ରାଜ୍ୟ

ନୂଆ ଷ୍ଟାଇଲରେ ବନାଇ ଖାଆନ୍ତୁ ସିନ୍ଧି କଲରା ଚିପ୍ସ, ସ୍ୱାଦ ଏକଦମ୍ ଜବରଦସ୍ତ

କଲରାର ପିତା ସ୍ୱାଦ ପାଇଁ ଏହାକୁ ଅଧିକାଂଶ ଲୋକ ଖାଇବାକୁ ପସନ୍ଦ କରନ୍ତିନାହିଁ। ସେହିପରି ଆଉ କିଛି ଲୋକ ଏହାର ବିକଳ୍ପ ଖୋଜିଥାଆନ୍ତି। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ବଢ଼ିଆ ସ୍ୱାଦର କଲାରା ଚିପ୍ସ ନେଇ ଆସିଛୁ। ଯାହାର ସ୍ୱାଦ ଆପଣଙ୍କ ମନ ଜିଣିନେବ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

-୩ଟି
-ପିଆଜ
-୨ ଟମାଟୋ
୨ଟି କଞ୍ଚା ଲଙ୍କା
-୫ ରସୁଣ କୋଲା
-ଅଦା ଖଣ୍ଡ ଗୋଟିଏ(ଛୋଟ କଟା ହୋଇଥିବା)
-୧/୪ କପ୍ ଦହି
-୧ ଟିସ୍ପୁନ ଜୀରା
-ଏକ ଟେମୁଲ ଚାମଚ ଲାଲ ଲଙ୍କା ପାଉଡର
-୨ ଟେବୁଲ ଚାମଚ ଧନିଆ ପାଉଡର
-ଅଧା ଚାମଚ ଅଳେଇଚ ପାଉଡର
-ଅଧା ଚାମଚ ହଳଦି ପାଉଡର
-ଲୁଣ ସ୍ୱାଦାନୁସାରେ
-ଅଳ୍ପ ଧନିଆ ପତ୍ର
-ଦୁଇ ଚାମଚ ତେଲ

karelaପ୍ରସ୍ତୁତି ପ୍ରଣାଳୀ

-ପ୍ରେସର କୁକରରେ କଟା ହୋଇଥିବା କଲରା, ଅଧା କପ୍ ପାଣି, ଚିମୁଟାଏ ଲୁଣ ପକାଇ ୨ଟି ସିଟି ଦେବା ପଯ୍ୟର୍ନ୍ତ ଅପେକ୍ଷା କରନ୍ତୁ।
-ଆଞ୍ଚରୁ ପ୍ରେସରକୁ ଓହ୍ଲାଇ କୁକରକୁ ଥଣ୍ଡା ହେବା ପଯ୍ୟର୍ନ୍ତ ରଖନ୍ତୁ। ପାଣି ବାହାର କରି କଲରାକୁ ଅଲଗା ରଖନ୍ତୁ।
-କଡାରେ ତେଲ ଗରମ କରି ଜୀରାକୁ ଛୁଙ୍କ ଲଗାନ୍ତୁ। ପିଆଜ, ରସୁଣ, ଅଦା ଏବଂ କଞ୍ଚା ଲଙ୍କା ପକାଇ ଭଲଭାବେ ଭାଜନ୍ତୁ।
-ଟମାଟୋ, ହଲଦି ପାଉଡର, ଲାଲ ଲଙ୍କା ପାଉଡର, ଧନିଆ ପାଉଡର,ଅଳେଇଚ ପାଉଡର ଏବଂ ଲୁଣ ପକାଇ ୨ରୁ୩ ମିନିଟ ରଖନ୍ତୁ।
-କଡାରେ ତେଲ ଛାଡିବା ପରେ ଦହି ମିଶାଇ ୨ ମିନିଟ୍ ଭାଜନ୍ତୁ।
-ସିଝାଇ ଥିବା କଲରା ଏବଂ ଅଧା କପ୍ ପାଣିରେ କଲରାକୁ ୫ ମିନିଟ ପଯ୍ୟର୍ନ୍ତ ଭାଜନ୍ତୁ।
-ଏହାପରେ କଡାରେ ତେଲ ଛାଡିବା ପରେ ଆଞ୍ଚ ବନ୍ଦ କରିଦିଅନ୍ତୁ।
-ଧନିଆ ପତ୍ରରେ ସଜାଇ ଖାଆନ୍ତୁ ସିନ୍ଧି କଲରା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button