IBN ଓଡ଼ିଶା ବ୍ୟୁରୋ
ଆକାଶରୁ ହେଲା “ଚାନ୍ଦି ର ବର୍ଷା”, ଯିଏ ଦେଖିଲା ସେହି ଲୁଟିବାରେ ବ୍ୟସ୍ତ- ଜାଣନ୍ତୁ ସମ୍ପୁର୍ଣ୍ଣ ଘଟଣା
ବିହାର ର ସୀତାମଢି ର ସୁର୍ଷଣ୍ଡ ରେ ଚାନ୍ଦି ର ବର୍ଷା ହୋଇଛି ବୋଲି ଅନ୍ଧବିଶ୍ଵାସ ହୋଇଛି, ସକାଳୁ ଏହି ଜାଗା ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଲୋକ ରୂପାର ଛୋଟ ଛୋଟ ଖଣ୍ଡ ରାସ୍ତାରୁ ଗୋଟଊ ଛନ୍ତି । ଲୋକ ପରସ୍ପର କୁ ଏହା ପଚାରୁଛନ୍ତି ଯେ ଏତେ ରୂପା ଖଣ୍ଡ ରାସ୍ତାରେ କେଉଁଠୁ ଆସିଲା, ସମସ୍ତେ କୁହା କୁହି ହେଉଛନ୍ତି ଯେ ଚୋର ବା ରୂପା ତସ୍କର ଲୋକଙ୍କ ଏହି କାମ ହୋଇ ପାରେ ସମସ୍ତଙ୍କ ଅନୁଯାଇ ଚୋରଙ୍କ ଅଖାରୁ ରୂପା ଖଣ୍ଡ ପଡି ପଡି ଯାଇଛି ।
ଏହି ରୂପା ଖଣ୍ଡ ସେହି ଅଖାରୁ ପଡିଚି ବୋଲି ଲୋକ ଭାବୁଛନ୍ତି । ଲୋକ ରାସ୍ତାରୁ ଯେଉଁ ରୂପା ଗୋଟଉଛନ୍ତି ତାହା ସୁଧ ରୂପା ଏହା ଦେଖି ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି ।
ଏହି ରୂପା ଖଣ୍ଡ ସୁର୍ଷଣ୍ଡ ରୁ ବାରାହୀ ଗାଁ ପର୍ଯ୍ୟନ୍ତ ପୁରା ରାସ୍ତାରେ ପଡିଛି । ପୋଲିସ ରାସ୍ତା ଉପରେ ରୂପା ଖଣ୍ଡ ଦେଖି ଆଶ୍ଚର୍ଯ୍ୟ ହେଉଛି, ପୋଲିସ ଦଳ ତଦନ୍ତ ଆରମ୍ଭ କରିଦେଇଛନ୍ତି । ଏଯାଏ ପୋଲିସ କିଛି ବି ସୁରାଗ ପାଇ ନାହିଁ ।