ସ୍ୱାସ୍ଥ୍ୟ
ସୋଡିୟମ ଅଭାବ ହେଲେ କ’ଣ ସମସ୍ୟା ହୁଏ?
ହାଇପୋନାଟ୍ରେମିଆ, ଯାହା ଫଳରେ ରକ୍ତରେ ସୋଡିୟମ ସ୍ତର ସ୍ୱାଭାବିକଠାରୁ କମ୍ ଥାଏ। ଶରୀରର ତରଳ ପଦାର୍ଥ ସନ୍ତୁଳନ, ରକ୍ତଚାପ ନିୟନ୍ତ୍ରଣ ତଥା ସ୍ନାୟୁ ଓ ମାଂସପେଶୀ ପାଇଁ ସୋଡିୟମର ଆବଶ୍ୟକତା ରହିଛି।
ଏହି ସ୍ତର କମିଗଲେ ବ୍ୟକ୍ତିଙ୍କଠାରେ ମୁଣ୍ଡ ବିନ୍ଧା, ଥକ୍କାପଣ ଭଳି ଲକ୍ଷଣ ଦେଖାଦିଏ, ବେଳେ ବେଳେ ବ୍ୟକ୍ତି ହସ୍ପିଟାଲରେ ମଧ୍ୟ ଆଡ୍ମିଟ୍ ହେବାକୁ ପଡ଼ିପାରେ ବୋଲି ଡାକ୍ତର କୁହନ୍ତି।
ତେବେ ଶରୀରରେ ସୋଡିୟମ ଅଭାବ ହେଲେ କେଉଁ ଲକ୍ଷଣ ଦେଖାଦିଏ, ସୋଡିୟମ ଅଭାବ ହେବାର କାରଣ କ’ଣ, ଏଥିଯୋଗୁଁ କେଉଁ ସବୁ ସମସ୍ୟା ଦେଖା ଦେଇଥାଏ, ସେ ସମ୍ପର୍କରେ ଭେଷଜ ବିଶେଷଜ୍ଞ ଡାକ୍ତର ସୁଧାଂଶୁ ଶେଖର ସେଠୀଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।