ରାଜ୍ୟ

ନିଶାସକ୍ତ ଯୁବକର ନାରକୀୟ କାଣ୍ଡ: ଘରେ ପଶି ସ୍ୱାମୀର ତଣ୍ଟି କାଟିଲା, ସ୍ତ୍ରୀକୁ ଛୁରାମାଡ଼ କଲା – Ibnodisha

[ad_1]

ଭୁବନେଶ୍ବର: ମଧ୍ୟରାତ୍ରୀରେ ଜଣେ ଦୁର୍ବୃତ୍ତ ନାରକୀୟ କାଣ୍ଡ ଘଟାଇଛି। ସେ ଦମ୍ପତିକୁ ଆକ୍ରମଣ କରିଛି। ସେ ବ୍ଲେଡରେ ସ୍ୱାମୀର ତଣ୍ଟି କାଟିବା ସହ ସ୍ତ୍ରୀକୁ ଛୁରା ମାଡ଼ କରିଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୧୦୮ ଆମ୍ବୁଲାନ୍ସ ଯୋଗେ ରାତି ପ୍ରାୟ ୧ ଟା ବେଳେ ହସ୍ପିଟାଲ ନିଆଯାଇଛି। ମଞ୍ଚେଶ୍ବର ଥାନା ପାଣ୍ଡରା ଛକ ନିକଟରେ ଥିବା କିମ୍ଭିରିଆ ବସ୍ତିରେ ଅଘଟଣ ଘଟିଛି।

ସୂଚନା ଅନୁଯାୟୀ, ସ୍ୱାମୀ ସତ୍ୟଘନ ସ୍ୱାଇଁଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପ୍ରେମରେ ବିଫଳ ହେବାରୁ ନିଶାସକ୍ତ ଅବସ୍ଥାରେ ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି। ମଞ୍ଚେଶ୍ବର ଥାନା ପୁଲିସ ଘଟଣାର ଛାନଭିନ ଚଳାଇଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button