ସକାଳୁ ଉଠିବା ପରେ ସ୍ତ୍ରୀ ମାନେ ନିଜ ସ୍ଵାମୀ ସହ ଏହି ଗୋଟିଏ କାର୍ଯ୍ୟ ନିଶ୍ଚୟ କରନ୍ତୁ ! ଘରକୁ ଧନ ମାଡି ଆସିବ !

ବନ୍ଧୁଗଣ ଘରର ମହିଳା ମାନେ ଘରର ଅନେକ କାର୍ଯ୍ୟ କରିଥାନ୍ତି । ତେଣୁ ଘରର ଅନେକ ଦାୟିତ୍ଵ ମଧ୍ୟ ସେମାନଙ୍କ ଉପରେ ଥାଏ । ତେଣୁ ଅନେକ ମହିଳା ଅଛନ୍ତି, ଯେଉଁ ମାନେ ସକାଳୁ ସକାଳଉ ନିଜର ନିତ୍ୟ କାର୍ଯ୍ୟ ନସାରି ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ହୋଇଯାଇଥାନ୍ତି । ହେଲେ ମହିଳାଙ୍କୁ ସକାଳର ପ୍ରାତଃ ସମୟରୁ ଉଠି ନିଜର ନିତ୍ୟକର୍ମ ସାରିଦେବା ଉଚିତ । ମହିଳା ମାନେ ନିଜର ନିତ୍ୟକର୍ମ ସାରିଲା ପରେ ଘରର ଠାକୁର ପୂଜା କାର୍ଯ୍ୟ ନିଷ୍ଠା ସହକାରେ କରିବା ଉଚିତ ।
ଏହା ସହ ଘରେ ଥିବା ମା’ ବୃନ୍ଦାବତୀ ଅର୍ଥାତ ତୁଳସୀ ମା’ ଙ୍କର ମଧ୍ୟ ସକାଳୁ ପୂଜାଅର୍ଚନା କରିନେବା ଉଚିତ । କାରଣ ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷର ବହୁତ ମହତ୍ଵ ରହିଛି । କଥାରେ ଅଛି, ଯେଉଁ ଘରେ ତୁଳସୀ ବୃକ୍ଷ ରହିଥାଏ । ସେହି ଘରେ ପ୍ରଭୁ ବିଷ୍ନୁ ଓ ମା’ ଲକ୍ଷ୍ମୀଙ୍କର ସର୍ବଦା ଶୁଭ କୃପାଦ୍ରୁଷ୍ଟି ପଡିଥାଏ । ତୁଳସୀ ପତ୍ର ପ୍ରଭୁ ନାରାୟଣଙ୍କର ପ୍ରିୟ ହୋଇଥିବାରୁ ପ୍ରଭୁ ନାରାୟଣଙ୍କ ପୂଜା କାର୍ଯ୍ୟରେ ତୁଳସୀ ପତ୍ରର ବ୍ୟବହାର କରାଯାଇଥାଏ ।
ତେବେ ତୁଳସୀ ପୂଜନ କେବଳ ଘରର ମହିଳା ନୁହେଁ, ବଂର ଏହି ପୂଜା କାର୍ଯ୍ୟରେ ଘରର ପୁରୁଷ ମଧ୍ୟ ସାମିଲ ହେବ ଉଚିତ । ତେଣୁ ସକାଳୁ ନିଜର ନିତ୍ୟକର୍ମ ସାରି ସ୍ଵାମୀ ଓ ସ୍ତ୍ରୀ ଉଭୟ ମିଶି ତୁଳସୀ ପୂଜନ ସହ ଘର ଠାକୁରଙ୍କର ନିଷ୍ଠା ସହକାରେ ପୂଜା ଆରାଧନା କରନ୍ତୁ । ଯାହାକି ଘର ପାଇଁ ଅତ୍ୟନ୍ତ ମଙ୍ଗଲ ହୋଇଥାଏ । କାରଣ ଘରର ସ୍ଵାମୀ ଓ ସ୍ତ୍ରୀ ତଥା ଦମ୍ପତ୍ତି ମିଶି ଯେଉଁ ଧାର୍ମିକ ତଥା ମାଙ୍ଗଳିକ କାର୍ଯ୍ୟ କରିଥାନ୍ତି ।




