IBN ଓଡ଼ିଶା ବ୍ୟୁରୋ

ମୁଡା ମାମଲା; ହାଇକୋର୍ଟଙ୍କ ଦ୍ବାରସ୍ଥ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା, ରାଜ୍ୟପାଳଙ୍କ ଆଦେଶକୁ ଚ୍ୟାଲେଞ୍ଜ

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ହାଇକୋର୍ଟଙ୍କ ଦ୍ବାରସ୍ଥ । ଜମି ଘୋଟାଲା ମାମଲାରେ ରାଜ୍ୟପାଳଙ୍କ ଆଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ସିଦ୍ଦରମୈୟା । ରାଜ୍ୟପାଳ ଥାଓ୍ବରଚନ୍ଦ ଗେହଲଟ ଜମି ଘୋଟାଲାକୁ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ କରିବାକୁ ମଞ୍ଜୁରୀ ଦେଇଥିଲେ । ଏହାକୁ ବିରୋଧ କରିଛନ୍ତି ସିଦ୍ଦରମୈୟା ।

ଏହି ଜମି ଦୁର୍ନୀତି ମାମଲା ଏମୟୁଡିଏ ଘୋଟାଲା ସମ୍ବଦ୍ଧିତ, ଯେଉଁଥିରେ ସିଦ୍ଦରମୈୟାଙ୍କ ପତ୍ନୀଙ୍କ ମହୀଶୂର ସହରର କେଶରୁରରେ ୩ ଏକର ଜମି ଏବଂ ୧୬ ଗୁଣ୍ଠ ଚାଷ ଜମି ବେଆଇନ ଭାବେ ଅଧିଗ୍ରହଣ ପାଇଁ ପାଖ ଅଞ୍ଚଳରେ ଏକ ବିକଳ୍ପ ମହଙ୍ଗା ଜମି ମିଳିଥିଲା । ତେବେ ଏହି ମୁଦ୍ଦା ସ୍କାମକୁ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏଭଳି ଅଭିଯୋଗରେ କୌଣସି ସତ୍ୟତା ନାହିଁ ବୋଲି କହିଛନ୍ତି ।

ଏହି ମାମଲାରେ ରାଜ୍ୟପାଳ ଥାଓ୍ବରଚନ୍ଦ ଗେହଲଟ ମୁଖ୍ୟମନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ । କିହିଁକି ସିଦ୍ଦରମୈୟାଙ୍କୁ ବିରୋଧରେ ମକଦ୍ଦମା ଚାଲିବନି ବୋଲି ପ୍ରଶ୍ନ କରିଥିଲେ । ଏହାର ଜବାବରେ କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରିମଣ୍ଡଳ ପରିଷଦ ବୈଠକ ବସିଥିଲା । ରାଜ୍ୟପଳଙ୍କୁ ନୋଟିସ୍ ଫେରାଇ ନେବାକୁ କୁହାଯାଇଥିଲା । ମାତ୍ର ଏହାକୁ ମାନି ନଥିଲେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ନାଁରେ କେସ୍ ଚଳାଇବାକୁ ଅନୁମତି ପ୍ରଦାନ କରିଥିଲେ । ଏହାକୁ ବିରୋଧ କରି ସିଦ୍ଦରମୈୟା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button