IBN ଓଡ଼ିଶା ବ୍ୟୁରୋ

ସ୍ଵପ୍ନରେ ସାପ ଦେଖିବାର ଅର୍ଥ କ’ଣ ହୋଇଥାଏ ?

ଶୋଇବା ସମୟରେ ଆମେ କେବେକେବେ କିଛି ନା କିଛି ସ୍ଵପ୍ନ ଦେଖିଥାଉ । ବେଳେବେଳେ ସେହି ସ୍ଵପ୍ନ ଆମର ସକାଳ ପର୍ଯ୍ୟନ୍ତ ମନେ ରହିଥାଏ । ବେଳେବେଳେ କିଛି ସ୍ଵପ୍ନକୁ ଆମେ ସକାଳୁକୁ ଭୁଲିଯାଇଥାଉ । ତେବେ ଏପରି କିଛି ସ୍ଵପ୍ନ ଆମେ ଦେଖିଥାଉ । ଯଦି ସେହି ସ୍ଵପ୍ନ ସକାଳ ପର୍ଯ୍ୟନ୍ତ ମନେ ରହିଥାଏ । ତେବେ ବି ସେହି ସ୍ଵପ୍ନ ବିଷୟରେ କାହାକୁ କେବେ ବି କହିବା ଉଚିତ ହୋଇନଥାଏ । ତେବେ ବନ୍ଧୁଗଣ ସ୍ଵପ୍ନରେ ସାପ ଦେଖିବାର ଅର୍ଥ କଣ ହୋଇଥାଏ ଚାଲନ୍ତୁ ଆଜି ଏଠାରେ ଜାଣିବା ।

 

ଯେଉଁ ବ୍ୟକ୍ତି ସ୍ଵପ୍ନରେ କୌଣସି ସାପକୁ ଧରିଥିବାର ଦେଖିବାକୁ ପାଇଥାଏ । କିମ୍ବା ସାପକୁ ମାରୁଥିବାର ଦେଖିବାକୁ ପାଇଥାଏ । ତେବେ ଏହି ସ୍ଵପ୍ନ ଦେଖିବାର ଅର୍ଥ ହେଉଛି । ବହୁତ ଶୀଘ୍ର ଆପଣଙ୍କ ଜୀବନରେ ଥିବା କୌଣସି ଏକ ଶତ୍ରୁର ବିନାଶ ହେବାକୁ ଯାଉଛି । ଅର୍ଥାତ ସେହି ଶତ୍ରୁ ଆପଣଙ୍କ ଠାରୁ ପରାସ୍ତ ହେବାକୁ ଯାଉଛନ୍ତି । ଏଥିସହ ସ୍ଵପ୍ନରେ ସାପକୁ ଧରିଥିବାର ଦେଖିବାକୁ ପାଇଲେ । ଆପଣଙ୍କ ଜୀବନରେ ଆର୍ଥିକ ସ୍ଥିତି ମଜଭୁତ ହେବା ପାଇଁ ଯାଉଛି ବୋଲି ସୂଚନା ମିଳିଥାଏ ।

2- କେତେ ଲୋକ ସ୍ଵପ୍ନରେ ସାପ ଦେଖି ବହୁତ ଭୟଭୀତ ହୋଇଯାଇଥାନ୍ତି । ତେବେ ଏହି ସ୍ଵପ୍ନ ଦେଖିବାର ଅର୍ଥ ହେଉଛି । ଆପଣଙ୍କର କୌଣସି ଏକ ବନ୍ଧୁ ଆପଣଙ୍କ ସହ ବନ୍ଧୁତା ନାମରେ ବିଶ୍ବାସଘାତକତା କରିପାରେ ।

3- ଯଦି କୌଣସି ବ୍ୟକ୍ତିକୁ ସ୍ଵପ୍ନରେ ସାପ କାମୁଡୂଥିବାର ଦେଖିବାକୁ ପାଇଥାଏ । ତେବେ ସେହି ବ୍ୟକ୍ତିକୁ କୌଣସି ବେମାରୀରେ ପୀଡିତ ହେବାର ସମ୍ଭାବନା ରହିଥାଏ ।4- ଯଦି କୌଣସି ବ୍ୟକ୍ତି ନିଜ ସ୍ଵପ୍ନରେ ଧଳା ରଙ୍ଗର ସାପକୁ ଦେଖିବାକୁ ପାଇଥାଏ । ତେବେ ଏହି ସ୍ଵପ୍ନ ସେହି ବ୍ୟକ୍ତି ପାଇଁ ବହୁତ ହିଁ ଖାସ୍ ହୋଇଥାଏ । ଏହି ସ୍ଵପ୍ନ ସେହି ବ୍ୟକ୍ତିର ଜୀବନରେ ଖୁବ ଧନ ଆସିବାର ସଂକେତ ଦେଇଥାଏ ।

5- ଯଦି କୌଣସି ବିବାହିତ ଲୋକଙ୍କୁ ନିଜ ସ୍ଵପ୍ନରେ କଳା ରଙ୍ଗର ସାପ ଦେଖିବାକୁ ମିଳିଥାଏ । ତେବେ ସେହି ଲୋକଙ୍କୁ ଏହି ସୂଚନା ମିଳିଥାଏ । ଯେ ସେହି ବ୍ୟକ୍ତିର ବୈବାହିକ ଜୀବନ ଠିକ ଭାବେ ଚାଲୁନାହିଁ ।

6- ଯଦି ସ୍ଵପ୍ନରେ ସାପ କାଟିବାକୁ ଆସିଥାଏ । ହେଲେ ସାପଟି ବ୍ୟକ୍ତିକୁ କାଟିପାରିନଥାଏ । ଏହା ଭଲ ସ୍ଵପ୍ନ ହୋଇଥାଏ । ଆପଣଙ୍କ ଜୀବନରେ ଏବେ ସଫଳତା ପ୍ରାପ୍ତ ହେବାକୁ ଯାଉଛି ବୋଲି ଜାଣିରଖନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button