IBN ଓଡ଼ିଶା ବ୍ୟୁରୋ

ହସ୍ପିଟାଲରେ ନର୍ସଙ୍କୁ ବନ୍ଧକ ରଖି ଡାକ୍ତର କଲେ ଦୁଷ୍କର୍ମ

ନୂଆଦିଲ୍ଲୀ: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କ ହତ୍ୟା ଘଟଣା ବଙ୍ଗଳା ସମେତ ସମଗ୍ର ଦେଶରେ ଉତ୍ତେଜନା ସୃଷ୍ଟି କରିଛି। ଡ‌ାକ୍ତର ଓ ନର୍ସ ସମେତ ସାଧାରଣ ‌ଲୋକେ, ବଲିଉଡ କଳାକାରମାନେ ବି ପୀଡ଼ିତା ଟ୍ରେନି ଡାକ୍ତରଙ୍କ ନ୍ୟାୟ ଦାବି କରିଛନ୍ତି।

ଏହି ଘଟଣା ଥମି ନଥିବା ବେଳେ ଉତ୍ତର ପ୍ରଦେଶର ମୁରାଦାବାଦରେ ଏକ ଘରୋଇ ହସ୍ପିଟାଲର ନର୍ସଙ୍କୁ ବାନ୍ଧି ଡାକ୍ତର ଦୁଷ୍କର୍ମ କରିଥିବାର ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

ଏହି ଘଟଣାରେ ୱାର୍ଡ ବଏ ଓ ଡାକ୍ତରଖାନାର ଜଣେ ନର୍ସ ମଧ୍ୟ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।

ପୁଲିସରେ ଦୁଷ୍କର୍ମ ଘଟଣା ନେଇ ଅଭିଯୋଗ ହେବାପରେ ପୀଡ଼ିତା ନର୍ସଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି। ପୀଡ଼ିତା ପିତାଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତ ଡାକ୍ତର ଶାହନାୱାଜ ମଲିକଙ୍କୁ ପୁଲିସ ଗିରଫ କରି ୱାର୍ଡ ବଏ ଜୁନୈଦ ଏବଂ ନର୍ସ ମେହନାଜଙ୍କୁ ଅଟକ ରଖି ପଚରା ଉଚରା କରୁଛି। ପୁଲିସ ହସ୍ପିଟାଲରେ ଚିକିତ୍ସିତ ହେଉଥିବ‌ା ପୀଡ଼ିତା ନର୍ସଙ୍କ ବୟାନ ରେକର୍ଡ କରିଛି। ଏହାରି ଆଧାରରେ ଯାଞ୍ଚ ଆରମ୍ଭ କରିଛି।

ପୀଡ଼ିତା ନର୍ସଙ୍କ ବାପା ପୁଲିସରେ ଅଭିଯୋଗ କରି କହିଛନ୍ତି, ‘‌ଠାକୁରଦ୍ବାରା-କାଶୀପୁର ରୋଡସ୍ଥିତ ଏବିଏମ ହସ୍ପିଟାଲରେ ମୋ ଝିଅ ଗତ ୧୦ ମାସ ହେବ କାମ କରି ଆସୁଥିଲା। ରାତି ଡିୟୁଟି ଥିବାରୁ ସେ ସବୁଦିନ ପରି ଗତ ଶନିବାର ରାତିରେ ଘରୁ କର୍ମକ୍ଷେତ୍ରକୁ ବାହାରି ଯାଇଥିଲା। ବିଳମ୍ବିତ ରାତିରେ ୱାର୍ଡ ବଏ ଜୁନୈଦ ଏବଂ ନର୍ସ ମେହନାଜ ମୋ ଝିଅକୁ ଆସି କହିଥିଲେ ଜରୁରୀ କାମ ଅଛି ସେଥିପାଇଁ ଡାକ୍ତର ଶାହନାୱାଜ ମଲିକ ଡାକୁଛନ୍ତି।

ଝିଅ ବି ସେମାନଙ୍କ କଥାକୁ ବିଶ୍ବାସ କରି ଡାକ୍ତରଙ୍କ କୋଠରିକୁ ଯିବା ପରେ ସେ ସେଠାରେ ତାକୁ ବନ୍ଧକ ରଖି ଦୁଷ୍କର୍ମ କରିଥିଲେ। ଆଉ ଏହି ଘଟଣା ସମ୍ପର୍କରେ ଯଦି କାହାକୁ କିଛି ମୋ ଝିଅ ଜଣାଏ ତେବେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଝିଅ ଆସି ଘ‌ରେ ଏସବୁ ଜଣାଇବା ପରେ ଆମେ ସ୍ତବ୍ଧ ହୋଇଯାଇଥିଲୁ। କ’ଣ କରିବୁ କିଛି ବୁଝି ପାରି ନଥିଲୁ। ପ୍ରଥମେ ଲୋକଲଜ୍ଜା ଭୟରେ ଚୁପ ରହିବାକୁ ସ୍ଥିର କରିଥିଲୁ। କିନ୍ତୁ ମୋ ମନ ମାନିଲା ନାହିଁ ‌ମୋ ଝିଅର ଇଜ୍ଜତ ସହିତ ଯିଏ ଖେଳିଛି ତାହାକୁ ନିହାତି ଦଣ୍ଡ ଦେବାକୁ ହେବ ବୋଲି ଚିନ୍ତା କରି ଥାନାରେ ଅଭିଯୋଗ କରିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button