ରାଜ୍ୟ

ବିଜୁ ଏକ୍ସପ୍ରେସ ୱେରେ ବାଇକକୁ ଧକ୍କା ଦେଇ ଚମ୍ପଟ୍ ମାରିଲା ଅଜଣା ଗାଡି, ଚାଳକ ମୃତ

କୁତ୍ରା ୧୬/୮ : ବିଜୁ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଅଜଣା ଗାଡ଼ି ଚାଲିଗଲା ବାଇକ୍ ଚାଳକଙ୍କ ଜୀବନ। ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ। ଏ ସମ୍ପର୍କରେ କୁତ୍ରା ଥାନା ପୋଲିସକୁ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡିଛି।

ସୂଚନା ମୁତାବିକ, ଆଜି ସକାଳ ପ୍ରାୟ ୭ଟା ସମୟ ସୁନ୍ଦରଗଡ କୁତ୍ରା ନିକଟସ୍ଥ ଗ୍ରାମଦେବତା ପୂଜାସ୍ଥଳ ନିକଟରେ ବିଜୁ ଏକ୍ସପ୍ରେସ ୱେ ଏକ ବାଇକ କୁତ୍ରା ପଟୁ ରାଜଗାଙ୍ଗପୁର ଆଡକୁ ଯାଉଥିବା ବେଳେ ଏକ ଅଜଣା ଗାଡି ଧକ୍କା ଦେଇଥିଲା ଦୁର୍ଘଟଣାରେ ବାଇକ ଚାଳକଙ୍କ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ । ମୃତ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ଏଲ୍ଏନଟିର ହାଇୱେ ପେଟ୍ରୋଲିଂ ପହଞ୍ଚି ଥିବାବେଳେ କୁତ୍ରା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ଅଜଣାଗାଡ଼ିକୁ ଧରିବା ପାଇଁ ଛାନ୍ଭିନ୍ ଆରମ୍ଭ ହୋଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button