ରାଜ୍ୟ

ସୋଆରେ ୩୭ତମ ସାପ୍ତାହିକ ବକ୍ତୃତାମାଳା ଅନୁଷ୍ଠିତ

ସୋଆରେ ୩୭ତମ ସାପ୍ତାହିକ ବକ୍ତୃତାମାଳା। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍ଚରାଲ ସାଇନସେସ୍ (ଆଇଏଏସ୍)ରେ ୩୭ ତମ ସାପ୍ତାହିକ ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ର୍ରମରେ ଓୟୁଏଟିର ଅବସରପ୍ରାପ୍ତ ପ୍ରଫେସର ତଥା ରିୱାର୍ଡ ପ୍ରୋଜେକ୍ଟର ପରାମର୍ଶଦାତା ଡକ୍ଟର ଭରତ ଚନ୍ଦ୍ର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ।

ରାଜ୍ୟ ତଥା ଜାତୀୟସ୍ତରରେ ରିମୋଟ ସେନ୍ସିଂ, କୃତ୍ରିମ ବୁଦ୍ଧିମତା ଆଦିର ବ୍ୟବହାରରେ ଜଳ ବିଭାଜିକା ସମୃଦ୍ଧିର ଯୋଜନା ବିଷୟରେ ଡକ୍ଟର ସାହୁ ସବିଶେଷ ଆଲୋଚନା କରିଥିଲେ। ଆଇଏଏସ୍ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ।

କାର୍ଯ୍ୟକ୍ରମରେ ସମସ୍ତ ବିଭାଗର ବିଭାଗୀୟ ମୁଖ୍ୟ, ଅଧ୍ୟାପକ, ଗବେଷଣାରତ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ଏବଂ ବକ୍ତାଙ୍କ ସହିତ ସବିଶେଷ ପ୍ରଶ୍ନୋତର ଓ ଆଲୋଚନା କରିଥିଲେ। ଏହି ସାପ୍ତାହିକ ବକ୍ତୃତାମାଳାର ଆବାହକ ପ୍ରଫେସର ସରୋଜ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ ଓ ସଂଯୋଜକ ରାଜୀବ କୁମାର ବେହେରା ଧନ୍ୟବାଦ ଦେଇଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button