IBN ଓଡ଼ିଶା ବ୍ୟୁରୋ

ତ୍ୱଚାରେ ଚମକ ପାଇଁ କ’ଣ ଖାଇବେ ?

ବ୍ୟସ୍ତ ବହୁଳ ଜୀବନଶୈଳୀ, ଅସ୍ଵାସ୍ଥକର ଖାଦ୍ୟପେୟ, ତଥା ଶୋଇବାରେ ଅନିୟମିତତା ଯୋଗୁ ତ୍ଵଚା ସହ ଜଡିତ ଅନେକ ପ୍ରକାର ପ୍ରୋବ୍ଲେମ ତ୍ଵଚାରେ ଦେଖିବାକୁ ମିଳୁଛି । ଯାହାକି ବହୁତ ଚିନ୍ତା ଜନକ ବିଷୟ । କାରଣ ଚେହେରାକୁ ସୁନ୍ଦର ରଖିବାକୁ ସମସ୍ତେ ଭଲ ପାଇଥାନ୍ତି । ତେବେ ତ୍ଵଚାକୁ ସୁସ୍ଥ ଓ ଚମକଦାର କରିବା ପାଇଁ କେଉଁ ଭଲ ଡାଏଟ ନେବା ଜରୁରୀ ହୋଇଥାଏ । ଏ ସବୁ ବିଷୟରେ ଡାଏଟିସିଆନ ନିହାରିକା ଦାସ କଣ କହୁଛନ୍ତି ତାଙ୍କ ଠାରୁ ଜାଣନ୍ତୁ ।

 

ତେବେ ନିହାରିକା ଦାସଙ୍କ କହିବା ଅନୁଯାଇ ତ୍ଵଚାକୁ ସୁନ୍ଦର କରି ରଖିବା ପାଇଁ ଭିଟାମିନ ସି ଏବଂ ଭିଟାମିନ ଇ ଯୁକ୍ତ ଖାଦ୍ୟ ଖାଇବା ନିହାତି ଭାବେ ଉଚିତ ହୋଇଥାଏ । ଏହାଛଡା ପାଣି ଆମ ଶରୀର ପାଇଁ କେତେ ମାତ୍ରାରେ ଲାଭଦାୟକ ହୋଇଥାଏ ଏହା ଆପଣ ସମସ୍ତଙ୍କୁ ଜଣାଥିବ । ତେବେ ପାଣି ଠିକ ମାତ୍ରାରେ ପିଇବା ଦ୍ଵାରା ତ୍ଵଚା ସହ ସଂପୂର୍ଣ୍ଣ ବଡି ମଧ୍ୟ ହାଇଡ୍ରେଟ ହୋଇ ରହିଥାଏ । ଖାସ୍ କରି ଆମ ସ୍କିନ ଯେତେ ହାଇଡେଟ ହୋଇ ରହିଥାଏ ।

ତ୍ଵଚା ଶୁଷ୍କ ହୋଇନଥାଏ କି ତ୍ଵଚାରେ କୌଣସି ପ୍ରକାର ସମସ୍ଯା ମଧ୍ୟ ଆସିନଥାଏ । ଏଥିସହ ଖାଇବା ପିଇବା ଉପରେ ମଧ୍ୟ ଆପଣଙ୍କୁ ବିଶେଷ କରି ଧ୍ୟାନ ଦେବାକୁ ପଡିବ । କାରଣ ଯେତେ ଆମେ ହେଲଦି ଯୁକ୍ତ ଖାଦ୍ୟ ଖାଇଥାଉ । ତାହା ଆମ ଶରୀର ପାଇଁ ଭଲ ହୋଇଥାଏ । ହେଲେ ଯଦି ଆମେ ପ୍ରତିଦିନ ବାହାରର ପ୍ଯାକେଜ, ଜଙ୍କ ଫୁଡ୍ ଏହି ସବୁ ଖାଦ୍ୟକୁ ଅଧିକ ମାତ୍ରାରେ ସେବନ କରିଥାଉ ।

 

ତେବେ ତାହାର ନେଗେଟିଭ ପ୍ରଭାବ ସିଧାସଳଖ ଆମ ସ୍କିନରେ ଦେଖିବାକୁ ମିଳିଥାଏ । ଯାହା ଫଳରେ କି ଆମ ତ୍ଵଚାରେ ପିମ୍ପଲ ହୋଇ ବାହାରକୁ ବାହାରିଥାଏ । ତାପରେ ମୁହଁର ସୁନ୍ଦରତା ନଷ୍ଟ ପାଇଥାଏ । ତେଣୁ ଯେତେ ପାରୁଛନ୍ତି ସ୍କିନକୁ ହେଲଦି ରଖିବା ପାଇଁ ଗ୍ରୀନ ଭେଜିଟେବଲ ଖାଇବାକୁ ଚେଷ୍ଟା କରନ୍ତୁ । ଏହାଛଡା ଶୋଇବା ମଧ୍ୟ ଆମ ଦୈନଦିନ ଜୀବନରେ ବହୁତ ପ୍ରଭାବ ପକାଇଥାଏ ।

କାରଣ ଯଦି ଆମେ ଠିକ ଭାବେ 7 ରୁ 8 ଘଣ୍ଟା ଶୋଇବା ନାହିଁ । ତେବେ ଆମ ତ୍ଵଚାରେ ମଧ୍ୟ ପ୍ରୋବ୍ଲେମ ଆସିଥାଏ । ତେଣୁ ରାତିରେ ଠିକ ଭାବେ ଶୋଇବା ଦ୍ଵାରା ତ୍ଵଚାରେ ପ୍ରାକୃତିକ ଭାବେ ଚମକ ଆସିଥାଏ । ତ୍ଵଚା ତଥା ସଂପୂର୍ଣ୍ଣ ବଡିର ସ୍କିନ ହେଲଥ ପାଇଁ ଏକସରସାଇଜ ମଧ୍ୟ କରିବା ଜରୁରୀ ହୋଇଥାଏ । କାରଣ ଏକସରସାଇଜ କରି ଆମେ ବଡିରୁ ଯେତେ ଝାଳ ବାହାର କରିପାରିବୁ । ତାହା ଦ୍ଵାରା ସ୍କିନ ଅଟୋମେଟିକ ଗ୍ଲୋ କରିବା ଆରମ୍ଭ କରିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button