ଦେଶ

ରାମ ମନ୍ଦିର ପାଇଁ ତାଲା ତିଆରି କଲେ ବୃଦ୍ଧ ଦମ୍ପତି:୪୦୦ କିଲୋଗ୍ରାମ ଓଜନ, ୪ ଫୁଟର ଚାବି – Ibnodisha

[ad_1]

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଜୋରସୋରରେ ଚାଲିଛି । ଆସନ୍ତା ବର୍ଷ ତଥା ଜାନୁଆରୀ ୨୦୨୪ରେ ମନ୍ଦିରର ଉଦଘାଟନ ହେବ ବୋଲି ଜଣାପଡିଛି । ଉଦଘାଟନୀ ସମାରୋହ ପାଇଁ ୨୫,୦୦୦ ରୁ ଅଧିକ ଧାର୍ମିକ ଏବଂ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ଏହାରି ଭିତରେ ଆଲିଗଡ଼ ଜିଲ୍ଲାର ଜଣେ ବୃଦ୍ଧ କାରିଗର ରାମ ମନ୍ଦିର ପାଇଁ ୪୦୦ କିଲୋଗ୍ରାମ ତାଲା ତିଆରି କରିଛନ୍ତି ।

ପ୍ରଭୁ ଶ୍ରୀରାମଙ୍କର ଜଣେ ଭକ୍ତ ସତ୍ୟ ପ୍ରକାଶ ଶର୍ମା ‘ବିଶ୍ୱର ସର୍ବ ବୃହତ ହସ୍ତନିର୍ମତ ତାଲା’ ତିଆରି କରିବା ପାଇଁ ମାସ ମାସ ଧରି ପରିଶ୍ରମ କରିଥିଲେ, ଯାହାକୁ ସେ ଚଳିତ ବର୍ଷ ଶେଷ ଆଡ଼କୁ ରାମ ମନ୍ଦିର ପରିଚାଳନା ମଣ୍ଡଳୀକୁ ଉପହାର ଦେବାକୁ ଯୋଜନା କରିଛନ୍ତି ।

ଶ୍ରୀ ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଜଣେ ଅଧିକାରୀ କହିଛନ୍ତି, ବହୁ ସଂଖ୍ୟାରେ ଭକ୍ତଙ୍କ ଠାରୁ ନୈବେଦ୍ୟ ଆସୁଛି । ସତ୍ୟ ପ୍ରକାଶ ଶର୍ମାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତାଲା କେଉଁଠାରେ ବ୍ୟବହାର କରାଯାଇପାରିବ ତାହା ଦେଖିବାକୁ ପଡ଼ିବ । ତାଲା କାରିଗର କହିଛନ୍ତି, ତାଙ୍କ ପିତୃପୁରୁଷମାନେ ଏକ ଶତାବ୍ଦୀରୁ ଅଧିକ ସମୟ ଧରି ହାତ ତିଆରି ତାଲା ତିଆରି କରିଆସୁଛନ୍ତି । ସେ ୪୫ ବର୍ଷରୁ ଅଧିକ ସମୟ ଧରି ‘ତାଲା ନଗରି’ ଆଲିଗଡରେ ତାଲା ତିଆରି ଏବଂ ପଲିସିଂ କରିବା କାର୍ଯ୍ୟ କରିଆସୁଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button