ପୁରୁଣା ଜିଲ୍ଲାପାଳଙ୍କୁ ବିଦାୟ ସହ ନୂଆ ଜିଲ୍ଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଭଦ୍ରକ ୧୯।୦୮ : ପୁରୁଣା ଜିଲ୍ଲାପାଳଙ୍କୁ ବିଦାୟ ସହ ନୂଆ ଜିଲ୍ଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା । ଭଦ୍ରକର ନୂଆ କରି ଦାୟିତ୍ୱ ନେଇଥିବା ଜିଲ୍ଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସହ ବିଦାୟୀ ଜିଲ୍ଲାପାଳଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି ।
ଭଦ୍ରକ ଜିଲ୍ଲାର ସର୍କିଟ ହାଉସ୍ ଠାରେ ଭଦ୍ରକ ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ତଥା ଏବେକାର ସମ୍ବଲପୁର ଜିଲ୍ଲାପାଳ ଡକ୍ଟର ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି ।
ଏହି କାର୍ଯ୍ୟକ୍ରମରେ ନୂଆ ଦାୟିତ୍ୱ ନେଇଥିଲେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କୁ ମଧ୍ୟ ସ୍ୱାଗତ ଦିଆଯାଇଛି । ସିଦ୍ଧେଶ୍ୱର ବଳିରାମ ଜିଲ୍ଲାରେ କାର୍ଯ୍ୟକାଳ ମଧ୍ୟରେ ଜିଲ୍ଲାର ସମସ୍ତ ସାମ୍ବାଦିକଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରିଛନ୍ତି । ସମସ୍ତ କ୍ଷେତ୍ରରେ ସାମ୍ବାଦିକଙ୍କ ସହଯୋଗ ପାଇଁ ଜିଲ୍ଲା ପ୍ରଶାସନ ନିଜ ଦାୟିତ୍ୱ ତୁଲାଇଥିବା କହିଛନ୍ତି । ଏହି ଅବସରରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ କହିଛନ୍ତି ଯେ, ସାମ୍ବାଦିକଙ୍କ ସହଯୋଗ କାମନା କରୁଛି । ଜିଲ୍ଲାର ଉନ୍ନତି ପଥରେ ନେବା ସହ ଉନ୍ନୟନମୂଳକ କାର୍ଯ୍ୟ କରିବା ସହ ସବୁ କ୍ଷେତ୍ରରେ ସାମ୍ବାଦିକଙ୍କ ସହଯୋଗ ରହିବ ।