ସ୍ୱାସ୍ଥ୍ୟ

ଥରକରେ ପୁରା ଶରୀରର ସଫେଇ କିପରି କରିବେ ?

ସ୍ଵାସ୍ଥ ହିଁ ଆମର ସମ୍ପଦ ହୋଇଥାଏ । ତେଣୁ ସ୍ଵାସ୍ଥର ଯତ୍ନ ନେବା ମଧ୍ୟ ଆମ ମାନଙ୍କ ପକ୍ଷେ ବହୁତ ଜରୁରୀ ହୋଇଥାଏ । ତେବେ ଆପଣ ବାହାରକୁ ଯେତେ ସୁନ୍ଦର ଦେଖାଯାଉଥିଲେ ବି ଯଦି ଆପଣଙ୍କ ଶରୀର ଭିତରେ ଅଳିଆ ଜମା ହୋଇ ରହିଥିବ । ତେବେ ଆପଣଙ୍କର ବାହାରକୁ ସୁନ୍ଦର ଦେଖାଯିବାର କିଛି ଫାଇଦା ନଥାଏ । ତେଣୁ ଶରୀର ଭିତରର ମଧ୍ୟ ସଫେଇ ନିହାତି ଭାବେ ଜରୁରୀ ହୋଇଥାଏ । ଯାହା ଦ୍ଵାରା ଆପଣ ଭିତରୁ ଓ ବାହାରୁ ହେଲଦି ରହିବା ସହ ଚେହେରାରେ ଏକ ପ୍ରକାର ନୂଆ ଚମକ ମଧ୍ୟ ଆସିଥାଏ ।

 

ତେବେ ଯେଉଁ ଦିନ ଆପଣଙ୍କୁ ବଡିକୁ ଡିଟକ୍ସ କରିବାର ଥିବ । ସେହି ଦିନ ଆପଣ ଭୋର 5 ଟା ରୁ ଉଠିଯାଇ ଏହାପରେ ଭଲ ଭାବେ ଫ୍ରେଶ ହୋଇସାରିଲା ପରେ 1 ଗ୍ଳାସ ପାଣିରେ ଅଧା ରସ ଲେମ୍ବୁ ଚୁପୁଡି ତାହାର ସେବନ କରନ୍ତୁ । ସକାଳୁ ଖାଲି ପେଟରେ ଲେମ୍ବୁ ପାଣିର ସେବନ ଦ୍ଵାରା ଆପଣଙ୍କ ବଡି ହାଇଡ୍ରେଟ ରହିଥାଏ । ଶରୀରର ମେଟାପୋଲିଜିମ ଠିକ ଭାବରେ କାମ କରିବା ସହ ଆପଣଙ୍କର ଖାଦ୍ୟ ମଧ୍ୟ ଭଲ ଭାବେ ହଜମ ହୋଇଥାଏ ।

କିରଣରେ ନିଜର ସମୟ ବିତାନ୍ତୁ । ଏହି ସମୟରେ ଆପଣ କୌଣସି ପ୍ରକାର ଏକ୍ଷ୍ସରସାଇଜ ବା ଯୋଗ ମଧ୍ୟ କରିପାରିବେ । କପାଳ ଭାରତୀ, ଅନୁଲମ ବିଲମ, ସୂର୍ଯ୍ୟ ନମସ୍କାର ଭଳି କୌଣସି ପ୍ରକାର ୟୋଗା ମଧ୍ୟ ଆପଣ କରିପାରିବେ । ଏହାପରେ ଆପଣ କୌଣସି ପ୍ରକାର ଲାଇଟ୍ ବ୍ରେକଫାଷ୍ଟ ମଧ୍ୟ କରନ୍ତୁ । ଯେପରି ସକାଳ ସମୟରେ ଆପଣ ଯେତେ ହେଲଦି ଫୁଡ୍ ଖାଇବେ ।

 

ସେତେ ଆପଣଙ୍କ ଶରୀର ପାଇଁ ଭଲ ରହିଥାଏ । ସକାଳ ଟାଇମରେ ବିଭିନ୍ନ ପ୍ରକାର ଫଳର ମଧ୍ୟ ସେବନ କରିପାରିବେ । ଏହାପରେ ସକାଳ ସମୟରେ ବହୁତ ଲୋକଙ୍କର ଚା’ ପିଇବାର ଅଭ୍ଯାସ ରହିଥାଏ । ତେଣୁ ଚା’ ପିଇବା ପରିବର୍ତ୍ତେ ଆପଣ ବହୁତ ଭଲ ଏକ ଡ୍ରିଂକ ପ୍ରସ୍ତୁତ କରି ତାହାର ସେବନ କରନ୍ତୁ ।

ଏଥିପାଇଁ ଆପଣ ପାତ୍ରରେ ଦେଢ ଗ୍ଳାସ ପାଣି ଦେଇ ସେଥିରେ 1 ଚାମଚ ଜୀରା, 1 ଚାମଚ ପାନମଧୁରୀ ଓ 1 ଚାମଚ ଗୋଟା ଧନିଆ ପକାଇ ତାହାକୁ 5 ରୁ 7 ମିନିଟ ପର୍ଯ୍ୟନ୍ତ ଫୁଟାଇବାକୁ ଛାଡି ଦିଅନ୍ତୁ । ଏହା ଫୁଟିଲା ପରେ ତାହାକୁ ଅନ୍ୟ ଏକ ପାତ୍ରକୁ ଛାଣି ଦେଇ ସାମାନ୍ୟ ଥଣ୍ଡା ହେଲା ପରେ ତାହାର ସେବନ କରନ୍ତୁ । ଏହାକୁ ପିଇବା ଦ୍ଵାରା ଡାଇଜେସନ ଇମ୍ପୃଭ ହୋଇଥାଏ, ଶରୀରର ଭଲ ଭାବେ ଡିଟକ୍ଷିଫାଏ ହୋଇପାରିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button