ମନୋରଞ୍ଜନ

ଅର୍ଥ ଅଭାବ ସହିତ ଚିକିତ୍ସାରେ ଅବହେଳା ହେତୁ ତାମିଲ ଅଭିନେତ୍ରୀଙ୍କ ହେଲା ମୃତ୍ୟୁ – Ibnodisha

[ad_1]

ନୂଆଦିଲ୍ଲୀ: ତାମିଲ ଅଭିନେତ୍ରୀ ସିନ୍ଧୁଙ୍କର ପରଲୋକ ହୋଇଛି। ଦୀର୍ଘ ଦିନ ହେବ ସେ ସ୍ତନ କର୍କଟରେ ପୀଡ଼ିତ ଥିଲେ।  ଏଥିପାଇଁ ତାଙ୍କର ଚିକିତ୍ସା ବି ଚାଲୁଥିଲା। ସେ ଖୁବଶୀଘ୍ର ସୁସ୍ଥ ହୋଇଯିବେ ବୋଲି ସମସ୍ତେ ଆଶା ରଖିଥିବା ବେଳେ ନିକଟରେ ସିନ୍ଧୁ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଚେନ୍ନାଇର କିଲିପାକକାମର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।  ଚିକିତ୍ସାଧୀନ ଅବସ୍ଥାରେ ସିନ୍ଧୁଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି।

ତେବେ ଅଭିନେତ୍ରୀ ସିନ୍ଧୁଙ୍କ ୪୪ବର୍ଷରେ ମୃତ୍ୟୁ ହେବା ପଛରେ ଦୁଇଟି କାରଣ ରହିଛି ବୋଲି କୁହାଯାଉଛି।  ଗୋଟିଏ ହେଉଛି ଅର୍ଥ ଅଭାବ ଅନ୍ୟଟି ହେଉଛି ଚିକିତ୍ସାରେ ଅବହେଳା । ସିନ୍ଧୁ ସ୍ତନ କର୍କଟରେ ପୀଡ଼ିତ ହେବା ପରିବାର ଲୋକେ ଜାଣିବା ପରେ ତାଙ୍କର ଚିକିତ୍ସା ପାଇଁ ବହୁ ଚେଷ୍ଟା କରିଛନ୍ତି। ଏମିତି କି ସିନ୍ଧୁଙ୍କ ଚିକିତ୍ସାରେ ଅନେକ ଟଙ୍କା ଖର୍ଚ୍ଚ ହେବାପରେ ତାଙ୍କ ପରିବାରରେ ଆର୍ଥିକ ସଙ୍କଟ ଦେଖା ଦେଇଥିଲା।

 

ଏହି କ‌ାରଣରୁ ସିନ୍ଧୁ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ। ଏଥିରେ ସେ ସ୍ତନ କର୍କଟରେ ପୀଡିତ ଥିବା କହିଥିଲେ। ଏଥିସହିତ  ଏହି କର୍କଟ ରୋଗର ଚିକିତ୍ସା ପାଇଁ ଫ୍ୟାନ୍ସମାନଙ୍କୁ ସିନ୍ଧୁ ଆର୍ଥିକ ସହାୟତା ବି ମାଗିଥିଲେ।

ସିନ୍ଧୁ ‘ଅଙ୍ଗଡି ଥେରୁ’, ‘ନାଡୋଡିଗାଲ’, ‘ନାନ ମହାନ ଆଲା’, ‘ଥେନାଭାଟୁ’ ଏବଂ ‘କରୁପୁସାମି କୁଥାଗାଇଥାର’ ଭଳି ଚଳଚ୍ଚିତ୍ରରେ ନଜର ଆସିଛନ୍ତି।

 



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button