IBN ଓଡ଼ିଶା ବ୍ୟୁରୋ

କାମଧେନୁ ଗାଈ ମୂର୍ତ୍ତି କେଉଁ ସ୍ଥାନରେ ରଖିବା ଶୁଭ?

ହିନ୍ଦୁ ଧର୍ମରେ କାମଧେନୁ ନାମକ ଗାଈକୁ ବେଶ୍‌ ପବିତ୍ର ବୋଲି କୁହାଯାଏ; ଯାହାକୁ ସମଦ୍ରମନ୍ଥନରୁ ପ୍ରାପ୍ତ କରାଯାଇଥିଲା। ଏହି ଗାଈ ଯାହା ପାଖରେ ରହୁଥିଲା ତାଙ୍କର ସବୁ ମନୋସ୍କାମନା ପୂର୍ଣ୍ଣ ହୋଇଯାଉଥିଲା। ବାସ୍ତୁଶାସ୍ତ୍ରରେ ବି ଏହି ଗାଈର ମୂର୍ତ୍ତିକୁ ଖୁବ୍‌ ଶୁଭ ବୋଲି କୁହାଯାଉଛି। ତେବେ ଏହି ଗାଈର ମୂର୍ତ୍ତିକୁ ଘରର କେଉଁ ସ୍ଥାନରେ ରଖିବା ଶୁଭ , ଜାଣନ୍ତୁ ସେ ସମ୍ପର୍କରେ… ବାସ୍ତୁଶାସ୍ତ୍ର ଅନୁସାରେ, ଘରେ ସବୁବେଳେ ଏମିତି କାମଧେନୁ ଗାଈର ମୂର୍ତ୍ତି ରଖିବା ଦରକାର, ଯାହା ସହିତ ବାଛୁରୀ ବି ରହୁଥିବ।

ଏହି ବାଛୁରୀକୁ ନନ୍ଦିନୀ ବୋଲି କୁହାଯାଇଥାଏ। ଏହି ମୂର୍ତ୍ତିକୁ ଘରେ ରଖି ପୂଜା କଲେ ଅନେକ ଲାଭ ମିଳିଥାଏ। ଯେମିତିକି: ସୁଖ-ଶାନ୍ତି ବଢେ, ଜୀବନରୁ ସମସ୍ୟା ଦୂର ହୁଏ, ରୋଗବ୍ୟାଧିରୁ ମୁକ୍ତି ମିଳେ, ସନ୍ତାନ ସୁଖ ବି ମିଳିଥାଏ ବୋଲି ବିଶ୍ୱାସ ରହିଛି।
ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଐଶାନ୍ୟ କୋଣରେ କାମଧେନୁ ଗାଈ ସହିତ ବାଛୁରୀର ମୂର୍ତ୍ତି ରଖିବା ଖୁବ୍‌ ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି।
ପୂଜାଘରେ ବି କାମଧେନୁ ଗାଈର ମୂର୍ତ୍ତି ରଖିବା ଶୁଭ ହୋଇଥାଏ। ଘରର ପ୍ରବେଶ ଦ୍ୱାର ନିକଟରେ ବି କାମଧେନୁ ଗାଈଙ୍କ ମୂର୍ତ୍ତି ରଖିଲେ ଜୀବନରେ ପ୍ରଗତି ଆସିଥାଏ ବୋଲି ମାନ୍ୟତା ରହିଛି।
ଆୟ ତୁଳନାରେ ବ୍ୟୟ ଅଧିକ ହେଉଥିଲେ, ଘର ହେଉ ଅବା ଅଫିସ୍‌ କିମ୍ବା ଦୋକାନର ଦକ୍ଷିଣ-ପଶ୍ଚିମ ଦିଗରେ କାମଧେନୁ ଗାଈର ମୂର୍ତ୍ତି ରଖି ନିୟମିତ ପୂଜା କଲେ ସୁଫଳ ମଳିଥାଏ।
ତମ୍ବା ହେଉ ଅବା ରୂପା କିମ୍ବା ପିତ୍ତଳରେ ତିଆରି କାମଧେନୁ ଗାଈଙ୍କର ମୂର୍ତ୍ତିକୁ ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button