IBN ଓଡ଼ିଶା ବ୍ୟୁରୋ
ଦୀର୍ଘ ୮୦ ବର୍ଷ ହେଲା ଶୋରୁମ ଭିତରେ ବନ୍ଦ ଅଛି ଏହି ନବବଧୁ, ଭୟଭୀତ କରିଦେବ ଏହାର କାହାଣୀ

ମେକ୍ସିକୋ ର ଗୋଟେ ଦୋକାନ ରେ ଗତ ୮୦ ବର୍ଷ ଧରି ଏହି ବଧୁ ର ମୂର୍ତ୍ତି ବନ୍ଦ ଅଛି, ମୂର୍ତ୍ତି ଉପରେ ଏତେ ଭଲ ଭାବ ରେ ମହମ ଲଗାହୋଇଛି କି ମୂର୍ତ୍ତି ସତସତିକା ବଧୁ ଦେଖା ଯାଉଛି କିନ୍ତୁ ଆପଣଙ୍କୁ ଜଣେଇ ଦବାକୁ ଚାହୁଁଛୁ କି ଏହି ବଧୁ ର ଏକ ଭୟଙ୍କର କାହାଣୀ ଅଛି ଯାହା ଆମେ ଆପଣଙ୍କୁ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ତାର କାହାଣୀ ।
ସ୍ଥାନୀୟ ଲୋକଙ୍କ ଅନୁଯାଇ ଏହା ଏକ ପ୍ରକୃତ ବଧୁ ଯାହାକୁ ମହମ ଲଗାଇ ସୁରକ୍ଷିତ କରାଯାଇଛି, ଏହି ମୂର୍ତ୍ତି ଗୋଟେ ଶବ ବୋଲି କୁହାଯାଉଛି ।
ଏହି କଥା ରେ କେତେ ସତ୍ୟତା ଅଛି କେହି ଜାଣି ନାହାଁନ୍ତି । ସ୍ଥାନୀୟ ଲୋକଙ୍କ ଅନୁଯାଇ ରାତି ରେ ଏହି ବଧୁ ନିଜ ସ୍ଥାନ ବଦଳି ଥାନ୍ତି ଏବଂ ଏହି ମୂର୍ତ୍ତି ର ଆଖି ଏବଂ ଚୁଟି ଅସଲ ବୋଲି କୁହାଯାଉଛି । ଏହି ମୂର୍ତ୍ତି ର ନଖ ଏବଂ ହାତ ଦେଖିଲେ ଆପଣଙ୍କୁ ଲାଗିବ ଏହା କୌଣସି ଜୀବିତ ଲୋକ ର ହାତ । ଏହି ବଧୁ ର ବସ୍ତ୍ର ସବୁ ସପ୍ତାହ ରେ ବଦଳାଯାଏ ଏବଂ ଏହି ବଧୁ ମୂର୍ତ୍ତି କୁ ଦେଖିବା ପାଇଁ ଦୂର ଦୂର ରୁ ଲୋକ ଆସନ୍ତି ।