IBN ଓଡ଼ିଶା ବ୍ୟୁରୋ

ନିଜ ରାଶି ଅନୁସାରେ ଜାଣନ୍ତୁ କେଉଁ ରାଶି ସହିତ ରହିବ ଆପଣଙ୍କ ଭଲ ଯୋଡ଼ି

ଆପଣଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ କହିବୁ କେଉଁ ରାଶିର ବ୍ୟକ୍ତିଙ୍କ ସହ ଆପଣଙ୍କର ରହିବ ଭଲ ଯୋଡି । ସ୍ଵାମୀ ସ୍ତ୍ରୀର ସମ୍ପର୍କ ଜନ୍ମ ଜନ୍ମର , ଯଦି ଏହା କେଉଁ ଭୁଲ ଲୋକ ସହ ହୋଇ ଯାଏ ତେବେ ଜୀବନ ବର୍ବାଦ ବୋଲି ଜାଣ । ତେବେ କେମିତି ଜାଣିବେ କିଏ ଆପଣଙ୍କ ଜୀବନସାଥୀ ହେବା ପାଇଁ ଠିକ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।  ସମସ୍ତେ ଚାହାଁନ୍ତି ନିଜ ଜୀବନରେ ଏକ ଭଲ ଜୀବନସାଥି। ତେବେ ଜ୍ୟୋତିଷ ଶାସ୍ତ୍ର ସାହାଯ୍ୟରେ ଆସନ୍ତୁ ଜାଣିବା ଆପଣଙ୍କ ରାଶି ପାଇଁ କେଉଁ ରାଶିର ବ୍ୟକ୍ତି ହୋଇପାରିବେ ଶ୍ରେଷ୍ଠ ଜୀବନସାଥି ।

 

ରାଶି ଅନୁସାରେ ଶ୍ରେଷ୍ଠ ଯୋଡି-

ମେଷ ରାଶି-

ସିଂହ ଓ ଧନୁ ରାଶିର ଲୋକ ଆପଣଙ୍କ ପାଇଁ ଠିକ ଜୀବନସାଥି, କିନ୍ତୁ ତୁଳା ରାଶିର ବ୍ୟକ୍ତିଙ୍କ ସହ ବିବାହ କଲେ ଆପଣଙ୍କ ଜୀବନ ଦୁଖଃମୟ ହୋଇପାରେ । ମୀନ ରାଶିର ବ୍ୟକ୍ତି ଅପାଣଙ୍କ ପାଇଁ ଅଧିକ ଭାବୁକ ହୋଇଥାନ୍ତି । .

ବୃଷ ରାଶି-

ବୃଷ ରାଶିର ବ୍ୟକ୍ତିଙ୍କ ଯୋଡି କନ୍ୟା ଏବଂ ମକର ରାଶିର ବ୍ୟକ୍ତିଙ୍କ ସହ ସ୍ଥିର ଅଟେ। ବିଛା ରାଶିର ବ୍ୟକ୍ତିଙ୍କ ସହ ଭାବନା ମିଶିବ ନାହିଁ ।

ମିଥୁନ ରାଶି-

ଆପଣଙ୍କ ସହ ତୁଳା ଓ କୁମ୍ଭ ରାଶିର ଲୋକଙ୍କର ତାଳ ମେଳ ଠିକ ରହିବ । କିନ୍ତୁ ଆପଣ ଧନୁ ରାଶିଠୁ ଦୂରେଇ ରହିବା ଉଚିତ ।

କର୍କଟ ରାଶି-

କର୍କଟ ରାଶି ପାଇଁ ବିଛା ଓ ମୀନ ହେଉଛନ୍ତି ସବୁଠୁ ଭଲ ଯୋଡି। ଏମାନେ ଆପଙ୍କ ଭାବନାକୁ ଭଲଭାବେ ବୁଝିପାରନ୍ତି। ଆପଙ୍କୁ ମକର ରାଶିର ଲୋକଙ୍କଠୁ ଦୂରେଇ ରହିବା ଉଚିତ ।

ସିଂହ ରାଶି-

ଆପଣଙ୍କର ମେଷ ଓ ଧନୁ ରାଶିର ବ୍ୟକ୍ତିଙ୍କ ସହ ବିବାହ କରିବା ଉଚିତ। ଏହି ବ୍ୟକ୍ତିମାନେ ଆପଣଙ୍କର ଭାବନକୁ ଭଲଭାବେ ବୁଝନ୍ତି ଓ ଆପଣଙ୍କ ସ୍ଵଭାବ ଅନୁସାରେ ଏମାନେ ଚଳନ୍ତି । ଆପଣଙ୍କୁ କୁମ୍ଭରାଶିଠୁ ଦୂରେଇ ରହିବା ଆବଶ୍ୟକ ।

କନ୍ୟା ରାଶି-

ଏମାନଙ୍କର ମକର ଓ ବୃଷ ରାଶି ସହ ଭଲ ସମ୍ବନ୍ଧ ଅଟେ। କନ୍ୟା ରାଶି ସହ ଆପଣଙ୍କର ତାଳ ମେଳ ଠିକ ନ ଥିବାରୁ ଏମାନଙ୍କଠୁ ଦୂରେଇ ରୁହନ୍ତୁ ।

ତୁଳା ରାଶି-

କୁମ୍ଭ ଓ ମିଥୁନ ରାଶିର ବ୍ୟକ୍ତିଙ୍କ ସହ ଆପଣଙ୍କ ବୈବାହିକ ଜୀବନ ସୁଖମୟ ଅଟେ ।

ବିଛା ରାଶି-

ମୀନ ଓ କର୍କଟ ରାଶିର ବ୍ୟକ୍ତିଙ୍କ ସହ ଆପଣ ବିବାହ କଲେ ବହୁତ ଖୁସିରେ ରହିବେ ।

ଧନୁ ରାଶି-

ଆପଣଙ୍କର ସିଂହ ଓ କୁମ୍ଭ ରାଶିର ବ୍ୟକ୍ତିଙ୍କ ସହ ଭଲ ସମ୍ପର୍କ ରହିବ।

ମକର ରାଶି-

କନ୍ୟା ଏବଂ ବୃଷ ରାଶିର ବ୍ୟକ୍ତିଙ୍କ ସହ ଆପଣଙ୍କର ଭାବନା ମିଶୁଥିବାରୁ ଆପଣଙ୍କୁ ଏହି ରାଶିର ବ୍ୟକ୍ତିଙ୍କ ସହ ବିବାହ କରିବା ଉଚିତ ।

କୁମ୍ଭ ରାଶି-

ଧନୁ ଓ ମିଥୁନ ରାଶିର ବ୍ୟକ୍ତିଙ୍କ ସହ ଆପଣଙ୍କର ସମ୍ବନ୍ଧ ଭଲ ରହିବ ।

ମୀନ ରାଶି-

କର୍କଟ ଓ ବୃଷ ରାଶିର ବ୍ୟକ୍ତିଙ୍କ ସହ ଆପଣଙ୍କ ଯୋଡି ଉତ୍ତମ ରହିବ। ଏମାନକ ସହ ବିବାହ କଲେ ଆନନ୍ଦରେ ରହିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button