IBN ଓଡ଼ିଶା ବ୍ୟୁରୋ

ନିରମା ୱାସିଙ୍ଗ ପାଉଡର ପକେଟ ରେ ଥିବା ଝିଅର ଚିତ୍ର ପଛର ରହସ୍ୟ ଜାଣି ଆପଣଙ୍କ ଆଖିରେ ମଧ୍ୟ ଆସିଯିବ ଲୁହ

ଚଳଚିତ୍ର ଦୁନିଆରେ ବହୁତ ଛୋଟ କଳାକାରମାନଙ୍କୁ ଆପଣ ଦେଖି ଥିବେ ଏବଂ ତାଙ୍କୁ ପସନ୍ଦ ମଧ୍ୟ କରି ଥାନ୍ତି, ଆଜି ଆମେ ଏମିତି ଗୋଟେ ଛୋଟ କଳାକାର ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ସମସ୍ତେ ନିଶ୍ଚିନ୍ତ ଚିହ୍ନି ଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ସେହି ସମୟ କଥା କହୁଛୁ ଯେତେବେଳେ ଟେଲିଭିଜନ ରେ ମାତ୍ର ଦୁଇ ଚାରୋଟି ଚେନେଲ ଆସୁଥିଲେ ଏବଂ ପ୍ରତି ଚଳଚିତ୍ର ବା ଖବର ମଧ୍ୟ ରେ ବହୁତ କମ ବିଜ୍ଞାପନ ଆସୁଥିଲା । କେବଳ ଏତିକି ନୁହ ସେଥିରୁ ଗୋଟେ ବିଜ୍ଞାପନ ଆଜି ମଧ୍ୟ ଲୋକଙ୍କୁ ମନେ ଅଛି, ଆଜି ଆମେ ଯେଉଁ ବିଜ୍ଞାପନ କଥା କହିବାକୁ ଯାଉଛୁ ତାହା ନିରମା ୱାସିଙ୍ଗ ପାଉଡର ର ଅଟେ ।

ଲୋକ ଆଜି ମଧ୍ୟ ସେହି ବିଜ୍ଞାପନକୁ ମନେ ରଖିଛନ୍ତି ଓ ତା ଗୀତ ମଧ୍ୟ ଗୁନଗୁନାନ୍ତି । ସମସ୍ତେ ଏହି ବିଜ୍ଞାପନ ଦେଖିବା ପସନ୍ଦ କରନ୍ତି କିନ୍ତୁ କଣ କେହି କେବେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି ଯେ ଏହି ବିଜ୍ଞାପନ ରେ ସେ ଝିଅ କିଏ ? ଏହାର ପଛ ରହସ୍ୟ କଣ ? ତେବେ ଆଜି ଆସନ୍ତୁ ଜାଣିବା ସେହି ଛୋଟ କଳାକାର ବିଷୟରେ ।

ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ୧୯୬୯ରେ ଗୁଜରାଟ ର କରସନ ଭାଇ ନିରମା ୱାସିଙ୍ଗ ପାଉଡର ଆରମ୍ଭ କରି ଥିଲେ, କରସନ ଭାଇଙ୍କ ଗୋଟେ ମାତ୍ର ଝିଅ ଥିଲା ଯାହାକୁ ସେ ବହୁତ ଭଲ ପାଉ ଥିଲେ । ତାଙ୍କ ଝିଅ ଅସଲ ନା ନିରୁପମା ଥିଲା କିନ୍ତୁ ସେ ନିଜ ଝିଅକୁ ଗେଲ ରେ ନିରମା କହି ଡାକୁଥିଲେ, ସବୁ ବାପା ଭଳି କରସନ ଭାଇ ମଧ୍ୟ ନିଜ ଝିଅକୁ କେବେ ନିଜ ଆଖି ସାମ୍ନାରୁ କୁଆଡେ ଯିବାକୁ ଦଉ ନଥିଲେ କିନ୍ତୁ ଭାଗ୍ୟ ଉପରେ କାହାର ଅଧିକାର ଅଛି ।

ଏହା ପରେ କିଛି ଦିନ ପରେ କରସନ ଭାଇ ଝିଅ ନିରୁପମା ର ଏକ୍ସିଡେଣ୍ଟ ହୋଇ ଗଲା ଏବଂ ତା ମୃତ୍ୟୁ ହୋଇ ଗଲା । ଏହା ପରେ କରସ୍ନ ଭାଇଙ୍କ ଉପରେ ଯେମିତି ଦୁଖ ପାହାଡ ପଡି ଗଲା, ସେ ନିଜ ଝିଅକୁ ଅମର କରିବା ପାଇଁ ନିଷ୍ପତ୍ତି କଲେ ଓ ନିରମା ୱାସିଙ୍ଗ ପାଉଡର ଆରମ୍ଭ କଲେ ଏବଂ ୱାସିଙ୍ଗ ପାଉଡର ଉପରେ ନିଜ ଝିଅ ଫଟୋ ଲଗେଇବା ଆରମ୍ଭ କଲେ । ଯାହା ପରେ କରସନ ଭାଇ ନିଜର ପୁରା ପରିଶ୍ରମ ସେହି ୱାସିଙ୍ଗ ପାଉଡର ନାକୁ ବଢେଇବା ପାଇଁ ଲଗେଇ ଦେଲେ ଓ ସେ ସଫଳ ମଧ୍ୟ ହେଲେ କିଛି ଦିନ ପରେ ଏହି ୱାସିଙ୍ଗ ପାଉଡର ସମସ୍ତଙ୍କୁ ପସନ୍ଦ ଆସିଲା ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button