IBN ଓଡ଼ିଶା ବ୍ୟୁରୋ

ଟ୍ରେନ୍ ରେ ନିରିହ ଝିଅକୁ ଗଣଦୁଷ୍କର୍ମ ରୁ ବଞ୍ଚାଇଲେ ଭାରତୀୟ ଜବାନ୍ – ତା ପରେ ଯାହା ହେଲା ଜାଣିଲେ ଆପଣ ବି…

ଆପଣମାନେ ତ କେତେ ଏମିତି ଘଟଣା ଶୁଣୁଥିବେ ଝିଅମାନଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରା ଯାଉଛି। ସେମାନଙ୍କୁ ବଞ୍ଚେଇବାକୁ କେହି ବି ନ ଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବୁ ଯେଉଁଥିରେ ଗୋଟେ ଝିଅକୁ ଗଣଦୁଷ୍କର୍ମରୁ ବଞ୍ଚାଇ ଜେନ ଜବାନ ନିଜ ସାହସିକତାର ପରିଚୟ ଦେଇଛନ୍ତି।  ଏହି ଘଟଣା ଟି କିଛି ଏଭଳି, ଗୋରଖା ରେଜିମେଣ୍ଟର ଏକ୍ସ ସୈନିକ ନିଜ ସାହାସ ଦ୍ୱାରା  ଜଣାଇଦେଲେ କି ସେନା ଦେଶର ଗର୍ବ ଅଟନ୍ତି ଓ ସେନାର ଜବାନ ସବୁବେଳେ ନିଜ ଜୀବନର ବାଜି ଲଗାଇବାକୁ ପ୍ରସ୍ତୁତ । ସେ ଯୁଦ୍ଧର ମଇଦାନ ହେଉ କିମ୍ବା ସାଧାରଣ ଜୀବନରେ ହେଉ ।

ଏହି ଘଟଣା ସେପ୍ଟେମ୍ବର ମାସର ଅଟେ । ଯେବେ ବିଷ୍ଣୁ ଶ୍ରେଷ୍ଠ ନାମକ ଜଣେ ଗୋରଖା ରେଜିମେଣ୍ଟର ଜବାନ ମୋର୍ଯ୍ୟ ଏକ୍ସପ୍ରେସରେ ଯାତ୍ରା କରୁଥିଲେ । ୩୫ ବର୍ଷୀୟ ଏହି ସୈନିକ ବିଷ୍ଣୁ ରାତିରେ ଟ୍ରେନ୍ ର ଝରକାରେ ବାହାର ଜଙ୍ଗଲକୁ ଦେଖୁଥିଲେ । ଟ୍ରେନ୍ ରେ ସମସ୍ତେ ଚୁପ୍ ଚାପ୍ ଥିଲେ । କିନ୍ତୁ ଏହି ନିରବତା କିଛି ଅଘଟଣ ହେବାର ସଙ୍କେତ ଦେଉଥିଲା ।

ତେବେ ରାତି ଅଧରେ ଅଚାନକ ଯାତ୍ରୀ ମାନେ ଟ୍ରେନର ଚେନ୍ ଟାଣିଥିଲେ  ଓ ୪୦ ଟି ଲୋକ ହତିଆର୍ ଧରି ଟ୍ରେନ୍ ରେ ପଶି ଆସିଲେ । ତାଙ୍କର କିଛି ସାଥି ଟ୍ରେନ୍ ରେ ଯାଉଥିଲେ । ତେବେ କାହାକୁ ବିଶ୍ୱାସ ନଥିଲା କି ସେମାନେ ଲୁଟେରା ହୋଇଥିବେ । ଏହି ହତିଆରଧାରୀ ଲୁଟେରା ଛୁରୀ, ଖଣ୍ତା ଓ ଅନ୍ୟାନ୍ୟ ହତିଆର ସହ ଲୋକଙ୍କୁ ଡରାଇ ଲୁଟିବାକୁ ଆରମ୍ଭ କରିଦେଲେ । ଲୁଟେରା ମାନେ ଯାତ୍ରୀଙ୍କର ଘଣ୍ଟା ଓ ଲ୍ୟାପଟପ୍ ଆଦି ଲୁଟିନେଲେ  ।

ଟ୍ରେନ୍ ରେ ସବୁ ଆଡେ କୋଳାହଳ ବାତାବରଣ ହୋଇଯାଇଥିଲା । ଲୋକେ ଡରିଯାଇ ଚିତ୍କାର କରିବାକୁ ଲାଗିଲେ । ସେ ମାନଙ୍କ ମଧ୍ୟୟରୁ ଜଣେ ଲୁଟେରା ୧୮ ବର୍ଷୀୟ ଜଣେ ଝିଅକୁ ତା ବାପା ଓ ମାଙ୍କ ଆଗରେ ଧର୍ଷଣ କରିବାକୁ ଉଦ୍ୟମ କରୁଥିଲା । ଏହା ଦେଖି ବିଷ୍ଣୁ ଆଉ ସହ୍ୟ କରିପାରିଲେ ନାହିଁ । ସେ ତାଙ୍କ ଉପରେ ଆକ୍ରମଣ କରିବାକୁ ଲାଗିଲେ । ସେ ସେହି ଝିଅର ଇଜ୍ଜତକୁ ରକ୍ଷା କଲେ । ବିଷ୍ଣୁ ନିଜ ବାହାଦୁରୀ ଦେଖାଇ ସେହି ଲୁଟେରାଙ୍କୁ ମାରି ପକାଇଦେଲେ  ଓ ଆଠ ଜଣ ଲୁଟେରା ଗଭୀର ଭାବେ ଆଘାତ ହୋଇଗଲେ । ବିଷ୍ଣୁଙ୍କ ବାହାଦୁରୀ ଦେଖିକରି ଲୁଟେରା ସବୁ ପଳେଇଲେ । ଲୁଟେରାଙ୍କ ସହ ଲଢୁଥିବା ବେଳେ ବିଷ୍ଣୁଙ୍କ ବାମ ହାତରେ ଆଘାତ ଲାଗିଥିଲା ।

 

ଆଘାତବସ୍ଥାରେ ବିଷ୍ଣୁଙ୍କୁ ବି ମେଡିକାଲ୍ ନିଆଯାଇଥିଲା ମ୍ ଯେଉଁଠି ତାଙ୍କୁ ଠିକ୍ ହେବାରେ ଗୋଟେ ମାସର ସମୟ ଲାଗିଯାଇଥିଲା । ପୋଲିସ୍ ଆଘାତ ପ୍ରାପ୍ତ ହୋଇଥିବା ଆଠ ଜଣ ଲୁଟେରାଙ୍କୁ ଗିରଫ କରିଥିଲେ । ଓ ତାଙ୍କ ପାଖରୁ ଚାରି ଲକ୍ଷ ନଗଦ ରାଶି ସୁନାର ନେକଲେସ୍, ସେଲ୍ ଫୋନ୍, ଲ୍ୟାପଟପ୍ ଆଦି ଜବତ କରିଥିଲେ ।

ବିଷ୍ଣୁଙ୍କ ଏହି ବାହାଦୁରି ପାଇଁ ତାଙ୍କୁ ଦୁଇଟି ପଦକରେ ସମ୍ମାନିତ କରାଯାଇଛି ଓ ତାହା ସହ ଚାନ୍ଦୀରେ ଜଡିୟ ଖୁଖରି ଓ ୫୦ ହଜାର ଟଙ୍କା ନଗଦ ରାଶି ବି ପୁରସ୍କୃତ କରାଗଲା । ଏହି ସବୁ ପୁରସ୍କାର ସେହି ଲୁଟେରାଙ୍କୁ ଧରେଇବା ପାଇଁ ଦିଆଯାଇଥିଲା । ଏବଂ  ସେ ଏହା ଉପରେ କହିଥିଲେ କି  ମୁଁ ଏକ ସୈନିକ ହିସାବରେ ମୋର ଡ୍ୟୁଟି କରିଛି ।

 

ମାନବିକତା ଦୃଷ୍ଟିରୁ ମୁଁ ମୋର କର୍ତ୍ତବ୍ୟ କରିଛି । ବିଷ୍ଣୁ ନିଜର ବାହାଦୁରି ଓ କର୍ତ୍ତବ୍ୟ ଦ୍ୱାରା ଏହା ପ୍ରମାଣିତ କରିଦେଇଥିଲେ କି ଦେଶରେ ସାହାସୀ ଜବାନ ବୀର ନିଜ ମାତୃଭୂମି ଓ ଦେଶର ମହିଳାଙ୍କ ରକ୍ଷା ପାଇଁ ସବୁବେଳେ ପ୍ରସ୍ତୁତ ହୋଇ ଅଛନ୍ତି । ତେବେ ଆପଣଙ୍କୁ ଆମର ଏହି ଆର୍ଟିକ୍ଲ ଟି କେମିତ ଲାଗିଲା ନିଶ୍ଚୟ ଜଣାଇବେ।

Related Articles

Leave a Reply

Your email address will not be published. Required fields are marked *

Back to top button