IBN ଓଡ଼ିଶା ବ୍ୟୁରୋ

ସ୍ବାମୀ ସ୍ତ୍ରୀଙ୍କ ଶୋଇବା ଘରେ କେବେବି ରଖନ୍ତୁ ନାହିଁ ଏହି ଜିନିଷ-

ବିବାହ ଏକ ପବିତ୍ର ବନ୍ଧନ, ଯାହା ଜନ୍ମ ଜନ୍ମ ପାଇଁ ଯୋଡି ହୋଇ ଯାଏ । ଗୋଟେ ପୁଅ ହେଉ କି ଝିଅ ନିଜର ବିବାହକୁ ନେଇ ସେମାନେ ବହୁତ ଆଗ୍ରହୀ ଥାନ୍ତି । ତେବେ ଆପଣମାନେ ଦେଖିଥିବେ ଆଜିକାଲି ସ୍ଵାମୀ ସ୍ତ୍ରୀର ସମ୍ପର୍କ ଭିତରେ ବହୁତ କିଛି ସମସ୍ୟା ଦେଖିବାକୁ ମିଳୁଛି । କିନ୍ତୁ ବେଳେ ବେଳେ ଏହି ସମସ୍ୟାର କାରଣ କଣ ସେମାନେ ଜାଣି ପାରନ୍ତି ନାହିଁ । କିନ୍ତୁ କଣ ଆପଣ ଜାଣିଛନ୍ତି ଏହା ପଛରେ ଥିବା କାରଣ ଆପଣଙ୍କ ଘର ବା ଶୟନ କକ୍ଷ ମଧ୍ୟ ହୋଇଥାଇ ପାରେ । ଆଜ୍ଞା ହଁ ଆଜି କାଲି ଅନେକ ଲୋକ ଷ୍ଟାଇଲରେ ଘର ବନୀଇବା ପାଇଁ ବାସ୍ତୁ ଉପରେ ଏତେ ଧ୍ୟାନ ଦେଉ ନାହାନ୍ତି, ଯାହା ଫଳରେ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଆଜି ଆମେ ଆପଣଙ୍କୁ କହିବୁ ଯଦି ସ୍ଵାମୀ ସ୍ତ୍ରୀ ମଧ୍ୟରେ ସର୍ବଦା କଳହ ବା ଅଶୋନ୍ତୋଷ ଦେଖାଦେଉ ଥାଏ ତେବେ ଆପଣ ନିଜର ଶୋଇବା ଘରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ । ଯଦି ଥାଏ ବି ତୁରନ୍ତ ବାହାର କରି ଦିଅନ୍ତୁ । ତେବେ ହିଁ ଆପଣଙ୍କ ଘରେ ଥିବା ବସ୍ତୁ ସମସ୍ୟା ଦୂର ହୋଇ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଫେରି ଆସିବ ।

 

ପ୍ରଥମେ ତ ବାସ୍ତୁ ଶାସ୍ତ୍ର ଅନୁସାରେ ଶୋଇବା ଘରେ ଦର୍ପଣ ଲଗାଇବା ଅନୁଚିତ୍‌ । ଏହା ଦ୍ଵାରା ନକରାତ୍ମକ ପ୍ରଭାବ ପଡିଥାଏ । ଯଦି ଥାଏ ଏହାକୁ ହଟାନ୍ତୁ ନ ଚେତ ସେଥିରେ ଗୋଟେ କପଡା ପକାଇ ରକହନ୍ତୁ । ସେହିଭଳି ଯଦି ଡ୍ରେସିଙ୍ଗ ଟେବୁଲ୍‌ ରଖିବେ ତେବେ ପଲଙ୍କର ଡାହାଣ ବା ବାମ ପାର୍ଶ୍ବରେ ରଖନ୍ତୁ । ଖଟ ସାମ୍ନାରେ ଡ୍ରେସିଙ୍ଗ ଟେବୁଲ୍‌ ରଖିବା ଅନୁଚିତ ।

 

ଶୋଇବା ଘରେ କେବେ ଚପଲ, ଝାଡୁ, ପାଣି ଆଦି ରଖିବା ଅନୁଚିତ୍‌ । ଶୋଇବା ଘର ଦ୍ବାରର ସାମ୍ନାକୁ ଗୋଡ କରି ଶୋଇବା ଅନୁଚିତ । ଶୋଇବା ସମୟରେ ମଣିଷର ମୁଣ୍ଡ ପୂର୍ବ କିମ୍ବା ଦକ୍ଷିଣ ଦିଗକୁ ହେବା ଆବଶ୍ୟକ । ଏହି ଜିନିଷର ପାଳନ ନକରିଲେ ଘରେ ଅଶାନ୍ତି ହୋଇଥାଏ । ତେବେ ବେଡରୁମ୍‌ରେ ଏଭଳି ନିୟମ ପାଳନ କରିଲେ ଘରର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସେ । ଏହା ସହ ଘରେ ସୁଖ-ସମୃଦ୍ଧି ଆସିଥାଏ । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ମଜବୁତ ହୋଇଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button