ବିବାହିତ ମହିଳା ମାନେ ଚୁଡି ପିନ୍ଧିବା ସମୟରେ କରନ୍ତୁ ନାହିଁ ଏହି ସବୁ ଭୁଲ ! ନଚେତ ଏହାର ପରିଣାମ ସ୍ଵାମୀ ଉପରେ ପଡିଥାଏ…

ପ୍ରତ୍ଯେକଟି ନାରୀ ନିଜକୁ ସଜେଇ ରଖିବା ପାଇଁ ବହୁତ ପସନ୍ଦ କରିଥାଏ । ବିଶେଷ କରି ଯେତେବେଳେ ଗୋଟେ ନାରୀ ବାହା ହୋଇଯାଇଥାଏ । ସେତେବେଳେ ସେହି ମହିଳା ଜଣଙ୍କ ନିଜକୁ ଷୋଳଶ୍ରୁଙ୍ଗାର ସଜରେ ନିଜକୁ ସଜେଇ ଥାଏ । ସେଥିମଧ୍ୟରୁ ଚୁଡି ହେଉଛି ଅନ୍ୟତମ । ତେବେ ମହିଳାର ଚୁଡିକୁ ତା’ ର ସୌଭାଗ୍ୟର ପ୍ରତୀକ ବୋଲି କୁହାଯାଇଥାଏ । ତେଣୁ ମହିଳା ମାନେ ଚୁଡି ପିନ୍ଧିବାକୁ ବହୁତ ଭଲ ପାଇଥାନ୍ତି । ତେବେ ଆଜି ଆମେ ଜାଣିବା ।
ମହିଳା ମାନେ କେଉଁ ରଙ୍ଗର ଚୁଡି ପିନ୍ଧିବା ଉଚିତ ଓ କେଉଁ ରଙ୍ଗର ଚୁଡି ପିନ୍ଧିବା ଉଚିତ ନୁହେଁ । ବନ୍ଧୁଗଣ ପ୍ରତ୍ଯେକଟି ମହିଳାଙ୍କ ହାତରେ ଲାଲ ରଙ୍ଗର ଚୁଡି ବହୁତ ଶୋଭା ଦେଇଥାଏ । ଏହା ଲାଲ ରଙ୍ଗର ଚୁଡି ପିନ୍ଧିବା ଦ୍ଵାରା ମହିଳାର ସୁନ୍ଦରତା ଅଧିକ ବଢିଯାଇଥାଏ । ତେଣୁ ସେହି ମହିଳାଙ୍କ ସ୍ଵାମୀ ତାଙ୍କ ସ୍ତ୍ରୀ ପ୍ରତି ବହୁତ ଶୀଘ୍ର ଆକର୍ଷିତ ହୋଇଯାଇଥାନ୍ତି । ତେବେ ନାଲି ରଙ୍ଗର ଶୁଭ ଓ ପ୍ରେମର ପ୍ରତୀକ ବୋଲି ମଧ୍ୟ ମନା ଯାଇଥାଏ । ମହିଳା ମାନେ ଯେଉଁ ଦିନ ଚୁଡି ପିନ୍ଧିବାର ଥିବ ।
ଚୁଡିକୁ ମଙ୍ଗଳବାର ଓ ଶନିବାର କିଣି ଘରକୁ ଆଣିବା ଉଚିତ ନୁହେଁ । ମହିଳା ମାନେ କେବେବି ଧଳା ରଙ୍ଗର ଚୁଡି ପିନ୍ଧିବା ଉଚିତ ନୁହେଁ । ନଚେତ ସେହି ମହିଳାର ସ୍ଵାମୀଙ୍କ ଉପରକୁ ଦୁର୍ଭାଗ୍ୟ ଆସିଯାଇଥାଏ । କୌଣସି ମହିଳା ଭଙ୍ଗା କି ଫାଟିଯାଇଥିବା ଚୁଡି ପିନ୍ଧିବା ଉଚିତ ନୁହେଁ । ଏହାକୁ ଅଶୁଭ କୁହାଯାଇଥାଏ ।
ବିବାହିତା ମହିଳା କେବେବି ନିଜର ହାତକୁ ଖାଲି ରଖିବା ଉଚିତ ନୁହେଁ । ଅଳ୍ପ ହେଉ ପଛେ ମହିଳା ମାନେ ନିଜ ହାତରେ ଚୁଡି ପିନ୍ଧିକି ରହିବା ଉଚିତ । ଯେତେବେଳେ କୌଣସି ମହିଳା ନିଜର ସବୁ ପୁରୁଣା ଚୁଡି କାଢି ନୂଆ ଚୁଡି ଲଗାଇବାକୁ ବସିଥାଏ । ସେତେବେଳେ ମହିଳା ନିଜର ସଂପୂର୍ଣ୍ଣ ହାତକୁ ଖାଲି ନକରି ପ୍ରଥମେ ଚୁଡି ବାହାର କରିବାକୁ ଥିବା ହାତରେ ନିଜର ଲୁଗା କାନି ବାନ୍ଧି ତାପରେ ସବୁ ଚୁଡି କାଢି ନୂଆ ଚୁଡି ପିନ୍ଧିବା ଉଚିତ ।