Uncategorized

ପେଟ କମାଇବା ପାଇଁ ଡାଏଟ ପ୍ଳାନ କ’ ଣ ? ଜାଣନ୍ତୁ ସଂପୂର୍ଣ୍ଣ ଡାଏଟ ଟିପ୍ସ

ଆଜି ଆମେ ଜାଣିବା ପେଟ କମାଇବା ପାଇଁ ଡାଏଟ ସମ୍ପର୍କରେ ଡାକ୍ତର ନିହାରିକା ଦାସଙ୍କ କିଛି ଅମୂଲ୍ୟ କଥା ମାଧ୍ୟମରେ ।  ଅଧିକାଂଶ ସମୟରେ ଆମେ ଦେଖିଥାଉ ଯେ ଆମ ପେଟ ଭାଗ ବଢିଥାଏ । ଏହା କାରଣ ହୋଇଥାଏ ଶରୀର କୁ  ଯେତେ ପରିମାଣରେ  ପ୍ରୋଟିନ ଯିବା କଥା ତା ଠାରୁ ଅଧିକ ପ୍ରୋଟିନ ଯିବା ଯୋଗୁ ପେଟ ଭାଗ ବଢିଥାଏ ।

 

ଅନେକ ଲୋକମାନେ ଦିନ ସାରା ବସି ବସିକା କାମ କରିଥାନ୍ତି ଯାହା ଫଳରେ କି ସେମାନେ ମୋଟା ହୋଇଥାନ୍ତି । ଏହା ଛଡା କିଛି ଲୋକମାନେ ଅଧିକ ପରିମାଣରେ ଖାଦ୍ୟ ଖାଇଥାନ୍ତି , କିନ୍ତୁ ଖାଇବା ପରେ କିଛି କାମ ନ କରି ଯାଇ ଶୋଇଥାନ୍ତି ବା ଘରେ ବସିଥାନ୍ତି । ଏହି ପରି ସ୍ଥଳରେ ମଧ୍ୟ ପେଟ ବଢିଥାଏ ।  ଏହା ଛଡା ବଜାର ରେ ,ମିଳୁଥିବା ତେଲ  ଜାତୀୟ ଖାଦ୍ୟ କ୍ଜୁ ଆମେ ଅଧିକ ଖାଇଥାଉ ଯାହା ଶରୀର ରେ ସହଜ ରେ ହଜମ ହେଇପାରିନଥାଏ ।

ଏହା ଦ୍ଵାରା ଆମ ପେଟ ଅଂଶ ବଢିଥାଏ । ଆପଣଙ୍କ ପେଟ ର ଚର୍ବି କମେଇବା ପାଇ ଆପଣ ଡାଏଟ ରେ ପନିପରିବା କୁ ସାମିଲ କରିବା ସହ ବ୍ୟାୟାମ , ଯୋଗ କରିବା ଉଚିତ୍ । ଆପଣଙ୍କୁ ସବୁ ଦିନ  ସୂର୍ଯ୍ୟ ନମସ୍କାର କରିବା ଦରକାର । ଯଦି ଆପଣ ବ୍ୟାୟାମ କରିପାରୁନାହାନ୍ତି , ତେବେ ଦିନକୁ ଅଧ ଘଣ୍ଟା ଚାଲିବା ଉଚିତ୍ । ଦିନ ହେଉ ବା ରାତି ଆପଣଙ୍କୁ ଚାଲିବା ଦରକାର ।

 

ଆପଣଙ୍କୁ ସବୁ ବେଳେ ଖାଦ୍ୟ ର ପରିମାଣ କୁ ସମ୍ମାନ ରଖିବା ଉଚିତ୍ । ଡାଏଟ ସହିତ ବ୍ୟାୟାମ ନିହାତି କରିବାକୁ ପଡିଥାଏ । ଚାକିରୀ କରୁଥିବା ବ୍ୟକ୍ତି ନିଜ ସହିତ almond କି ନେଇପାରିବେ । ଆପଣ କେବେ ବି ସନ୍ଧ୍ୟା ସମୟରେ ବିନା ଖାଇ ରହିବେ ନାହି , ଏହି ସମୟ ର୍ରେ ଛେନା , ଅଣ୍ଡା ବା ଫଳ କୁ ଖାଇପାରିବେ । ସବୁ ବେଳେ   ମନେ ରଖିବେ ଯେ ଭାତ ଓ ରୁଟି କୁ ମିଶେଇ କି ଖାଇବେ ନାହିଁ ।

 

ଖାଇଲେ ଭାତ ଖାଇବେ ବା ରୁଟି ଖାଇବେ । ତାହା ମନେ ଏହା ନୁହେ ଯେ ଆପଣ ଭାତ କୁ ନେବେ ନାହିଁ । ଭାତ ନେବେ ମାତ୍ର ଯେତେ ପରିମାଣରେ ଖାଇବା ଉଚିତ୍ ସେତେ ନେବା ଦରକାର । ରାତିରେ ସବୁବେଳେ ଅଳ୍ପ ପରିମାଣରେ ଖାଇବା ନେବା ଉଚିତ୍ । ଖାଇବା ସଙ୍ଗେ ଶୋଇବା ଉଚିତ ହୋଇନଥାଏ ତେଣୁ କିଛି ସମାୟ ଚାଲିବା ପରେ ଶୋଇବା ଉଚିତ୍ ।

Related Articles

Leave a Reply

Your email address will not be published. Required fields are marked *

Back to top button