାନେ ଜାଣିରଖିବା ଉଚିତ କି ମାନସିକ ଶାନ୍ତି ହିଁ ମଣିଷକୁ ଭଲ ନିଦ ଦେଇଥାଏ ।

ନିଦ ଆସିବା ପାଇଁ ସକାଳେ ପ୍ରତିଦିନ କିଛି ସମୟ ବ୍ୟାୟାମ କରନ୍ତୁ ଓ ଦିନ ସମୟରେ 30 ମିନିଟରୁ ଅଧିକ ଶୁଅନ୍ତୁ ନାହିଁ । ଶୋଇବାର 1 ଘଣ୍ଟା ପୂର୍ବରୁ ମୋବାଇଲ ଦେଖିବା ବନ୍ଦ କରିଦିଅନ୍ତୁ

Related Articles

Leave a Reply

Your email address will not be published. Required fields are marked *

Back to top button