IBN ଓଡ଼ିଶା ବ୍ୟୁରୋ

ଘରେ ପଶି ପତ୍ନୀ ଓ ପୁଅ ଆଗରେ ବ୍ୟକ୍ତିଙ୍କୁ ଗୁଳିମାଡ଼, ଅଧାରେ ଜାମ ହୋଇଗଲା ବନ୍ଧୁକ

ନିକଟରେ ଆମେରିକାରୁ ଫେରିଥିବା ଜଣେ ଏନଆରଆଇ ବ୍ୟକ୍ତିଙ୍କୁ ତାଙ୍କ ଘରେ ଭିତରେ ପଶି ଦୁଇ ଜଣ ଗୁଳିମାଡ଼ କରିଛନ୍ତି। ପଞ୍ଜାବ ଅନ୍ତର୍ଗତ ଅମୃତରର ଦାବୁରଜି ଠାରେ ଥିବା ଏନଆରଆଇଙ୍କ ଘରେ ଏହି ଘଟଣା ଘଟିଛି।

ଏହି ସମୟରେ ତାଙ୍କ ପତ୍ନୀ, ପୁଅ ଓ ପରିବାରର ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ସେମାନଙ୍କ ସାମ୍ନାରେ ଦୁଇ ବନ୍ଧୁକଧାରୀ ତାଙ୍କୁ ଗୁଳିମାଡ଼ କରିଛନ୍ତି।

ଏନଆରଆଇ ସୁଖଚେନ ସିଂହଙ୍କ ପତ୍ନୀ ଓ ପିଲାମାନେ ଗୁଳି ନ ମାରିବାକୁ ଅନୁରୋଧ କରୁଥିଲେ ହେଁ ଦୁଇ ଦୁର୍ବୃତ୍ତ ଗୁଳିମାଡ଼ କରିଥିଲେ। ତେବେ ସେମାନେ ଆଉ କିଛି ରାଛଣ୍ଡ ଫାୟାରିଂ କରିବାକୁ ଚାହୁଁଥିଲେ ହେଁ ଅଧାରେ ସେମାନଙ୍କ ବନ୍ଧୁକ ଜାମ ହୋଇଯାଇଥିଲା। ଫଳରେ ସେମାନେ ସେଠାରୁ ଫେରାର ହୋଇ ଯାଇଥିଲେ।

ଦୁଇଟି ଗୁଳି ମାଡ଼ରେ ଆହତ ହୋଇଥିବା ଶ୍ରୀ ସିଂହ ଏବେ ହସ୍ପିଟାଲରେ ଚିକିତ୍ସିତ ହେଛଛି। ଘରେ ଲାଗିଥିବା ସିସିଟିଭିରେ ପୂରା ଘଟଣା କଏଦ ହୋଇଛି। ବନ୍ଧୁକ ଜାମ ହୋଇଯିବାରୁ ଦୁଇ ଆକ୍ରମଣକାରୀ ଘର ଛାଡ଼ି ଚାଲି ଯାଉଥିବା ବେଳର ଦୃଶ୍ୟ ସାମ୍ନାକୁ ଆସି

ଆମେରିକାରେ ରହୁଥିବା ସୁଖଚେନ ୨୦ ଦିନ ତଳେ ଅମୃତସରକୁ ଫେରିଥିଲେ। ନିକଟରେ ସେ ୧.୫ କୋଟି ଟଙ୍କା ଦେଇ ଗୋଟିଏ କାର କିଣିଥିଲେ। ଆଜି ଦୁଇ ଆକ୍ରମଣକାରୀ ଉକ୍ତ କାର୍ର ରେଜିଷ୍ଟ୍ରେସନ ପ୍ରମାଣପତ୍ର ଯାଞ୍ଚ ନାଁରେ ଘର ଭିତରେ ପଶିଥିଲା। ଘରେ ପ୍ରବେଶ କରିବା ପରେ ବନ୍ଧୁକ ଦେଖାଇ ଶ୍ରୀ ସିଂହଙ୍କୁ ଧମକାଇ ଥିଲେ। ଏହାପରେ ସେମାନଙ୍କ ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ।

ଶ୍ରୀ ସିଂହଙ୍କ ପରିବାର ଲୋକ ଘଟଣା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଆକ୍ରମଣ ପଛରେ ସୁଖଚେନଙ୍କ ପ୍ରଥମ ପତ୍ନୀଙ୍କ ହାତ ଥିବା ତାଙ୍କ ମା’ ଦାବି କରିଛନ୍ତି। ସରକାର ଅମୃତସର ପୁଲିସ୍ କମିଶନରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁଖଚେନଙ୍କ ପରିବାର ଲୋକ ରୁଜୁ କରିଥିବା ଏଫଆଇଆରେ ପ୍ରଥମ ପତ୍ନୀଙ୍କ ପରିବାରର ୫ ଜଣ ସଦସ୍ୟଙ୍କ ନାଁ ରହିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button