IBN ଓଡ଼ିଶା ବ୍ୟୁରୋ

ମୁଁ ବି ହସ୍ପିଟାଲ ଚଟାଣ ଉପରେ ଶୋଇଥିଲି: CJI

‘ମୋତେ ବି ଦିନେ ସରକାରୀ ହସ୍ପିଟାଲର ଚଟ୍ଟାଣ ଉପରେ ଶୋଇବାକୁ ପଡିଥିଲା। ମୋର ଜଣେ ସମ୍ପର୍କୀୟ ଅସୁସ୍ଥ ଥିଲେ।’ କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଏଭଳି କିଛି କହିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ଼।

କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ସୁପ୍ରିମକୋର୍ଟ ନିଜ ଆଡୁ ହସ୍ତକ୍ଷେପ କରିଛନ୍ତି।

ଆଜି ସିବିଆଇ ଏହି ମାମଲରେ ସୁପ୍ରିମକୋର୍ଟ ଷ୍ଟାଟର୍ସ ରିପୋର୍ଟ ଦାଖଲ କରିଛି। ଏହାପରେ ପ୍ରଧାନ ବିଚାରପତି ଡିଓ୍ୱାଇ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଗଠିତ ତିନି ଜଣିଆ ଖଣ୍ଡପୀଠି ମାମଲାର ଶୁଣାଣି କରିଛନ୍ତି। ଏହି ସମୟରେ ସିଜେଆଇ ନିଜ ସହ ଜଡିତ ଏକ ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି।

ସେ କହିଛନ୍ତି, ‘ଆମେ ଡାକ୍ତରଙ୍କ ପାଇଁ ଚିନ୍ତିତ। ଆମେ ଡାକ୍ତରମାନଙ୍କୁ ୩୬ ଘଣ୍ଟା ଧରି କାମ କରୁଥିବା ଦେଖିଛୁ। ଆମ ସମସ୍ତଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟ ଅଛନ୍ତି, ଯେଉଁମାନେ ସରକାରୀ ଡାକ୍ତରଖାନାକୁ ଯାଆନ୍ତି। ପରିବାରର କେହି ଜଣେ ଅସୁସ୍ଥ ଥିବାବେଳେ ମୁଁ ସରକାରୀ ଡାକ୍ତରଖାନାର ଚଟାଣରେ ଶୋଇଛି। ଆମେ ଏହି ପର୍ଯ୍ୟାୟ ଦେଇ ଗତି କରିଛୁ।’

ସରକାରୀ ହସ୍ପିଟାଲକୁ ଆସୁଥିବା ସମସ୍ତ ରୋଗୀଙ୍କ ପ୍ରତି ଆମର ସମ୍ବେଦନ। ଡକାକ୍ତରମାନେ ତୁରନ୍ତ କାମରେ ଯୋଗ ଦିଅନ୍ତୁ। ନଚେତ ରୋଗୀ ସେବା ଠପ୍ ହୋଇଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

AIIMS ନାଗପୁରର ରେସିଡାଣ୍ଟ ଡାକ୍ତରମାନେ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ କୋଲକାତା ଦୁଷ୍କର୍ମ-ହତ୍ୟା ମାମଲାକୁ ବିରୋଧ କରି ସେମାନଙ୍କୁ ପ୍ରତାଡିତ କରାଯାଉଛି। ଏହାର ଉତ୍ତରରେ ସର୍ବୋଚ୍ଚ ଅଦାଲତ ବିରୋଧ ପ୍ରଦର୍ଶନ କରୁଥିବା ଡାକ୍ତରଙ୍କୁ ପ୍ରଥମେ କାମକୁ ଫେରିବାକୁ କହିଛନ୍ତି। ଏଥିସହ ଯଦି ସେମାନେ କାର୍ଯ୍ୟକୁ ଫେରିବେ ତେବେ କୌଣସି ପ୍ରତିକୂଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ AIIMS ନାଗପୁର ଓକିଲଙ୍କୁ ଆଶ୍ୱାସନା ଦେଇଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button