IBN ଓଡ଼ିଶା ବ୍ୟୁରୋ
ସକାଳୁ ଶୀଘ୍ର ଉଠିବାର 3 ଟି ଜବରଦସ୍ତ ଟିପ୍ସ !

ବନ୍ଧୁଗଣ ଅନେକ ଲୋକ ସକାଳୁ ଶୀଘ୍ର ଉଠିବାକୁ ଚେଷ୍ଟା କରିଥାନ୍ତି । ରାତିରେ ଆଲାରାମ ଦେଇକି ଶୋଇବା ସତ୍ବେ ମଧ୍ୟ ଠିକ ଆଲାରାମ ବାଜିଲା ବେଳକୁ ଆମକୁ ନିଦରୁ ଉଠିବା ପାଇଁ ଇଛା ହୋଇନଥାଏ । ତେବେ ଯଦି ଆପଣ ଆପଣନଳ ଲାଇଫରେ ଏହି 3 ଟି କଥାର ପରିବର୍ତ୍ତନ କରିପାରିବେ । ତେବେ ଆପଣ ମଧ୍ୟ ରାତିରେ ଧାର୍ଯ୍ୟ କରିଥିବା ସକାଳର ସେହି ଏକ ନିର୍ଦ୍ଧିଷ୍ଟ ସମୟରେ ଉଠିପାରିବେ । କାରଣ ସକାଳୁ ଶୀଘ୍ର ଉଠିବା ଦ୍ଵାରା ଆମର ଅନେକ ପ୍ରକାର ଫାଇଦା ହୋଇଥାଏ । ତେବେ ସକାଳୁ ଆପଣ କିପରି ଶୀଘ୍ର ଉଠିପାରିବେ ସେହି ସବୁ ଟିପ୍ସ ବିଷୟରେ ଚାଲନ୍ତୁ ଆଲୋଚନା କରିବା ।
1- ବହୁତ ଲୋକ ସକାଳୁ ଶୀଘ୍ର ଉଠିବା ପାଇଁ ଭୋର 4 ଟା, 5 ଟା ଏହି ସବୁ ସମୟରେ ଆଲାରାମ ଦେଇକି ଶୋଇଥାନ୍ତି । ହେଲେ ଆଲାରାମ ବାଜିଲେ ମଧ୍ୟ ଆମକୁ ଉଠିବାକୁ ଇଛା ହୋଇନଥାଏ । ତେଣୁ ଆପଣ ସକାଳୁ ଶୀଘ୍ର ଉଠିବାକୁ ଚାହୁଁଥିଲେ ସକାଳର ଭୋର ସମୟରେ ଆଲାରାମ ନଦେଇ ସେହି ରାତି 9 ଟା ସମୟର ଆଲାରାମ ନିଜ ଫୋନରେ ଦିଅନ୍ତୁ । କାରଣ ଆପଣ ଶୀଘ୍ର ଶୋଇଲେ ହିଁ ଆପଣଙ୍କର ନିଦ ଶୀଘ୍ର ଭାଙ୍ଗିଥାଏ ।