IBN ଓଡ଼ିଶା ବ୍ୟୁରୋ

ଭାଇ ଭଉଣୀ ସମ୍ପର୍କରେ ଲାଗିଲା କଳଙ୍କ, ନିଜ ଭାଇ କଲା ଭଉଣୀ ସହ ବିବାହ- ଜାଣନ୍ତୁ କାହିଁକି

ଭାଇ ଭଉଣୀ ସମ୍ପର୍କ ଅତି ପବିତ୍ର ଅଟେ, ଏହି ସମ୍ପର୍କ କୁ ଉତ୍ତର ପ୍ରଦେଶ ର ଲକ୍ଷ୍ମୀପୁର ଜିଲ୍ଲାର ମୋହମଦି ଭାଙ୍ଗି ଦେଇଛନ୍ତି । ଭାଇ ଭଉଣୀ ସମ୍ପର୍କ ଦୁନିଆ ରେ ସବୁଠୁ ଉପରେ ଅଛି, କିନ୍ତୁ ଆଜି ଗୋଟେ ଭାଇ ଓ ଭଉଣୀ ଏହି ସମ୍ପର୍କ ଖରାପ କରି ଦେଇଛନ୍ତି ସେ ଏହି ସମ୍ପର୍କ କୁ ଏମିତିଆ ରୂପ ଦେଇଛନ୍ତି ଯାହା କେହି କେବେ ଭାବି ପାରିବେନି । ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଖବର । କୁହାଯାଉଛି ଯେ ଭାଇ ଭଉଣୀ ଦୁହିଁଙ୍କୁ ପ୍ରେମ ହେଲା ପରେ ମନ୍ଦିର ରେ ଯାଇ ବିବାହ କରି ନେଲେ, ବିବାହ ପରେ ଘର ଲୋକ ଏବଂ ସମ୍ପର୍କୀୟ ଲୋକେ ମାନିବେନି ବୋଲି ଭାବି ପଳେଇବା ଉଚିତ ମନେକଲେ ।

ଦୁହେଁ ଘର ଛାଡିବା ନିସ୍ପତି କରି ଦିଲ୍ଲୀ ପାଇଁ ଟ୍ରେନ ଧରିବାକୁ ଯାଉଥିଲେ କି ପୋଲିସ ତାଙ୍କୁ ଗିରଫତାର କରି ନେଲେ । ଭାଇ ସହ ନିଜ ଭଉଣୀ ର ବିବାହ ଚର୍ଚ୍ଚା ର ବିଷୟ ହୋଇଛି, ଦୁହେଁ ବିବାହ ବନ୍ଧନ ରେ ବାନ୍ଧି ସାହଜାହାଁପୁର ରୁ ଦିଲ୍ଲୀ ପାଇଁ ଟ୍ରେନ ଧରିବାକୁ ଯାଉଥିଲେ କିନ୍ତୁ ସେହି ସମୟ ରେ ପୋଲିସ ଆସି ଦୁହିଁଙ୍କୁ ଆଇଡି ମାଗିଲେ ଯାହା ସେମାନଙ୍କ ପାଖ ରେ ନଥିଲା ଏବଂ ତା ପରେ ଦୁହିଁଙ୍କୁ ଗିରଫତାର କରା ଗଲା ।

ଏହା ପରେ ମୋହମଦି ପୋଲିସ ପୁଅ ଓ ଝିଅର ବାପା ମା ଙ୍କୁ ଫୋନ କରି ଜଣାଇଲେ, ଯାହା ପରେ ବାପା ଆସି ପୁଅ କୁ ଦଣ୍ଡ ଦବା ପାଇଁ ଗୁହାରି କଲେ ଏବଂ ପୁଅ ନାଁ ରେ ଅଭିଯୋଗ କରା ଗଲା । ଝିଅ ଏବେ ବାପା ମା ସହ ଅଛି ଏବଂ ଜିଦ୍ ଧରିକି ବସିଛି କି ଭାଇ ସହ ରହିବ ଏବଂ ଏହା ବି କହୁଛି କି ଯଦି ଅଲଗା ଆଡେ ବିବାହ କରିବା ପାଇଁ ଚେଷ୍ଟା କଲେ ତେବେ ସେ ଆତ୍ମଦାହ କରିବ । ଏହା ସବୁ ଦେଖି ମା ବାପା ଲାଜ୍ୟା ରେ କାହାକୁ ମୁହଁ ଦେଖାଇ ପାରୁ ନାହାନ୍ତି ।
I

ଦୁନିଆରେ ଏମିତି ଘଟଣା ଘଟୁଛି ଯାହା ଶୁଣି ଆମେ ବିଶ୍ବାସ କରିବା ମୁସ୍କିଲ ଅଟେ । ଏଭଳି ଲୋକ ସମ୍ପର୍କକୁ ଖେଳ ଭାବି କିଛି ବି କରୁଛନ୍ତି । କିଛି ଲୋକଙ୍କର ଏଭଳି ପ୍ରଥା ଅଛି ଯେ ଭାଇ ଭଉଣୀ ବିଅଭ କରି ପାରିବେ କିନ୍ତୁ ସେ ନିଜ ସମ୍ପର୍କୀୟ ହୋଇଥାଏ ଯଦି କିନ୍ତୁ ଗୋଟେ ମା କୋଳରୁ ଜନ୍ମ ହୋଇଥିବା ଦୁଇଟି ସନ୍ତାନ ଯଦି ଏମିତି କରିବେ ତେବେ ଏହା ମହାପାପ ସହ ସମାନ ।

Related Articles

Leave a Reply

Your email address will not be published. Required fields are marked *

Back to top button