IBN ଓଡ଼ିଶା ବ୍ୟୁରୋ

ଏହି ରାଶିର ଝିଅଙ୍କ ପାଇଁ ସହଜ ହୋଇନଥାଏ ସ୍ବାମୀ ଓ ଶ୍ୱଶୁରଘର ଲୋକଙ୍କୁ ଖୁସିରେ ରଖିବା

ପ୍ରତ୍ୟେକ ମାଆ-ବାପାଙ୍କର ଏହି ଚିନ୍ତା ଥାଏକି ତାଙ୍କ ଝିଅକୁ କେମିତି ଶ୍ୱଶୁର ଘର ମିଳିବ। ଏହାକୁ ନେଇ ସେ ବହୁତ ଚିନ୍ତିତ ରୁହନ୍ତି। କିନ୍ତୁ କଣ ଆପଣ ଜାଣିଛନ୍ତିକି ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଏହି କଥା ବିଷୟରେ ଜଣାପଡ଼େକି ବିବାହ ପରେ ଝିଅକୁ କେମିତି ଶ୍ୱଶୁର ଘର ମିଳିବ। କୁଣ୍ଡଳୀରେ ସପ୍ତମ ଘର ଏହି ବିଷୟରେ ଜଣାପଡେ। ଜ୍ୟୋତିଷ ଅନୁସାରେ ଯେତେବେଳେ ବ୍ୟକ୍ତିଙ୍କ ଘରେ ପାପ ଓ କୃର ଗ୍ରହର ଦୃଷ୍ଟି ଥାଏ, ତେବେ ବ୍ୟକ୍ତିଙ୍କୁ ଅନେକ ପ୍ରକାର ଅସୁବିଧାର ସାମ୍ନା କରିବାକୁ ପଡେ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଣିଷ କୁଣ୍ଡଳୀର ସପ୍ତମ ଭାଗ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ସପ୍ତମ ଭାଗରେ ମଣିଷର ଦାମ୍ପତ୍ୟ ଜୀବନ ବିଷୟରେ ଜଣା ପଡ଼ିଥାଏ। ଏହି ରାଶିର ଝିଅମାନଙ୍କୁ ବିବାହ ପରେ ପ୍ରଥମ କିଛି ଦିନ ଶାଶୁଘରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ।

କର୍କଟ ରାଶି:-

କର୍କଟ ରାଶିର ଝିଅଙ୍କର ବିବାହ ପରେ ଶ୍ବଶୁର ଘର ଲୋକଙ୍କ ସହିତ ତାଳମେଳ ବସାଇବାରେ ଅସୁବିଧାର ସାମ୍ନା କରିବାକୁ ପଡେ। ଏହି ଝିଅଙ୍କର ସ୍ୱଭାବରେ ଭାବନାତ୍ମକ ହୋଇଥାଏ। ଏମାନଙ୍କର ସ୍ୱାମୀଙ୍କର ଗ୍ରହ ଚନ୍ଦ୍ରମା ହୋଇଥାଏ। ଚନ୍ଦ୍ରମାଙ୍କୁ ମନର କାରକ ମନାଯାଏ। ଏହି କାରଣରୁ ଝିଅକୁ ଶ୍ୱଶୁର ଘର ସ୍ବାମୀ, ଶାଶୁ-ଶ୍ୱଶୁର ସହିତ ସାମଞ୍ଜସ୍ୟ କରିବାରେ ଅନେକ ପ୍ରକାର ବାଧା ବିଘ୍ନର ସାମ୍ନା କରିବାକୁ ପଡେ। କିନ୍ତୁ ଏସବୁ ଠିକ ହେବାରେ ସାମାନ୍ୟ ସମୟ ଲାଗିଯାଏ। ସେଥିପାଇଁ ଅଧିକ ଚିନ୍ତିତ ହୁଅନ୍ତୁ ନାହିଁ। ଯେଉଁ ଝିଅମାନଙ୍କର ନାମ ହି, ହୁ, ହେ, ହୋ, ଡା, ଡି, ଡୁ, ଡେ, ଡୋ, ୱେ ରୁ ଆରମ୍ଭ ହୋଇଥାଏ। ସେମାନଙ୍କର ରାଶି କର୍କଟ ହୋଇଥାଏ।

ମକର ରାଶି:-

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ରାଶିର ଝିଅ ଷ୍ଟେଟ ଫରୱାର୍ଡ ହୋଇଥାନ୍ତି। ଏହି କାରଣରୁ ଝିଅମାନଙ୍କୁ ଅନେକ ପ୍ରକାର ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ଜଣାଇଦେଉଛୁକି ମକର ରାଶିର ସ୍ବାମୀ ଶନି ଦେବ ଅଟନ୍ତି। ଏହି ରାଶି ଉପରେ ଶନିର ପ୍ରଭାବ ଦେଖାଯାଇପାରେ। ଶନିଦେବଙ୍କୁ ନ୍ୟାୟ ଦେବତା ଓ କର୍ମଫଳଦାତାଙ୍କ ନାମରେ ମଧ୍ୟ ଜଣାଯାଏ। ଏହି କାରଣରୁ ଏହି ରାଶିର ଲୋକ ଠିକ କୁ ଠିକ ଓ ଭୁଲ କୁ ଭୁଲ କହିବାରେ ଟିକେ ମଧ୍ୟ ବିଳମ୍ୱ କରନ୍ତି ନାହିଁ।

ଏହି ରାଶିର ଝିଅ ପ୍ରତ୍ୟେକ କାମକୁ ବହୁତ ଗମ୍ଭୀରତାର ସହ କରନ୍ତି। ମୁଁହ ଉପରେ ସିଧାସଳଖ କହିବାରେ ଏମାନେ ବିଶ୍ୱାସ କରନ୍ତି। ସେଥିପାଇଁ ଲୋକ ତାଙ୍କୁ ଠିକ୍ ଭାବରେ ବୁଝିବାରେ ଭୁଲ କରନ୍ତି। ସମୟ ସହିତ ଧୀରେ ଧୀରେ ସମସ୍ତଙ୍କର ହୃଦୟ ଜିତିବାରେ ସଫଳ ହୁଅନ୍ତି। କୌଣସି ଅସୁବିଧାର ସାମ୍ନା ବହୁତ ମଜବୁତ ସହକାରେ କରନ୍ତି। ଭୋ, ଜା, ଜି, ଖି, ଖୁ, ଖେ, ଖୋ, ଗା, ଗି, ହେ ରୁ ଆରମ୍ଭ ହେଉଥିବା ଝିଅ ମକର ରାଶିର ହୋଇଥାନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button