ଏହି ଅଭିନେତ୍ରୀଙ୍କର ନାହିଁ କୌଣସି ଭାଇ, ଭଉଣୀଙ୍କ ସହ ପାଳନ୍ତି ରକ୍ଷାବନ୍ଧନ
ବଲିଉଡରେ ଅନେକ ଅଭିନେତ୍ରୀ ଅଛନ୍ତି। ଯେଉଁମାନେ ଆଜି ତାଙ୍କ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି। ହେଲେ ଏମିତି କିଛି ଅଭିନେତ୍ରୀ ଅଛନ୍ତି । ଯାହାଙ୍କର ପ୍ରକୃତ ତଥା ନିଜର ଭାଇ ନାହାନ୍ତି। ସେମାନଙ୍କର ଏହି ପର୍ବ ଅସମ୍ପୂର୍ଣ୍ଣ ରହିଥାଏ । ହେଲେ ଅଭିନେତ୍ରୀମାନେ ରକ୍ଷାବନ୍ଧନ ଦିନ ରାକ୍ଷୀ ଙ୍କୁ ନିଜ ଭାଇଙ୍କ ବଦଳରେ ନିଜ ଭଉଣୀମାନଙ୍କ ହାତରେ ବାନ୍ଧିଥାଆନ୍ତି।
ସେମାନଙ୍କଠାରୁ ସୁରକ୍ଷା ପ୍ରତିଜ୍ଞା କରନ୍ତି । ଆସନ୍ତୁ ଜାଣିବା ସେହି ୫ ଜଣ ବଲିଉଡ ଭଉଣୀଙ୍କ ଯୋଡି ବିଷୟରେ। ଯେଉଁମାନେ ନିଜ ଭାଇର ପ୍ରେମ ପାଇଁ ଝୁରୁଛନ୍ତି।ବଲିଉଡ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ କ୍ରିତି ସାନନ୍ । ବର୍ତ୍ତମାନରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଏବେ ତାଙ୍କ ଭଉଣୀ ନୁପୁର ଧୀରେ ଧୀରେ ଇଣ୍ଡଷ୍ଟ୍ରିରେ ପାଦ ଥାପିଛନ୍ତି। ଏହି ଦୁଇ ଭଉଣୀ ସବୁବେଳେ ପରସ୍ପର ପାଇଁ ଛିଡା ହୁଅନ୍ତି । ସେମାନଙ୍କର ବନ୍ଧନ ଆଶ୍ଚର୍ଯ୍ୟଜନକ ଏବଂ ଚମତ୍କାର । ଏହି ପର୍ବକୁ ପାଳନ କରିବା ପାଇଁ ଦୁହେଁ ରାକ୍ଷୀରେ ପରସ୍ପର ହାତରେ ବାନ୍ଧି ଥାଆନ୍ତି।
ବଲିଉଡ୍ର ବେବୋ କରୀନା କପୁର। ତାଙ୍କର କେବଳ ଗୋଟିଏ ଭଉଣୀ କରିସ୍ମା କପୁର । ଦୁଇ ଅଭିନେତ୍ରୀଙ୍କ ମଧ୍ୟରେ ଅପାର ପ୍ରେମ ରହିଛି ଏବଂ ଉଭୟ ପରସ୍ପରକୁ ଖୁବ୍ ସମର୍ଥନ କରନ୍ତି। ସୈଫ ଅଲି ଖାନ ଆହୁରି ମଧ୍ୟ କହିଛନ୍ତି ଯେ କରୀନା ଦିନସାରା ତାଙ୍କ ଭଉଣୀ ସହିତ କଥାବାର୍ତ୍ତା କରନ୍ତି। ଉଭୟଙ୍କର ଅନେକ ସମ୍ପର୍କୀୟ ଭାଇ ଅଛନ୍ତି। କିନ୍ତୁ ସେମାନେ ରାଖୀରେ ଦୁହେଁ ଦୁହିଁଙ୍କୁ ରାଖି ବାନ୍ଧି ଏହି ଦିନ ପାଳନ କରନ୍ତି ।ମଲାଇକା ଆରୋରାଙ୍କର ମଧ୍ୟ କୌଣସି ଭାଇ ନାହାଁନ୍ତି। ତାଙ୍କର କେବଳ ଗୋଟିଏ ଭଉଣୀ ଅମୃତା ଆରୋରା । ଉଭୟ ଭଉଣୀଙ୍କ ପରସ୍ପରର ଖୁବ୍ ନିକଟତର । ଅମ୍ରିତା ବର୍ତ୍ତମାନ ପର୍ଯ୍ୟନ୍ତ ରାଖୀ କେବଳ ତାଙ୍କ ଭଉଣୀର ସ୍ୱାମୀଙ୍କୁ ବାନ୍ଧିଛନ୍ତି । ହେଲେ ଏବେ ବର୍ତ୍ତମାନ ତାଙ୍କର ପୂର୍ବ ସ୍ୱାମୀ ହୋଇପାରିଛନ୍ତି।