IBN ଓଡ଼ିଶା ବ୍ୟୁରୋ

ବିପଦରେ ବିଶ୍ବର ବୃହତ୍ତମ ପ୍ରବାଳ ପ୍ରାଚୀର

ବୈଶ୍ବିକ ତାପମାତ୍ରା ବୃଦ୍ଧି ସହ ସମୁଦ୍ର ଜଳର ତାପମାତ୍ରା ବଢ଼ିଚାଲିବା ଯୋଗୁଁ ଅଷ୍ଟ୍ରେଲିଆର ‘ଗ୍ରେଟ୍‌ ବାରିଅର୍‌ ରିଫ୍‌’ ବିଗତ ଚାରି ଶତାବ୍ଦୀ ଭିତରେ ଏବେ ଉଷ୍ମତମ ହୋଇପଡ଼ିଥିବା ଏକ ଅନୁଧ୍ୟାନରୁ ଜଣାଯାଇଛି। ଫଳରେ ଅଷ୍ଟ୍ରେଲିଆର କ୍ବିନ୍‌ସଲାଣ୍ଡ ପ୍ରଦେଶର ଉତ୍ତର ଉପକୂଳରେ ବିସ୍ତାରିଥିବା ବିଶ୍ବର ଏହି ୨,୪୦୦ କି.ମି.

ବ୍ୟାପୀ ବୃହତ୍ତମ ପ୍ରବାଳ ପ୍ରାଚୀର ପ୍ରତି ବିପଦ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ସମୁଦ୍ରଶଯ୍ୟାକୁ ଜାବୁଡ଼ି ଧରୁଥିବା ସାମୁଦ୍ରିକ ଜୀବ ପ୍ରବାଳକୁ ‘ପଲିପ୍‌ସ’ କୁହାଯାଏ। ସାଧାରଣତଃ ଦୁଇ ପ୍ରକାର (କଠିନ ଓ କୋମଳ) ପ୍ରବାଳ ଦେଖାଯାଆନ୍ତି। କଠିନ ପ୍ରବାଳମାନେ ହଜାର ହଜାର ବର୍ଷ ଧରି ଏକତ୍ରିତ ହୋଇ ପ୍ରବାଳ ପ୍ରାଚୀର ସୃଷ୍ଟି କରିଥା’ନ୍ତି।

ପ୍ରବାଳ ପ୍ରାଚୀରର ଅସ୍ତିତ୍ବ ପ୍ରାୟ ୪୫ କୋଟି ବର୍ଷ ତଳୁ ରହିଥିବା ଜଣାଯାଏ। ଏହାର ଖୋପଗୁଡ଼ିକରେ ହଜାର ହଜାର ସଂଖ୍ୟକ ସାମୁଦ୍ରିକ ଜୀବ ବସବାସ କରିଥା’ନ୍ତି। ଗ୍ରେଟ୍‌ ବାରିଅର୍‌ ରିଫ୍‌ରେ ୪୦୦ ପ୍ରକାରର ପ୍ରବାଳ, ୧,୫୦୦ ପ୍ରଜାତିର ମାଛ ଓ ୪,୦୦୦ ଗେଣ୍ଡା ଓ ଶମୁକା ପ୍ରଜାତି ଅଛନ୍ତି। ଏହା ବ୍ୟତୀତ ଲକ୍ଷ ଲକ୍ଷ ସଂଖ୍ୟକ ଅନାବିଷ୍କୃତ ଜୀବ ମଧ୍ୟ ଏହା ମଧ୍ୟରେ ଓ ଆଖପାଖ ଇଲାକାରେ ରହୁଥିବା ଗବେଷଣାରୁ ଜଣାଯାଇଛି। ତେବେ ୨୦୧୬ ପରଠାରୁ ଗ୍ରେଟ୍‌ ବାରିଅର୍‌ ରିଫ୍‌ ୫ଟି ଉଷ୍ମତମ ଗ୍ରୀଷ୍ମର ସାମନା କରିଛି। ଫଳରେ ଏହି ପ୍ରାଚୀରର କିଛି ଅଂଶ ଧଳା ପଡ଼ିଯାଇଛି। ଏଭଳି ସ୍ଥିତି ପ୍ରବାଳ ପ୍ରାଚୀରକୁ ଧ୍ବଂସମୁଖକୁ ଟାଣିନେବାର ଆଶଙ୍କା ସୃଷ୍ଟି କରିଛି।

t
ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button