କେଉଁ ବାରରେ ଜନ୍ମିତ ପିଲା ମାନଙ୍କର ଲକ୍ଷଣ କିଭଳି ହୋଇଥାଏ ?

ସୋମବାର;- ଏହି ବାରରେ ଜନ୍ମିତ ବହୁତ ପିଲା ଆତ୍ମପ୍ରେରିତ ହୋଇଥାନ୍ତି । ଏମାନେ ନିଜ ସୁଖ ଓ ଦୁଃଖ ଉଭୟକୁ ନିଜେ ବହୁତ ଭଲ ଭାବେ ହ୍ୟାଣ୍ଡେଲ କରିପାରନ୍ତି । ଏମାନେ ନିଜ ପରିବାରକୁ ବହୁତ ଭଲ ପାଇଥାନ୍ତି ।
ମଙ୍ଗଳବାର;- ଯେଉଁ ମାନେ ମଙ୍ଗଳବାରକୁ ଜନ୍ମ ହୋଇଥାନ୍ତି । ସେମାନଙ୍କ ସ୍ଵଭାବ ସାଧାରଣତଃ ରାଗୀ ସ୍ଵଭାବର ହୋଇଥାଏ । ତେଣୁ କଥା କଥାରେ ଏମାନେ ବହୁତ ଜଲ୍ଦି ରାଗିଯାଇଥାନ୍ତି । ତେଣୁ ଅନେକ ଭଲ ପରିସ୍ଥିତିରେ ମଧ୍ୟ ଏମାନେ ନିଜ ଲୋକ ଠାରୁ ଅଲଗା ହୋଇଯାଇଥାନ୍ତି ।
ବୁଧବାର;- ଏହି ବାରରେ ଜନ୍ମିତ ପିଲା ମାନଙ୍କର ଗତିବିଧି ବିଶେଷ କରି ଧାର୍ମିକ ଓ ଆଧ୍ୟାତ୍ମିକ ଉପରେ ରହିଥାଏ । ଏମାନେ ଅଧିକ ଇଶ୍ଵରବିଶ୍ଵଶୀ ହୋଇଥାନ୍ତି । ଭଗବାନଙ୍କ ଉପରେ ଏମାନଙ୍କର ବିଶ୍ବାସ ଥିବା ହେତୁ ଏମାନେ ମାଟି ସହ ସବୁବେଳେ ଯୋଡି ହୋଇ ରହିଥାନ୍ତି ।
ଶୁକ୍ରବାର;- ଏହି ଶୁକ୍ରବାରକୁ ଜେଏନଏମ ହୋଇଥିବା ପିଲା ମାନଙ୍କ ହୃଦୟ ବହୁତ ସଫା ଓ ଖୋଲା ହୋଇଥାଏ । ତେଣୁ ଏମାନଙ୍କୁ ଅନେକ ଲୋକ ପସନ୍ଦ ମଧ୍ୟ କରିଥାନ୍ତି ।
ଶନିବାର;- ଯେଉଁ ବ୍ୟକ୍ତି ଶନିବାର ଦିନ ଜନ୍ମ ହୋଇଥାନ୍ତି । ସେମାନଙ୍କ ବୃତ୍ତି କୃଷି, ବ୍ୟବସାୟ ବା ଟେକନିକ ଲାଇନରେ ବିଶେଷ ଭାବେ ହୋଇଥାଏ । ଏମାନେ ସାମାନ୍ୟ ରାଗୀ ହେଲେ ମଧ୍ୟ ବହୁତ ଶୀଘ୍ର ଏମାନଙ୍କର ରାଗ ଥଣ୍ଡା ମଧ୍ୟ ହୋଇଯାଇଥାଏ ।ରବିବାର;- ଏହି ବାରକୁ ଜନ୍ମ ହୋଇଥିବା ଲୋକମାନେ ବହୁତ ଆକ୍ଟିଭ ହୋଇଥାନ୍ତି । ସବୁ କାର୍ଯ୍ୟରେ ବହୁତ ଚଳଚଞ୍ଚଳ ଭାବେ କାମ କରିଦେଇଥାନ୍ତି । ଭାଗ୍ୟ ଅନେକ ସମୟରେ ଏମାନଙ୍କୁ ସାଥ୍ ଦେଇଥାଏ ।




