ବିବାହ ପରେ ଏହି କାରଣରୁ ଝିଅ ମାନଙ୍କ ଚେହେରାରେ ଆସିଯାଏ ନିଖାର, ଜାଣନ୍ତୁ ଏହା ପଛର ବଡ କାରଣ
ବନ୍ଧୁଗଣ ଆପଣମାନେ ଜାଣିଥିବେ ବିବାହ କରିବା ସବୁ ଝିଅଙ୍କ ସ୍ଵପ୍ନ ଥାଏ । ସେମାନେ ଚାହାନ୍ତି ତାଙ୍କର ବିବାହ କୌଣସି ଭଲ ପୁଅ ସହ ହେଉ । ଯେତେବେଳେ ସେମାନଙ୍କର ବିବାହର ତାରିଖ ଠିକ ହେଇଯାଏ ତେବେ ଝିଅ ମନରେ ବହୁତ କିଛି ଚାଲିଥାଏ । ସେମାନେ ନିଜକୁ ସଜେଇବାରେ ଲାଗିଯାନ୍ତି । କିଛି ଝିଅଙ୍କ ସୁନ୍ଦରତା ବିବାହ ପରେ ଚାରିଗୁଣ ବଢି ଯାଏ । କିଛି ଝିଅଙ୍କ ସୁନ୍ଦରତା ତ ବିବାହ ପୂର୍ବରୁ ବଢିବାର ଲାଗେ, ସେମାନଙ୍କ ମୁହଁରେ ଚମକ ଆସିଯାଏ ।
କିଛି ଝିଅ ବିବାହ ପରେ ଗୋରା ହେଇ ଯାନ୍ତି । କିନ୍ତୁ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରେ ଯେ ଏପରି କାହିଁକି ହୁଏ, କଣ ଏହା ପଛର ରହସ୍ୟ । ତେବେ ଆସନ୍ତୁ ଏହି ରହସ୍ୟ ବିଷୟରେ ଜାଣିବା ।
ବିବାହପରେ ଝିଅମାନେ ନିଜର ଚେହେରା ଉପରେ ଅଧିକ ଧ୍ୟାନ ଦିଅନ୍ତି ଯାହାଫଳରେ ସେମାନେ ଅଧିକ ପାର୍ଲର ଯାନ୍ତି ଏବଂ କିଛି ନା କିଛି ସୁନ୍ଦରତାର ଟିପଣୀ ଆଣିଥାନ୍ତି, ଯାହାଫଳରେ ସେମାନେ ଅଧିକ ସୁନ୍ଦର ଦେଖାଯିବେ । କୌଣସି ଝିଅର ବିବାହ ପରେ ଅଧିକତଃ ୨୯ ରୁ ୩୫ ବର୍ଷ ବୟସ ମଧ୍ୟରେ ଅଧିକ ପରିବର୍ତ୍ତନ ହେଇଥାଏ । ବିବାହପରେ ଝିଅମାନେ ନିଜର ସୁନ୍ଦରତା ଉପରେ ଅଧିକ ଧ୍ୟାନ ଦେବା ସହ ନିଜର ଖାଦ୍ୟ ପାନୀୟ ଉପରେ ଅଧିକ ଧ୍ୟାନ ଦିଅନ୍ତି ।
ଏହାତ ଆପଣ ଲକ୍ଷ କରିଥିବେ ଯେତେବେଳେ ଝିଅ ନିଜର ଦେଖାଶୁଣା ଭଲ ଭାବେ କରେ ସେ ସୁନିଶ୍ଚିତ ଭାବେ ସୁନ୍ଦର ଦେଖାଯାଏ । ବିବାହ ପୂର୍ବରୁ ଝିଅ ର ରଙ୍ଗ ଯେମିତିବି ହେଉ ବିବାହ ପରେ ତାର ଶରୀରର ରଙ୍ଗରେ ବହୁତ ପରିବର୍ତନ ଆସିଥାଏ । ଏଥିପାଇଁ କୁହନ୍ତି ବିବାହ ପରେ ସବୁ ଝିଅ ବଦଳି ଯାଇଥାନ୍ତି । ଝିଅଙ୍କ ସୁନ୍ଦରତାର ସବୁଠୁ ବଡ ସତ୍ୟତା ହେଉଛି ସେମାନେ ବିବାହ ପରେ ଯେତେ ଅଧିକ ଖୁସିରେ ରହିବେ ସେମାନେ ଅଧିକ ସୁନ୍ଦର ଦେଖାଯିବେ ।