IBN ଓଡ଼ିଶା ବ୍ୟୁରୋ

ଭରଣପୋଷଣ ପାଇଁ ୬ ବିବାହ, ୭ମ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବାବେଳେ ଧରାପଡିଲେ ମହିଳା

 ଛାଡ଼ପତ୍ର, ଭରଣପୋଷଣକୁ ପେସା କରିଥିଲେ ମହିଳା । ଜଣେ କି ଦୁଇ ଜଣ ନୁହେଁ, ୬ ଜଣଙ୍କୁ ବିବାହ ପରେ ଛାଡ଼ପତ୍ର ଦେଇ ସେମାନଙ୍କଠାରୁ ଭରଣପୋଷଣ ନେଇଥିଲେ । ୭ମ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବାବେଳେ ମହିଳାଙ୍କ ପୂର୍ବ କାରନାମା କଥା ପଦାକୁ ଆସିଛି । ଘଟଣାଟି କର୍ଣ୍ଣାଟକର ହୋଇଥିବାବେଳେ ତାଙ୍କ ବିରୋଧରେ ମାମଲା ହୋଇଛି ।

ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି ।

ଭିଡିଓରେ ଜଣେ ବିଚାରପତି ମହିଳାଙ୍କ ଛାଡ଼ପତ୍ର ମାମଲାର ବିଚାରବେଳେ ତାଙ୍କ ୬ ପୂର୍ବତନ ସ୍ୱାମୀଙ୍କ କଥା କହୁଥିବା ଦେଖିବାକୁ ମିଳିଛି, ଯେଉଁମାନଙ୍କଠାରୁ ମହିଳା ଜଣକ ଛାଡ଼ପତ୍ର ପରେ ଭରଣପୋଷଣ ନେଇସାରିଛନ୍ତି । ମହିଳା ଜଣକ ୭ମ ଥର ଲାଗି ଛାଡ଼ପତ୍ର ପାଇଁ କୋର୍ଟରେ ପହଞ୍ଚିବା ପରେ ବିଚାରପତି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବିଚାରପତି ମହିଳାଙ୍କୁ ପଚାରିଥିଲେ ଯେ, ‘ଏ କ’ଣ ତୁମ ୭ମ ସ୍ୱାମୀ’ । ପରେ ଜଣାପଡ଼ିଥିଲା ଯେ, ମହିଳା ଜଣକ କାହାକୁ ବିବାହ କରିବା ପରେ ତାଙ୍କ ସହ ୬ ମାସରୁ ୧ ବର୍ଷ ପର୍ଯ୍ୟନ୍ତ ରହୁଥିଲେ ।

ପରେ ସେହି ବ୍ୟକ୍ତିଙ୍କୁ ଛାଡ଼ପତ୍ର ଦେଇ ଭରଣପୋଷଣ ଦାବି କରୁଥିଲେ । ମହିଳା ଜଣକ ଆଇନ ସହ ଖେଳୁଥିବା ବିଚାରପତି ତାଙ୍କୁ କହିଥିଲେ । ପରେ ଛାଡ଼ପତ୍ର ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିବା ସହ ମହିଳା ଜଣକ ନିଜ ୬ ପୂର୍ବତନ ସ୍ୱାମୀଙ୍କ ବାବଦରେ ବିସ୍ତୃତ ଭାବେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଭିଡିଓ ଉପରେ ଅନେକ ୟୁଜର୍ସ ନିଜ ପ୍ରତିକ୍ରିୟା ରଖି ମଜାଳିଆ କମେଣ୍ଟ ମଧ୍ୟ କରିଛନ୍ତି

Related Articles

Leave a Reply

Your email address will not be published. Required fields are marked *

Back to top button