ସକାଳର ଏକ୍ସରସାଇଜ୍ ପରେ ଜାଣନ୍ତୁ କ’ଣ ଖାଇବା ଜରୁରୀ, ଏହି ୪ଟି ଜିନିଷ ଆପଣଙ୍କ ଶରୀରକୁ ଦେବ ଅଦ୍ଭୁତ ଫାଇଦା

କଥାରେ ଅଛି ସ୍ୱାସ୍ଥ୍ୟ ଠିକ୍ ଥିଲେ ସବୁ ଠିକ୍ । ସ୍ୱାସ୍ଥ୍ୟ ଯଦି ବିଗିଡ଼େ ଦୁନିଆଟା ବିଷ ପରି ଲାଗେ । ଅଧିକାଂଶ ଲୋକେ ଏବେ ସ୍ୱାସ୍ଥ୍ୟ ସଚେତନ୍ ହେଲେଣି । ସକାଳୁ ଚାଲିବା ହେଉ ବା ଦୈାଡ଼ିବା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ । ସକାଳୁ ଏହି ବ୍ୟାୟାମ(ଏକ୍ସରସାଇଜ୍) ପରେ ଉପଯୁକ୍ତ ଖାଦ୍ୟ ଶରୀର ପାଇଁ ଆବଶ୍ୟକ ହୋଇଥାଏ ।

ତେବେ ଦୈାଡିବା ପରେ ଆପଣ କ’ଣ ଖାଇବା ଆବଶ୍ୟକ ତା’ହା ହୁଏତ ଖୁବ୍ କମ୍ ଲୋକ ଜାଣିଥାନ୍ତି । କାରଣ ସକାଳ ବ୍ୟାୟାମ ପରେ ଶରୀରରେ ଗ୍ଲୁକୋଜ୍ ମାତ୍ରା କମ୍ ହୋଇଥାଏ । ଯେଉଁଥିପାଇଁ ମାଂସପେଶୀକୁ ପୋଷକ ତତ୍ତ୍ୱର ଆବଶ୍ୟକ ପଡ଼ିଥାଏ । ଶରୀର ପାଇଁ ବ୍ୟାୟାମ ଯେପରି ଆବଶ୍ୟକ ହୋଇଥାଏ । ସେହିପରି ଉପଯୁକ୍ତ ଖାଦ୍ୟ ମଧ୍ୟ ଜରୁରୀ ହୋଇଥାଏ ।
ନଚେତ୍ ଉପକାର ପରିବର୍ତ୍ତେ ଆପଣ ବ୍ୟାୟାମର କୁଫଳ ପାଇବେ । ସକାଳ ଦୈାଡ଼ିବା ହାର୍ଟ ପାଇଁ ବହୁତ ଉପକାରୀ ହୋଇଥାଏ । ଏହା ଶରୀରର ଏଲ୍ଡିଏଲ୍ ବା ବ୍ୟାଡ୍ କୋଲେଷ୍ଟ୍ରାଲ୍ ହ୍ରାସ କରିଥାଏ । ଯଦି ଆପଣ ସକାଳ ବ୍ୟାୟାମ ପରେ ଠିକ୍ ଖାଦ୍ୟ ନ ନିଅନ୍ତି ତେବେ ଏହା ଶରୀର ପାଇଁ ଅଧିକ କ୍ଷତିକାରକ ହୋଇଥାଏ । ଏହା ଆପଣଙ୍କ ବ୍ଲଡ୍ ସୁଗାର ମାତ୍ରାରେ ହାନୀ ପହଞ୍ଚାଇବା ସହ ଦୁର୍ବଳ ଓ ମୁଣ୍ଡ ଘୁରାଇବା ଭଳି ସମସ୍ୟା ଦେଖା ଦେଇପାରେ ।







